ଭୁବନେଶ୍ୱର : ଜିନ୍ଦଲ ପାନ୍ଥର, ଜିନ୍ଦଲ ଷ୍ଟିଲର ରିଟେଲ ବ୍ରାଣ୍ଡ ପକ୍ଷରୁ ଆଜି ଭୁବନେଶ୍ୱରରେ ‘ଶାନ୍ତ ସିଟି, ସେଫ ସିଟି’ ଅଭିଯାନର ଶୁଭାରମ୍ଭ କରାଯାଇଛି । ସହରର ୮୭% ବାସିନ୍ଦା ଟ୍ରାଫିକ୍ ଶବ୍ଦକୁ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ବୋଲି ମାନୁଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିବା ପରେ ଏହି ପଦକ୍ଷେପ ନିଆଯାଇଛି । ଏହି ଅଭିଯାନର ଲକ୍ଷ୍ୟ ହେଉଛି ସହରାଂଳର ଦୁଇଟି ପ୍ରମୁଖ ସମସ୍ୟା ଶବ୍ଦ ପ୍ରଦୁଷଣ ଏବଂ ସଡ଼କ ସୁରକ୍ଷାକୁ ମୁକାବିଲା କରିବା । ଏହି ବିଷୟରେ ଗଭୀର ଅନୁଧ୍ୟାନ ପାଇଁ ଜିନ୍ଦଲ ପାନ୍ଥର ୟୁଗଭ୍ ସହ ମିଶି ଭୁବନେଶ୍ୱରରେ ଏକ ସର୍ଭେ କରିଥିଲା, ଯାହା ଶବ୍ଦ ପ୍ରଦୁଷଣ କିଭଳି ଜନଜୀବନ ଏବଂ ଶାରୀରିକ ସୁସ୍ଥତା ଉପରେ ପ୍ରଭାବ ପକାଉଛି, ତାହାର ଏକ ଚିନ୍ତାଜନକ ଚିତ୍ର ପ୍ରଦାନ କରିଛି ।
ଅଭିଯାନ ସମ୍ପର୍କରେ ମତବ୍ୟକ୍ତ କରି ଗୌତମ ମାଲହୋତ୍ରା, ସିଇଓ, ଜିନ୍ଦଲ ଷ୍ଟିଲ କହିଛନ୍ତି, “ଭାରତୀୟ ସହର ଗୁଡ଼ିକରେ ଟ୍ରାଫିକର ଘନତ୍ୱ ବୃଦ୍ଧି ପାଇଛି, ତଥାପି ଶବ୍ଦ ପ୍ରଦୁଷଣ ସହରୀ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପାଇଁ ଏକ ବଡ଼ ବିପଦ ହୋଇ ରହିଥିଲେ ମଧ୍ୟ ଏହା ଉପରେ ଆଲୋଚନା ଖୁବ୍ କମ୍ ହେଉଛି । ‘ଶାନ୍ତ ସିଟି, ସେଫ ସିଟି’ ହେଉଛି ଏହି ଆଲୋଚନାରେ ସାଧାରଣ ଜନତାଙ୍କୁ ସାମିଲ କରିବାର ଏକ ବଡ଼ ପ୍ରୟାସ । ଭୁବନେଶ୍ୱରର ନାଗରିକମାନଙ୍କୁ ଆମେ ଏହି ଅଭ୍ୟାସଗତ ଅସ୍ୱାସ୍ଥ୍ୟକର ପରିବେଶ ବିଷୟରେ ସଚେତନ କରିବା ସହିତ ରାସ୍ତାରେ କିଭଳି ଅଧିକ ଦାୟିତ୍ୱବାନ ହୋଇପାରିବା, ତାହା ଆମେ ଜଣାଇବାକୁ ଚାହୁଁ। ଏହାର କାରଣ ଏକ ମଜବୁତ ସହର ଆମ ସମସ୍ତଙ୍କର ଦାୟିତ୍ୱପୂର୍ଣ କାର୍ଯ୍ୟ ଦ୍ୱାରା ହିଁ ଗଠିତ ହୋଇଥାଏ ।”
