Nuture Ecology ଭିତରକନିକା: ପ୍ରକୃତି ପ୍ରେମୀଙ୍କ ପାଇଁ ସ୍ୱର୍ଗ

Spread the love

Nuture Ecology ଓଡିଶା କେନ୍ଦ୍ରାପଡା ଜିଲ୍ଲାରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପଲଟିଛି ୲ ପ୍ରକୃତିର ମନୋରମ ଦୂଶ୍ୟ, ଲୁଣା ଜଙ୍ଗଲ, (mangrove forest),ଭିତରକନିକା ନଦୀରେ କୁମ୍ଭିର ମାନଙ୍କ ଭ୍ରମଣ ଓ ବିଭିନ୍ନ ଜୀବଜନ୍ତୁ,ପକ୍ଷୀ ଆଦି ସବୁ ରୁତୁରେ ପର୍ଯ୍ୟଟକ ମାନଙ୍କ ପାଇଁ ଆକର୍ଷଣ ସାଜିଛି ୲ ବିଶେଷ କରି ପର୍ଯ୍ୟଟକ ମାନଙ୍କୁ ଛାଡିଦେଲେ, କବି, ଲେଖକ ଙ୍କ ଲେଖିବା ପାଇଁ ବହୁ ସୁଯୋଗ ରହିଛି ୲ ଭିତରକନିକା ରେ ମୋର ଦୁଇ ଦିନର ରହଣି ମୋ ଜୀବନ ରେ ବିଶେଷ ଅନୁଭବ ଆଣିଛି ୲

