ରାଜ୍ୟରେ ବଢୁଛି ଦାଦନ ସଂଖ୍ୟା,ବର୍ଷକରେ ବଢିଲେ 22 ହଜାର ଦାଦନ

Spread the love

ଭୁବନେଶ୍ଵର,୧୦/୦୩: ରାଜ୍ୟରେ ଦିନକୁ ଦିନ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢୁଥିବା ଚିନ୍ତାଜନକ ପରିସ୍ଥିତି ସାମ୍ନାକୁ ଆସିଛି। ବର୍ଷକରେ ପ୍ରାୟ ୨୨ ହଜାର ଦାଦନ ଶ୍ରମିକ ସଂଖ୍ୟା ବୃଦ୍ଧି ପାଇଥିବା ସୂଚନା ମିଳିଛି। ଏହି ତଥ୍ୟ ବିଧାନସଭାରେ ପ୍ରଶ୍ନୋତ୍ତର ସମୟରେ ସାମ୍ନାକୁ ଆସିଛି।

ବିଜେଡି ବିଧାୟକ ଗୌତମବୁଧ ଦାସଙ୍କ ପ୍ରଶ୍ନର ଉତ୍ତରରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୨୦୨୪ ମସିହାରେ ରାଜ୍ୟରୁ ମୋଟ ୭୦,୧୪୨ ଜଣ ଓଡ଼ିଆ ଶ୍ରମିକ ଜୀବିକାର ସନ୍ଧାନରେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ। କିନ୍ତୁ ୨୦୨୫ ମସିହାରେ ଏହି ସଂଖ୍ୟା ବଢି ୯୪,୧୦୬ରେ ପହଞ୍ଚିଛି। ଅର୍ଥାତ୍ ମାତ୍ର ଗୋଟିଏ ବର୍ଷରେ ପ୍ରାୟ ୨୨ ହଜାର ଶ୍ରମିକ ଅଧିକ ଦାଦନ ଭାବେ ଅନ୍ୟ ରାଜ୍ୟକୁ ପଳାଇଯାଇଛନ୍ତି।

ଦାଦନ ପ୍ରବଣ ଜିଲ୍ଲାମାନଙ୍କ ମଧ୍ୟରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ ରହିଛି। ୨୦୨୪ ମସିହାରେ ବଲାଙ୍ଗୀରରୁ ୪୯,୯୮୮ ଜଣ ଶ୍ରମିକ ଦାଦନ ଖଟିବା ପାଇଁ ବାହାରକୁ ଯାଇଥିଲେ। ଏହି ସଂଖ୍ୟା ୨୦୨୫ ମସିହାରେ ବଢି ୬୫,୩୦୯ରେ ପହଞ୍ଚିଛି। ଏହା ଜିଲ୍ଲାରେ ରୋଜଗାର ସମସ୍ୟା ଓ ଅର୍ଥନୈତିକ ଅସୁବିଧାକୁ ସ୍ପଷ୍ଟ କରୁଛି।
ଏହା ସହ ବରଗଡ଼ ପରି କୃଷି ପ୍ରବଣ ଜିଲ୍ଲାରୁ ମଧ୍ୟ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢୁଥିବା ତଥ୍ୟ ମିଳିଛି। ସ୍ଥାନୀୟ ସ୍ତରରେ ପର୍ଯ୍ୟାପ୍ତ ରୋଜଗାର ସୁଯୋଗ ନଥିବା, ଦାରିଦ୍ର୍ୟ ଓ ଜୀବିକା ସମସ୍ୟା କାରଣରୁ ଅନେକ ଲୋକ ବାଧ୍ୟ ହୋଇ ଅନ୍ୟ ରାଜ୍ୟକୁ ଦାଦନ ଭାବେ ଯାଉଥିବା କଥା ସାମ୍ନା କୁ ଆସିଛି।


Spread the love

Leave A Reply

Your email address will not be published.