wildlife in odisha ଓଡିଶାର ଗର୍ବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଅତିଥିଙ୍କୁ ଆମନ୍ତ୍ରଣ କରୁଛି ନନ୍ଦନକାନନ

Spread the love

ଢେଙ୍କାନାଳ,୧୯/୩;ଏହି  ନନ୍ଦନକାନନ (nandankana) ଓଡିଶାର ଗର୍ବ ଏବଂ ଭାରତର ଏକ ପ୍ରମୁଖ ବନ୍ୟପ୍ରାଣୀ (wildlife)ଇଦ୍ୟାନ ଭାବେ ପରିଚିତା ପ୍ରାକୃତିକ ସୌନ୍ଦର୍ଯ୍ୟ, ବନ୍ୟଜନ୍ତୁ ସଂରକ୍ଷଣ ଓ ପର୍ଯ୍ୟଟନର ସମନ୍ୱୟ ରାଜ୍ୟ ସମେତ ଦେଶସ୍ତରରେ ଏକ ପରିଚୟ ସୃଷ୍ଟି କରିଛିା ପର୍ଯ୍ୟଟକଙ୍କ ଭିଡ ବୃଦ୍ଧି ସହ ପ୍ରାଣୀ ଉଦ୍ୟାନ ପୁଣିଥରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛିା ଏହାକୁ ନେଇ ପ୍ରିୟଙ୍କା ପ୍ରିୟଦର୍ଶିନୀ ବୀରଙ୍କ ସ୍ୱତନ୍ତ୍ର ଉପସ୍ଥାପନ।।

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସ୍ଥାପନା ୧୯୬୦ ମସିହା ଡିସେମ୍ବର ୨୯ରେ ହୋଇଥିଲ।। ଆରମ୍ଭରୁ ଏହା ବନ୍ୟପ୍ରାଣୀ ସଂରକ୍ଷଣ ସହିତ ସୁଗମ ପ୍ରାକୃତିକ ପରିବେଶ ହୋଇରହିଛିା ଏଠାରେ ସିଂହ, ହାତୀ, ଭାଲ୍ଲୁ, ଗଣ୍ଡା, ହରିଣ, ଚିତାବାଘ,ଘଡିଆଳ କୁମ୍ଭୀର, ଜେବ୍ରା, ଜିରାଫ, ସିମ୍ପାଜି, ରୟାଲ ବେଙ୍ଗଲ ବାଘ, ଓରାଙ୍ଗ ଓଟାନ ଓ ଲଙ୍ଗୁର ଆଦି ବିଭିିନ୍ନ ପ୍ରଜାତିର ପ୍ରାଣୀ ଅଛନ୍ତିା ସେହିପରି ସରୀସୃପ ଉଦ୍ୟାନରେ ସାପ, ଗୋଧି, କୋବ୍ରା, ଅଜଗର, ଇଗୁଆନା ଦେଖିବାକୁ ମିଳୋ ବିଶେଷକରି ଧଳା ବାଘ ପାଇଁ ନନ୍ଦନକାନନ ଦେଶ-ବିଦେଶରେ ପରିଚିତା ନନ୍ଦନକାନନ କେବଳ ଏକ ଚିଡିଆଖାନା(ZOO) ନୁହେଁ, ଏହା ଜୈବ ବିବିଧତାର କେନ୍ଦ୍ର ମଧ୍ୟା ଏଠାରେ ପ୍ରାଣୀମାନଙ୍କୁ ପ୍ରାକୃତିକ ପରିବେଶ ସଦୃଶ ଅଞ୍ଚଳରେ ରଖାଯାଏ, ଯାହା ତାଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ଉପଯୋଗୀା ଚିଡିଆଖାନାର କର୍ତ୍ତୁପକ୍ଷଙ୍କ ଦ୍ୱାରା ନିୟମିତ ଭାବେ ପ୍ରାଣୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଖାଦ୍ୟ ଓ ସୁରକ୍ଷା ବ୍ୟବସ୍ଥା କରାଯାଇଛିା ଏହା ସହ ବନ୍ୟପ୍ରାଣୀ ସଂରକ୍ଷଣ (forest vibes)ପ୍ରତି ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରାଯାଏା


ପର୍ଯ୍ୟଟକଙ୍କ (tourist)ଆକର୍ଷଣ ବଢାଇବା ପାଇଁ ନନ୍ଦନକାନନରେ ବୋଟିଂ ସେବା,ସଫାରି ସେବା,ବ୍ୟାଖ୍ୟା କେନ୍ଦ୍ର ଓ ରୋପୱେ ବ୍ୟବସ୍ଥା ରହିଛିା ନୀଳକଣ୍ଠେଶ୍ୱର ହ୍ରଦରେ ବୋଟିଂ(boating)ପର୍ଯ୍ୟଟକଙ୍କୁ ବହୁ ଆନନ୍ଦ ଦେଇଥାଏା ସେଥିସହ ଜଙ୍ଗଲ ଭିତରେ ପ୍ରାଣୀମାନଙ୍କୁ (animal)ସ୍ୱାଭାବିକଭାବେ ବୁଲି ଦେଖିବାର ଅନୁଭୂତି ସ୍ୱତନ୍ତ୍ର ଅଟୋ ନନ୍ଦନକାନନର ଗୁରୁତ୍ୱ କେବଳ ପର୍ଯ୍ୟଟନରେ ସୀମିତ ନୁହେଁ,ଏହା ଗବେଷଣା କ୍ଷେତ୍ରରେ ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରା

Nandankan is full of nature and peace.

A beautiful day with green and wild life


Spread the love

Leave A Reply

Your email address will not be published.