ଭୁବନେଶ୍ୱର : ଦୀପାବଳିର ଶୁଭ ଅବସରକୁ ପାଳନ କରିବା ପାଇଁ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ (ଏନଏସଇ) ପକ୍ଷରୁ ଗତ ଅକ୍ଟୋବର ୨୧ ତାରିଖ ୨୦୨୫ ଅପରାହ୍ନରେ ଏକ ସ୍ୱତନ୍ତ୍ର ମୁହୁରତ ଟ୍ରେଡିଂ ସେଶନର ପରିଚାଳନା କରାଯାଇଥିଲା । ଏହି ଅଧିବେଶନ ନୂଆ ହିନ୍ଦୁ ଆର୍ଥିକ ବର୍ଷ ବିକ୍ରମ ସମ୍ଭତ ୨୦୮୨ର ଆରମ୍ଭର ବାର୍ତା ଦେଉଛି । ଏହି ଅବସରରେ ଏନଏସଇର ଏମଡି ଓ ସିଇଓ ଶ୍ରୀ ଆଶିଷ କୁମାର ଚୌହାନ କହିଛନ୍ତି, “ମୁହୁରତ ଟ୍ରେଡିଂ ବିଶ୍ୱାସ, ଜ୍ଞାନ ଓ ଶୃଙ୍ଖଳା ସମେତ ଆମର ଆର୍ଥିକ ଯାତ୍ରାକୁ ନୂଆ ରୂପ ଦେଉଥିବା ମୂଲ୍ୟବୋଧଗୁଡିକ ଉପରେ ଧ୍ୟାନ ଦେବାର ଏକ ସମୟ । ନିବେଶ କରିବା କେବଳ ସମ୍ପତି ସୃଷ୍ଟି କରିବା ସମ୍ପର୍କିତ ନୁହେଁ ବରଂ ଭାରତର ଉଲ୍ଲେଖନୀୟ ଆର୍ଥିକ ଅଭିବୃଦ୍ଧି କାହାଣୀରେ ଅଂଶଗ୍ରହଣ କରିବା ସହ ଜଡିତ ଅଟେ । ଅଧିକରୁ ଅଧିକ ଲୋକ ପୁଞ୍ଜି ବଜାରରେ ପ୍ରବେଶ କରୁଥିବାରୁ ନିବେଶକ ସଚେତନତା ଓ ସୂଚିନ୍ତିତ ନିଷ୍ପତି ଗ୍ରହଣ ଆତ୍ମବିଶ୍ୱାସ ସ୍ଥାପନ କରିବା ଓ ସ୍ଥାୟୀ ଦୀର୍ଘାବଧି ସମୃଦ୍ଧି ବଜାୟ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ।”
ସେ ଆହୁରି ମଧ୍ୟ କହିଛନ୍ତି, “ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜରେ ଆମେ ଏକ ସ୍ୱଚ୍ଛ ଓ ସମାବେଶୀ ପରିବେଶ ବିକଶିତ କରିବା ପାଇଁ ପ୍ରତିବଦ୍ଧ ରହିଛୁ ଯେଉଁଠାରେ ପ୍ରତ୍ୟେକ ନିବେଶକ ବିଶ୍ୱାସ ଓ ଦାୟିତ୍ୱ ସହ ଆଗକୁ ବଢିପାରିବେ । ଆମେ ନୂତନ ଆରମ୍ଭର ଉତ୍ସାହକୁ ପାଳନ କରୁଥିବାରୁ ଜ୍ଞାନ ଆମର ପସନ୍ଦଗୁଡିକୁ ମାର୍ଗଦର୍ଶନ ଦେବା ସହ ଆମର ସଫଳତାକୁ ନୂଆ ରୂପ ପ୍ରଦାନ କରୁ ।” ପ୍ରତିବର୍ଷ ଦୀପାବଳିରେ ଭାରତୀୟ ଷ୍ଟକ ବଜାରଗୁଡିକ ଏକ ପରମ୍ପରାର ପାଳନ କରିଥାନ୍ତି ଯାହା ସଂସ୍କୃତି, ବିଶ୍ୱାସ ଅର୍ଥକୁ ଏକତ୍ରିତ କରିଥାଏ । । ମୁହୁରତ ଟ୍ରେଡିଂ ହିନ୍ଦୁ କ୍ୟାଲେଣ୍ଡରରେ ଏକ ଶୁଭ ସମୟକୁ ଚିହ୍ନିତ କରିଥାଏ, ସମୃଦ୍ଧି, ସଫଳତା ଓ ସକାରାତ୍ମକ ଆରମ୍ଭକୁ ସୂଚିତ କରିଥାଏ । ଏହି ଦିନ ଏନଏସଇ ଏକ ଘଂଟାର ସ୍ୱତନ୍ତ୍ର ଟ୍ରେଡିଂ ସେଶନ ପାଇଁ ଏହାର ଦ୍ୱାର ଖୋଲିଥାଏ, ଯାହା ନିବେଶକଙ୍କୁ ଟୋକନ କାରବାର କରିବା ପାଇଁ ଅନୁମତି ଦେଇଥାଏ । ଅନେକ ପିଢି ହେବ ବ୍ୟବସାୟ ପରିବାରଗୁଡିକ ନୂଆ ଆକାଉଂଟ ବୁକ୍ ଖୋଲି ଓ ଉତମ ଭାଗ୍ୟର ଏକ ପ୍ରତୀକ ଭାବେ ଛୋଟ ନିବେଶ କରି ଦେବୀ ଲକ୍ଷ୍ମୀଙ୍କୁ ସ୍ୱାଗତ କରିଥାନ୍ତି । ଆଜି ମଧ୍ୟ ଏହି ପ୍ରତୀକାତ୍ମକ ପରମ୍ପରା ଜାରି ରହିଛି ଯାହା ଭାରତର ଅଭିବୃଦ୍ଧି କାହାଣୀରେ ଆତ୍ମବିଶ୍ୱାସକୁ ପ୍ରତିଫଳନ କରୁଛି ।