୬ ମିଲିୟନରୁ ଅଧିକ ଷ୍ଟାଇଲ ଆଣିଛି ମିନ୍ତ୍ରା ଇଓଆରଏସ-୨୩ ଅଫର

Spread the love

ଭୁବନେଶ୍ୱର : ଭାରତର ଅନ୍ୟତମ ଅଗ୍ରଣୀ ଫ୍ୟାଶନ, ବିୟୁଟି ଓ ଲାଇଫଷ୍ଟାଇଲ ପ୍ଲାଟଫର୍ମ ମିନ୍ତ୍ରା ଏହାର ପ୍ରମୁଖ ଫ୍ୟାଶନ ଇଭେଂଟ ଏଣ୍ଡ ଅଫ୍ ରିଜନ ସେଲ (ଇଓଆରଏସ)ର ୨୩ତମ ସଂସ୍କରଣ ପାଇଁ ପ୍ରସ୍ତୁତ ହୋଇଛି, ଯାହା ଡିସେମ୍ବର ୫ ତାରିଖରୁ ଆରମ୍ଭ ହେଉଛି । ଏଥିରେ ୧୦,୦୦୦ରୁ ଅଧିକ ଆନ୍ତର୍ଜାତୀୟ, ଘରୋଇ ଓ ହୋମ୍‌ଗ୍ରୋନ ବ୍ରାଣ୍ଡଗୁଡିକରୁ ୬ ମିଲିୟନରୁ ଅଧିକ ଷ୍ଟାଇଲର ଏକ ବିସ୍ତୃତ କଲେକ୍ସନ ରହିଛି । ଏହି ସଂସ୍କରଣରେ ଗ୍ରାହକମାନେ ଏହାର ‘ପ୍ରାଇସ କ୍ରାଶ୍‌’ କ୍ୟାମ୍ପେନ ମାଧ୍ୟମରେ ଆକର୍ଷଣୀୟ ମୂଲ୍ୟରେ ଉଚ୍ଚମାନର ଫ୍ୟାଶନ, ବିୟୁଟି ଓ ଲାଇଫଷ୍ଟାଇଲ ଆସର୍ଟମେଂଟଗୁଡିକୁ ଉପଲବ୍ଧ କରିପାରିବେ । ଭିଆଇପି-ଓନ୍‌ଲି ସ୍ପେଶାଲ ଅଫର, ଭିଆଇପି ୱିକେଣ୍ଡ ଲାଭ ଭଳି ସୁବିଧା ମଧ୍ୟ ରହିଛି ।

ମିନ୍ତ୍ରା ଏହି ଇଓଆରଏସ ପାଇଁ ଫାଷ୍ଟ୍ ଡେଲିଭରିକୁ ପ୍ରାଥମିକତା ଦେଉଛି, ଯାହା ବିକ୍ରି ଅର୍ଡରଗୁଡିକୁ ଯେତେ ଶୀଘ୍ର ସମ୍ଭବ ଗ୍ରାହକଙ୍କ ନିକଟରେ ପହଂଚାଇବା ପାଇଁ ଲକ୍ଷ୍ୟ ରଖିଛି । ଇଓଆରଏସ-୨୩ ସପର୍‌ଙ୍କ ପାଇଁ ନୂଆ ଲଂଚଗୁଡିକର ଏକ ସିରିଜ୍‌ର ଶୁଭାରମ୍ଭ କରିଛି ଯାହା ଫ୍ୟାଶନ, ବିୟୁଟି, ହୋମ୍ ଓ ଡି୨ସି ବ୍ରାଣ୍ଡ ବର୍ଗରେ ପରିବ୍ୟାପ୍ତ ରହିଛି ।

ଇଓଆରଏସ-୨୩ରେ ଗ୍ରାହକମାନେ ଆଇସିଆଇସିଆଇ, ଆରବିଏଲରେ ୧୦% ତତ୍କାଳ ରିହାତି, ପେଟିଏମ ୟୁପିଆଇ ଉପରେ ନିଶ୍ଚିତ କ୍ୟାଶବ୍ୟାକ ଏବଂ ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ ଉପରେ ଫ୍ଲାଟ ୭.୫% କ୍ୟାଶବ୍ୟାକ ପାଇପାରିବେ ।

