ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡ଼ିଶାର ମିଶନ ନିର୍ଦ୍ଦେଶିକା ଡଃ. ଡି ବୃନ୍ଦାଙ୍କ ୧୦୮ ଆମ୍ବୁଲାନ୍ସ ପରିଚାଳନା କେନ୍ଦ୍ର ପରିଦର୍ଶନ
ଭୁବନେଶ୍ୱର : ଜାତୀୟ ସ୍ବାସ୍ଥ୍ୟ ମିଶନ, ଓଡ଼ିଶାର ମିଶନ ନିର୍ଦ୍ଦେଶିକା ଡଃ. ଡି ବୃନ୍ଦା ଏବଂ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଦଳ ୧୦୮ ଆମ୍ବୁଲାନ୍ସ ପରିଚାଳନା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନରେ ଆମ୍ବୁଲାନ୍ସ ପରିଚାଳନା ପ୍ରକ୍ରିୟାରେ କିପରି ରୋଗୀଙ୍କ ଠାରୁ କଲ୍ ଆସୁଚି ଏବଂ କିପରି ଆମ୍ବୁଲାନ୍ସ ପହଞ୍ଚୁଛି ତାର ଆରମ୍ଭରୁ ଶେଷ ଯାଏଁ ପ୍ରକ୍ରିୟା ବୁଝିବା ସହ କେମିତି କମ୍ ସମୟ ମଧ୍ୟରେ ରୋଗୀ ପାଖରେ ଆମ୍ବୁଲାନ୍ସ ପହଞ୍ଚିପାରିବ ସେହି ଉପରେ ଅଧିକ ତଦାରଖ କରିଛନ୍ତି ।
ଏହା ବ୍ୟତୀତ ଜିଲ୍ଲାସ୍ତରରେ ପ୍ରଶାସନିକ ଓ ମେଡିକାଲ୍ ଅଧିକାରୀଙ୍କ ସହ ନିୟମିତ ଆଲୋଚନା ଏବଂ ଉତ୍ତମ ବୁଝାମଣା ରଖି ରୋଗୀ ସେବାକୁ କିପରି ଆହୁରି ତ୍ୱରାନ୍ୱିତ କରାଯାଇପାରିବ ସେ ଉପରେ ଗୁରୁତ୍ଵ ଦେବା ପାଇଁ ପରାମର୍ଶ ଦେଇଛନ୍ତି। ଶେଷରେ ୧୦୮ କଲ ସେଣ୍ଟରର କାର୍ଯ୍ୟଦକ୍ଷତା ଉପରେ ସନ୍ତୁଷ୍ଟି ବ୍ୟକ୍ତ କରିବା ସହ କଲ୍ ସେଣ୍ଟର୍ ରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟ ପ୍ରତି ନିଷ୍ଠା ଏବଂ ସେବା ମନୋଭାବ ପାଇଁ ସାଧୁବାଦ୍ ଜଣାଇଛନ୍ତି।