ଭୁବନେଶ୍ୱରରେ ବଢୁଥିବା ଶବ୍ଦ ପ୍ରଦୂଷଣକୁ ନେଇ ଜିନ୍ଦଲ ପାନ୍ଥର ଏକ ଗୁରୁତ୍ୱପୂର୍ଣ୍ଣ ସର୍ଭେ କରିଛି। ଏହି ଅନୁସାରେ, ସହରର ୮୬% ଲୋକ ମାନନ୍ତି ଯେ ଗତ ୨-୩ ବର୍ଷରେ ଗାଡ଼ିମଟରର ଶବ୍ଦ ବହୁତ ବଢ଼ିଯାଇଛି। ଏହି ଶବ୍ଦ ଯୋଗୁଁ ୯୪% ବାସିନ୍ଦା ସବୁବେଳେ ବିରକ୍ତି ଅନୁଭବ କରୁଥିବା ବେଳେ ୯୧% ଲୋକ ମାନସିକ ଚାପ ଓ ଏକାଗ୍ରତା କମିବା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ପ୍ରବଳ ଶବ୍ଦ ଯୋଗୁଁ ୭୧% ଲୋକ ଦୁର୍ଘଟଣାର ଶିକାର ହେବାରୁ ଅଳ୍ପକେ ବର୍ତିଯାଇଛନ୍ତି ଏବଂ ୩୮% ଲୋକ ପ୍ରକୃତରେ ଦୁର୍ଘଟଣାର ସ୍ୱୀକାର ହୋଇଛନ୍ତି।
ବିପଦର ଚିହ୍ନଟ ସତ୍ୱେ, ୬୪% ଦାୟିତ୍ୱବାନ ବ୍ୟକ୍ତିମାନେ ମତବ୍ୟକ୍ତ କରି କହିଛନ୍ତି, ଭୁବନେଶ୍ୱରରେ ଟ୍ରାଫିକର କୋଳାହଳତା ଭୁବନେଶ୍ୱରର ଦୈନନ୍ଦିନ ଜୀବନ ଏକ ସାଧାରଣ ଅଂଶବିଶେଷ ହୋଇଯାଇଛି । ତଥାପି, ଲୋକମାନେ ଏହାର ସଂସ୍କାର ପାଇଁ ଦୃଢ଼ ଭାବରେ ସମର୍ଥନ କରିଛନ୍ତି: ପାଖାପାଖୂ ୭୦% ଲୋକ ବିଶ୍ୱାସ କରନ୍ତି ଯେ ଶବ୍ଦ ପ୍ରଦୂଷଣ କମିଲେ ଦୁର୍ଘଟଣା ଏବଂ ମୃତ୍ୟୁହାର ହ୍ରାସ ପାଇବ ଏବଂ ୫୮% ଲୋକ ଶାନ୍ତ ସହରକୁ ମାନସିକ ଚାପମୁକ୍ତ ଏବଂ ପଥଚାରୀଙ୍କ ପାଇଁ ନିରାପଦ ବୋଲି ମାନନ୍ତି ।‘ଶାନ୍ତ ସିଟି, ସେଫ ସିଟି’ ଏହି ଅଭିଯାନ ମାଧ୍ୟମରେ ପ୍ରଭାବଶାଳୀ ପରିବର୍ତ୍ତନ ଆଣିବା ପାଇଁ ଅଧୂକ ଟ୍ରାଫିକ ଥିବା ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ, ରେଡ଼ିଓ ବିଜ୍ଞାପନ ଏବଂ ଗୋଷ୍ଠୀଗତ ଅଂଶଗ୍ରହଣ ଭଳି ଅନେକଗୁଡ଼ିଏ ପଦକ୍ଷେପ ନିଆଯିବ । ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ପରବର୍ତୀ ସମୟରେ ଜିନ୍ଦଲ ପାନ୍ଥର ଦେଶର ଅନ୍ୟାନ୍ୟ ଦ୍ୱିତୀୟ ସ୍ତରୀୟ ସହର ଗୁଡ଼ିକୁ ସମ୍ପ୍ରସାରଣ କରିବ । ୟୁଗଭ୍ ଭୁବନେଶ୍ୱରରେ ୧୮-୬୫ ବର୍ଷ ବୟସ୍କ ପ୍ରାୟ ୩୬୫ ଜଣ ଯାନବାହନ ମାଲିକ ତଥା ଯାତ୍ରୀଙ୍କୁ ନେଇ ଏକ ସର୍ଭେ କରିଥିଲା।
Prev Post