ଇଓଆରଏସର ୨୩ତମ ସଂସ୍କରଣ ସମ୍ପର୍କରେ ମିନ୍ତ୍ରାର ରେଭେନ୍ୟୁ ଆଣ୍ଡ ଗ୍ରୋଥ୍ ବିଭାଗର ମୁଖ୍ୟ ଭାରତ କୁମାର କହିଛନ୍ତି, “ଇଓଆରଏସ-୨୩ ସହ ଆମେ ଗ୍ରାହକଙ୍କୁ ଚମତ୍କାର ମୂଲ୍ୟରେ ଟ୍ରେଣ୍ଡ-ଫର୍‌ୱାର୍ଡ ଷ୍ଟାଲଇର ଏକ ବିସ୍ତୃତ ଚୟନ ପ୍ରଦାନ କରି  ଆନନ୍ଦିତ । ଏହି ସଂସ୍କରଣ ନୂଆ ଲଂଚ, ସିଜ୍‌ନାଲ ସିଲେକ୍ସନ ଓ ସହଜ ସପିଙ୍ଗ ଅନୁଭୂତିର ଏକ ଦୃଢ ସମ୍ମିଶ୍ରଣକୁ ଏକାଠି କରିଛି, ଯାହା ହାଇପର-ସ୍ପିଡ ଡେଲିଭରି ଓ ଟେକ୍ନୋଲୋଜି-ଚାଳିତ ନିମଜ୍ଜିତ ଡିସ୍କଭରି ଫର୍ମାଟ ଦ୍ୱାରା ସମର୍ଥିତ । ବର୍ଷ ଶେଷର ବିବାହ, ପାର୍ବଣ ସମାରୋହ, ଶୀତକାଳିନ ଅପ୍‌ଡେଟ, ଭ୍ରମଣ ଯୋଜନା ଓ ଉପହାର ମୁହୂର୍ତଗୁଡିକର ଏକ ପ୍ୟାକ୍‌ଡ କ୍ୟାଲେଣ୍ଡର ପାଇଁ ଗ୍ରାହକମାନେ ପ୍ରସ୍ତୁତ ହେଉଥିବାରୁ, ଇଓଆରଏସ-୨୩କୁ ସଠିକ ମୂଲ୍ୟରେ ସଠିକ ଚୟନ ସହିତ ଏଭଳି ବିବିଧ ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜାଇନ କରାଯାଇଛି ।

ଏହି ପ୍ଲାଟଫର୍ମ  ଫୁଲ୍‌ଫିଲମେଂଟକୁ ଉନ୍ନତ କରିବା ପାଇଁ ଏହାର ଯୋଗାଣ ଶୃଙ୍ଖଳା, ଲିଜିଷ୍ଟିକ ଓ ଟେକ୍ନୋଲୋଜିକୁ ସୁଦୃଢ କରିବା କ୍ଷେତ୍ରରେ ବହୁମାତ୍ରାରେ ନିବେଶ କରୁଛି ।

ଯୁବବର୍ଗଙ୍କ ଉପରେ ଗୁରୁତ୍ୱ

ମିନ୍ତ୍ରା ବିବିଧ ଗ୍ରାହକ ବର୍ଗକୁ ସେବା ପ୍ରଦାନ ଜାରି ରଖିଥିବାରୁ ଏହାର ଜେନ୍ ଜି-ଫୋକସ୍‌ଡ ଏଫଡବ୍ଲ୍ୟୁଡି ପୋର୍ଟଫୋଲିଓ ଗ୍ଲିଟଚେଜ, ଷ୍ଟାଇଲକାଷ୍ଟ, ବନଗୁଲ, ବ୍ଲୁମିଂ ଟେଲ୍‌ସ ସମେତ ଯୁବପିଢିଙ୍କ ପସନ୍ଦର ବ୍ରାଣ୍ଡଗୁଡିକରୁ ୫ ଲକ୍ଷ ଟ୍ରେଣ୍ଡ-ପ୍ରଥମ ଷ୍ଟାଇଲକୁ ଏକାଠି କରିବ। ବର୍ଷ ଶେଷର ଉତ୍ସବ ଆରମ୍ଭ ହେବା ସହିତ ଏଫଡବ୍ଲ୍ୟୁଡି, ପାର୍ଟି ୱେୟାର ପୋଷାକ ପାଇଁ ଅଭିବ୍ୟକ୍ତିଶୀଳ ଫ୍ୟାଶନ ଚାହୁଁଥିବା ଯୁବ ଗ୍ରାହକଙ୍କ ସହ ଦୃଢ ଭାବେ ପ୍ରତିଧ୍ୱନିତ୍ୱ କରୁଛି। ସପର୍‌ମାନେ ଉନ୍ନତ ମୂଲ୍ୟରେ ୱିଂଟର ୱେୟାର, ଡ୍ରେସ, ଜିନ୍‌ସ, କୂର୍ତା ଓ କୁର୍ତିରେ ଆନ୍ତର୍ଜାତୀୟ ଷ୍ଟାଇଲଗୁଡିକୁ ଅନ୍ୱେଷଣ କରିପାରିବେ।

