ସୋନି ଲିଭ୍‌ରେ ନୀଳମାଧବ ପଣ୍ଡାଙ୍କ ‘ଦ ଜେଙ୍ଗାବୁରୁ କର୍ସ’

Spread the love

ଭୁବନେଶ୍ୱର : ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓ ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଯୋଜକ ଓ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଭାରତର ପ୍ରଥମ କ୍ଲାଇମେଟ୍ ଫିକ୍ସନ (କ୍ଲି-ଫି) ଥ୍ରିଲର ସିରିଜ୍ ‘ଦ ଜେଙ୍ଗାବୁରୁ କର୍ସ’ର ରିଲିଜ୍ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏହି ସିରିଜ୍ ଆସନ୍ତା ଅଗଷ୍ଟ ୯ ତାରିଖ ୨୦୨୩ରୁ କେବଳ ସୋନି ଲିଭ୍ ଆପ୍‌ରେ ଷ୍ଟ୍ରିମ୍ ହେବ । ଓଡିଶାର ଏକ ଛୋଟିଆ ସହର ଉପରେ ପର୍ଯ୍ୟବେସିତ ଏହି ସିରିଜ୍ ଲଣ୍ଡନ୍‌ରେ ରହୁଥିବା ଜଣେ ଆର୍ଥିକ ବିଶ୍ଳେଷକ ପ୍ରିୟା ଦାସଙ୍କ କାହାଣୀ ଉପରେ ଆଧାରିତ । ଯେତେବେଳେ ତାଙ୍କ ପିତା ପ୍ରଫେସର ଦାସ ହଠାତ୍ ନିଖୋଜ ହୋଇଯାଆନ୍ତି, ଏହା ପ୍ରିୟାଙ୍କୁ ଓଡିଶା ଫେରିବାକୁ ବାଧ୍ୟ କରେ । ପ୍ରିୟା ତାଙ୍କ ପିତାଙ୍କୁ ଖୋଜିବା ସମୟରେ ଏକାଧିକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ପାଆନ୍ତି ଯାହା ସ୍ଥାନୀୟ ବୋଣ୍ଡିଆ ଆଦିବାସୀ ଓ ଖଣି ରାଜ୍ୟ ଓଡିଶା ମଧ୍ୟରେ ଏକ ଅସାଧାରଣ ସଂଯୋଗକୁ ଉନ୍ମୋଚନ କରିଥାଏ ।

ଦ ଜେଙ୍ଗାବୁରୁ କର୍ସ ମାଧ୍ୟମରେ ନୀଳମାଧବ ପଣ୍ଡା ଓଟିଟି ପ୍ଲାଟ୍‌ଫର୍ମରେ ଡେବ୍ୟୁ କରିଛନ୍ତି । ଷ୍ଟୁଡିଓ ନେକ୍ସଟ୍ ଦ୍ୱାରା ପ୍ରାୟୋଜିତ ଦ ଜେଙ୍ଗାବୁରୁ କର୍ସକୁ ନୀଳମାଧବ ପଣ୍ଡା ନିର୍ଦ୍ଦେଶନା ଦେଇଥିବା ବେଳେ ମୟଙ୍କ ତିୱାରୀ ଏହାର ଲେଖକ ଅଟନ୍ତି ଏବଂ ପାଉଲୋ ପେରେଜ ଡିଓପି ଭାବେ କାର୍ଯ୍ୟ କରିଛନ୍ତି । ଅଳକାନନ୍ଦା ଦାସଗୁପ୍ତା ଓ ଦୂର୍ଗା ପ୍ରସାଦ ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଏହି ସିରିଜ୍‌ର ପ୍ରଡକ୍ସନ ଡିଜାଇନର ଅଟନ୍ତି । ଏହି ସିରିଜ୍‌ରେ ଫରିଆ ଅବ୍‌ଦୁଲ୍ଲା, ନସିର ମକରନ୍ଦ ଦେଶପାଣ୍ଡେ, ସୁଦେବ ନାୟର, ଦୀପକ ସମ୍ପତ୍ ଓ ହିତେଶ ଦାବେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ମତବ୍ୟକ୍ତ କରି କ୍ରିଏଟର ଏବଂ ଡାଇରେକ୍ଟର ଶ୍ରୀ ନୀଳମାଧବ ପଣ୍ଡା କହିଛନ୍ତି, ‘ଦ ଜେଙ୍ଗାବୁରୁ କର୍ସ ହେଉଛି ପ୍ରଥମ ଭାରତୀୟ କ୍ଲାଇମେଟ୍ ଫିକ୍ସନ ଥ୍ରିଲର ସିରିଜ୍ । ଏହା ମନୁଷ୍ୟ ଦ୍ୱାରା ପ୍ରାକୃତିକ ସମ୍ପଦଗୁଡିକର ନିରନ୍ତର ସନ୍ଧାନର ପ୍ରତିକ୍ରିୟାକୁ ଗଭୀର ଭାବେ ଉପସ୍ଥାପନ କରିଛି ଏବଂ ଏହାର ଭୟଙ୍କର ପରିଣାମକୁ ପରିପ୍ରକାଶ କରିଛି । ଜେଙ୍ଗାବୁରୁ ମାଧ୍ୟମରେ ଆମର ଲକ୍ଷ୍ୟ ହେଉଛି ଦର୍ଶକଙ୍କୁ ମନୋରଞ୍ଜନ ପ୍ରଦାନ କରିବା ଏବଂ ପରିବେଶ ସଂରକ୍ଷିତ ରଖିବାର ଆବଶ୍ୟକତା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ।’


Spread the love

Leave A Reply

Your email address will not be published.