ଏମ୍‌-ନାଓ: ଇଓଆରଏସ-୨୩ ପାଇଁ ହାଇପର-ସ୍ପିଡ ଫ୍ୟାଶନ ଡେଲିଭରି

ମିନ୍ତ୍ରାର ହାଇପର-ସ୍ପିଡ ଡେଲିଭରି ସର୍ଭିସ, ଏମ୍‌-ନାଓ ଚଳିତ ଋତୁରେ ବିଶେଷ କରି ସମୟ-ସଚେତନ କ୍ରୟ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏକ ପ୍ରମୁଖ ସୁବିଧା ପରିଚାଳକ ଭାବେ ବଜାୟ ରହିବ। ଫ୍ୟାଶନ, ବିୟୁଟି, ଆକ୍‌ସେସରି ଓ ହୋମ୍ ବର୍ଗରେ ୧ ଲକ୍ଷରୁ ଅଧିକ ଷ୍ଟାଇଲ ସହିତ ଏମ-ନାଓ ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀ-ଏନସିଆର, ହାଇଦ୍ରାବାଦ, କୋଲ୍‌କାତା ଓ ପୁନେରେ ସପରମାନଙ୍କୁ କେବଳ ୩୦ ମିନିଟ୍‌ରେ ନିଜର ଅର୍ଡର ପାଇବା ପାଇଁ ସକ୍ଷମ କରିବ। ଗ୍ରାହକମାନେ ବିବାହ, ସାମାଜିକ ସମାରୋହ, ଶେଷ ସମୟରେ ଭ୍ରମଣ ଯୋଜନା ଓ ବର୍ଷ ଶେଷର ପାର୍ଟି ଭଳି ବ୍ୟସ୍ତବହୁଳ ସମୟର ସାମ୍‌ନା କରୁଥିବାରୁ ଏମ୍‌-ନାଓ ବିଭିନ୍ନ ଟ୍ରେଣ୍ଡ-ପ୍ରଥମ ବିକଳ୍ପଗୁଡିକ ସହ ଉପଯୋଗୀ ପ୍ରମାଣିତ ହେଉଛି, ଯାହା ଗ୍ରାହକମାନେ ଶେଷ ମୁହୂର୍ତରେ ମଧ୍ୟ ପର୍‌ଫେକ୍ଟ ଲୁକ୍ ପାଇପାରିବେ ବୋଲି ନିଶ୍ଚିତ କରିଥାଏ।

ଇଓଆରଏସର ୨୩ତମ ସଂସ୍କରଣ ସମ୍ପର୍କରେ ମିନ୍ତ୍ରାର ରେଭେନ୍ୟୁ ଆଣ୍ଡ ଗ୍ରୋଥ୍ ବିଭାଗର ମୁଖ୍ୟ ଭାରତ କୁମାର କହିଛନ୍ତି, “ ଇଓଆରଏସ ଭାରତର ଫ୍ୟାଶନ କ୍ୟାଲେଣ୍ଡର କ୍ଷେତ୍ରରେ ଏକ ପରିଭାଷିତ ମୁହୂର୍ତ ହେବା ଜାରି ରଖିଛି। ଇଓଆରଏସ-୨୩ ସହ ଆମେ ଗ୍ରାହକଙ୍କୁ ଚମତ୍କାର ମୂଲ୍ୟରେ ଟ୍ରେଣ୍ଡ-ଫର୍‌ୱାର୍ଡ ଷ୍ଟାଲଇର ଏକ ବିସ୍ତୃତ ଚୟନ ପ୍ରଦାନ କରି ଆନନ୍ଦିତ। ଏହି ସଂସ୍କରଣ ନୂଆ ଲଂଚ, ସିଜ୍‌ନାଲ ସିଲେକ୍ସନ ଓ ସହଜ ସପିଙ୍ଗ ଅନୁଭୂତିର ଏକ ଦୃଢ ସମ୍ମିଶ୍ରଣକୁ ଏକାଠି କରିଛି, ଯାହା ହାଇପର-ସ୍ପିଡ ଡେଲିଭରି ଓ ଟେକ୍ନୋଲୋଜି-ଚାଳିତ ନିମଜ୍ଜିତ ଡିସ୍କଭରି ଫର୍ମାଟ ଦ୍ୱାରା ସମର୍ଥିତ ଅଟେ। ବର୍ଷ ଶେଷର ବିବାହ, ପାର୍ବଣ ସମାରୋହ, ଶୀତକାଳିନ ଅପ୍‌ଡେଟ, ଭ୍ରମଣ ଯୋଜନା ଓ ଉପହାର ମୁହୂର୍ତଗୁଡିକର ଏକ ପ୍ୟାକ୍‌ଡ କ୍ୟାଲେଣ୍ଡର ପାଇଁ ଗ୍ରାହକମାନେ ପ୍ରସ୍ତୁତ ହେଉଥିବାରୁ, ଇଓଆରଏସ-୨୩କୁ ସଠିକ ମୂଲ୍ୟରେ ସଠିକ ଚୟନ ସହିତ ଏଭଳି ବିବିଧ ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜାଇନ କରାଯାଇଛି, ଯାହା ପ୍ରତ୍ୟେକ ସପର୍ ଯେପରି ନିଜ ଅବସର ସହ ଉପଯୁକ୍ତ ଭାବେ ମେଳ ଖାଉଥିବା ସମସ୍ତ ଉତ୍ପାଦ ପାଇପାରିବେ ତାହା ନିଶ୍ଚିତ କରିଥାଏ।”

ଏହି ଇଭେଂଟର ବ୍ୟାପକତା ସ୍ୱତନ୍ତ୍ର, ଟ୍ରେଣ୍ଡି ଫ୍ୟାଶନ ଓ ବିୟୁଟି ସଲ୍ୟୁଶନକୁ ଅନ୍ୱେଷଣ କରିବା ପାଇଁ ଆଗ୍ରହୀ ପ୍ରଥମ ଥରର ସପରଙ୍କ ସମେତ ଲକ୍ଷ ଲକ୍ଷ ଗ୍ରାହକଙ୍କ ନିକଟରେ ପହଂଚିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ସହ ବ୍ରାଣ୍ଡଗୁଡିକୁ ଉପସ୍ଥାପନ କରିଛି।

ଇଓଆରଏସ-୨୩ ଉପରେ ଉତ୍ସାହଜନକ ବ୍ୟାଙ୍କ ଅଫର

୧. ଆଇସିଆଇସିଆଇ, ଆରବିଏଲ – ୧୦% ତତ୍କାଳ ରିହାତି
୨. ପେଟିଏମ ୟୁପିଆଇ – ୟୁପିଆଇ ଉପରେ ନିଶ୍ଚିତ କ୍ୟାଶବ୍ୟାକ
୩. ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ ଉପରେ ଫ୍ଲାଟ ୭.୫% କ୍ୟାଶବ୍ୟାକ

ଆବିଷ୍କାର ଓ ଯୋଗଦାନକୁ ଉନ୍ନତ କରିବା ପାଇଁ ମିନ୍ତ୍ରା ଏହାର ବିସ୍ତୃତ ସାମାଜିକ ବାଣିଜ୍ୟିକ ଇକୋସିଷ୍ଟମକୁ ଉପଯୋଗ କରିବା ଜାରି ରଖିବ। ଦେଶର ଇନ୍‌ଫ୍ଲୁଏନ୍ସର ଓ କ୍ରିଏଟରମାନେ ଥିମ୍‌ଡ ଏହି ଋତୁ ପାଇଁ ନିର୍ମିତ ଥିମ୍‌ଡ ଲୁକ ଓ ଷ୍ଟାଇଲିଂ ପ୍ରେରଣା ସୃଷ୍ଟି କରିବେ। ଏଭଳି ଫର୍ମାଟଗୁଡିକ ଜେନ୍ ଜି ଓ ମିଲେନିଆଲଙ୍କଠାରୁ ମଜବୁତ ଅଂଶଗ୍ରହଣ ପରିଲକ୍ଷିତ କରିବା ଜାରି ରଖିଛି, ଯାହା ଅନ୍ତର୍ନିହିତ, ମନୋରଞ୍ଜନ-ଚାଳିତ ସପିଙ୍ଗ ଯାତ୍ରାଗୁଡିକୁ ଆଗକୁ ବଢାଇବାରେ ମିନ୍ତ୍ରାର ନେତୃତ୍ୱକୁ ସୁଦୃଢ କରିଛି। ଏହାବ୍ୟତୀତ ଇଓଆରଏସ ସମୟରେ ଆସିବାକୁ ଥିବା ଅଧିକ ଚାହିଦା ଦେଶବ୍ୟାପୀ ହଜାର ହଜାର ଡେଲିଭରି ପାର୍ଟନରଙ୍କ ଆୟ ସୁଯୋଗକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।


Spread the love

Leave A Reply

Your email address will not be published.