ନଭେମ୍ବର ମାସ ୬ ତାରିଖ ଦିନ ଭାରତୀୟ ଜଣ ସଂଚାର ସଂସ୍ଥା ଓ ୟୁଏନଡିପି (UNDP) ସହାୟତାରେ ଆମେ ୧୫ ଜଣ ଛାତ୍ର ଛାତ୍ରୀ ଭିତରକନିକା ବୁଲିବା ପାଇଁ ଯାତ୍ରା ଆରମ୍ଭ କରିଥିଲୁ ଏବଂ ସକାଳ ୧୦ ଟା ବେଳେ ରାଜନଗର ବନଖଣ୍ଡ ଲୁଣା ଜଙ୍ଗଲ ରେ (Divisional forest office) ପହଞ୍ଚିବା ପରେ ଆମକୁ ଡିଏଫଓ (DFO) ଓ ୟୁଏନଡିପି (UNDP) ର ଗବେଷକ ମାନେ ଆମକୁ ଭିତର କନିକାଭିତରେ ଥିବା ପଶୁ , ପକ୍ଷୀ, କୁମ୍ଭୀର ଓ ଲୁଣା ଜଙ୍ଗଲ ପ୍ରକୃତି ଉପରେ ବହୁ ସୂଚନା ଦେଇଥିଲେ ୲ ବିଶେଷ କରି ବହୁ ପକ୍ଷୀ ମାନଙ୍କର ଆଗମନ ଉପରେ ସେମାନେ ତଥ୍ଯ ପ୍ରଦାନ କରିଥିଲେ ଏବଂ କୁମ୍ଭୀର ଉପରେ ସେମାନେ ଆଲୋଚନା କରି ବହୁ ଶିକ୍ଷଣୀୟ ତଥ୍ଯ ଉପସ୍ଥାପନା କରିଥିଲେ ୲ ସୂଚନା ସବୁ ଅତି ରୋଚକ ଶୈଳୀରେ (Interesting way) କରିଥିଲେ। UNDP ର ସହଯୋଗରେ ଆମେ ଭିତରକନିକା ଭିତରେ ପହଞ୍ଚିଥିଲୁ, ଏବଂ ପହଞ୍ଚିବା ପରେ କେନ୍ଦ୍ରାପଡ଼ା ରେ ଯୋଉ ଲୁଣ ଜଙ୍ଗଲ ବା ମଂଗ୍ରୁବ (mangrove)ଜଙ୍ଗଲ ର ବାତ୍ୟା ଦାଉରୁ ଲୋକଙ୍କୁ UNDP ର ସହଯୋଗରେ ଆମେ ଭିତର କନିକା ଭିତରେ ପହଞ୍ଚିଥିଲୁ, ଏବଂ ପହଞ୍ଚିବା ପରେ କେନ୍ଦ୍ରାପଡ଼ା ରେ ଯୋଉ ଲୁଣ ଜଙ୍ଗଲ ବା ମଂଗ୍ରୁବ ଜଙ୍ଗଲ ର ବାତ୍ୟା ଦାଉରୁ ଲୋକଙ୍କୁ କିପରି ରକ୍ଷା କରାଯାଏ ଏବଂ ସେଥିରେ ଯୋଉ ଯୋଉ ମାନେ ମୁଖ୍ୟ ଭୂମିକା ନେଉଛନ୍ତି ସେଇ Climate champion ଦିଦି ମାନଙ୍କ ସହ ଆମର ଆଲୋଚନା ହୋଇଥିଲା। ଆମକୁ ବହୁତ୍ ଖୁସି ଲାଗିଲା ଯେ ୧୦୬ climate champion ୩-୪ ବର୍ଷ ହେଲା ସେମାନେ ବିଭିନ୍ନ ଲୋକ ମାନଙ୍କୁ ଲୁଣା ଜଙ୍ଗଲ ଉପରେ ବିଶେଷ କରି କଙ୍କଡା ଚାଷ ଉପରେ ,ମାଛ ଉପରେ ସୂଚନା ଦେଇଥିଲେ ।ଆମେ ମଧ୍ୟ ଖୁସି ହୋଇ ବହୁତ୍ ପ୍ରଶ୍ନ ପଚାରିଥୀଲୁ ଏବଂ ତାର ଉତ୍ତର ମଧ୍ଯ ପାଇଥିଲୁ। ସେଠାରେ ନାରୀ ମାନେ ସମାଜ ର ବହୁତ୍ ନେତୃତ୍ୱ ନେଉଛନ୍ତି ଏବଂ ବହୁତ୍ ଗୁଡେ ପରିବର୍ତ୍ତନ ଆଣିଛନ୍ତି । ଏହା ଜାଣି ଆମକୁ ବହୁତ୍ ଖୁସି ଲାଗିଲା ।ତା ପରେ ୟୁଏନଡିପି ର ଅଧିକାରୀ ମାନେ ଆମକୁ ଭିତରକନିକା ବିଷୟରେ ବହୁତ୍ ସୂଚନା ଦେବା ସହ ଲୁଣ ଜଙ୍ଗଲ ମଧ୍ୟରେ ଥିବା ସ୍କାଇଓକ୍ ମାଧମରେ ଆମକୁ ଲୁଣା ଜଙ୍ଗଲ ନର୍ସରୀ ବୁଲାଇ ନେଇଥିଲେ ୲ ସେହିପରି ପାଣି ଭିତରେ କୁମ୍ଭୀର ମାନଙ୍କର ପ୍ରାକୃତିକ ବାସସ୍ଥାନ କୁ ବୋଟ ମାଧମରେ ବୁଲାଇ ନେବା ସହ ଡକୋମେନ୍ଟରୀ (Docoments) ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ଫଟୋ ଓ ଭିଡିଓ ଉତ୍ତଳ କରିବାର ସୁଯୋଗ ଦେଇଥିଲେ। ଲୁଣା ଜଙ୍ଗଲ ର ୨୦୦୦ ରୁ ଅଧିକ ହେକ୍ଟର ଜମିରେ ସେମାନେ ପୁନରୁତ୍ଥାନ ମଧ୍ୟ କରିଛନ୍ତି ବୋଲି ଜାଣିବାକୁ ପାଇଲୁ ।ସେଇ ଲୁଣା ଜଙ୍ଗଲ ପ୍ରୋଜେକ୍ଟ ମାଧ୍ୟମରେ ସେମାନେ ବହୁତ ଲୋକଙ୍କୁ ନିଯୁକ୍ତିର ସୁଯୋଗ ଦେଇଛନ୍ତି ବୋଲି ଜାଣିବାକୁ ପାଇଲୁ ୲ ଲୁଣା ଜଙ୍ଗଲ ଲୋକମାନଙ୍କୁ ବାତ୍ୟା ସମୟରେ ପାରିଶ୍ରମିକ ଭାବେ ନିୟମିତ କାମ ଯୋଗାଇ ଦେଉଛି।ଆମେ ଏତିକି ଜାଣିଲୁ ଯେ ସବୁ ପର୍ଯ୍ୟଟକମାନେ ଥରେ ଲୁଣା ଜଙ୍ଗଲ ବୁଲିବା ଦରକାର ,ଲୁଣା ଜଙ୍ଗଲର ଭୂମିକା ପରିବେଶ ପାଇଁ କଣ ତାହା ଜାଣିବା ଦରକାର ଏବଂ ନିଜର ବ୍ୟସ୍ତ ବହୁଳ ଜୀବନ ଭିତରୁ ବାହାରି ଥରେ ପ୍ରକୃତି ବିଷୟରେ ଜାଣିବା ନିହାତି ଜରୁରୀ ବୋଲି ଆମେ ଅନୁଭବ କଲୁ।ଏଇଟା ମୋ ଜୀବନ ପାଇଁ ଏକ ଅବିସ୍ମରଣୀୟ ଅଭିଜ୍ଞତା ଯୋଡ଼ିଛି ୲ ଏଥିପାଇଁ ମୁଁ ୟୁଏନଡିପି,(UNDP) ଇରିକ୍ଟ ପ୍ରୋଜେକ୍ଟ (ECRICC Project) ଏବଂ ଆଇଆଇଏମସି (IIMC)କୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି ୲ ଏଇଟା ମୋ ପାଇଁ ଏକ ଲାଇଫ ଟାଇମ୍ experiance ୲

ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା ଜିଲ୍ଲାର ବ୍ରାହ୍ମଣୀ, ବାଇତରଣୀ ଓ ମାହାନଦୀର ମିଳନସ୍ଥଳରେ ବିସ୍ତାରିତ ଏକ ଉଜ୍ଜ୍ୱଳ ହରିତ ସମୁଦ୍ର—ଭିତରକନିକା ଜାତୀୟ ଉଦ୍ୟାନ। ଏହା କେବଳ ଗୋଟିଏ ଜଳାଞ୍ଚଳ ଜଙ୍ଗଲ ନୁହେଁ, ଏହା ହେଉଛି ପ୍ରକୃତିର ନିରବ ନାଟ୍ୟଶାଳା, ଯେଉଁଠି ପ୍ରତ୍ୟେକ ଗଛ, ପ୍ରତ୍ୟେକ ଜଳ ସ୍ପନ୍ଦନ ଓ ପ୍ରତ୍ୟେକ ପକ୍ଷୀର ପର ଛୁଆଁରେ ଜୀବନର ଗୀତ ରଚନା ହୁଏ।

ଭିତରକନିକାକୁ ଦୂରରୁ ଥରେ ଦେଖିଲେ ଲାଗେ, ଯେପରି ଏକ ସବୁଜ ଦ୍ବୀପ ରହସ୍ୟର ଦେବଲୋକ। କିନ୍ତୁ ନୌକା ଡାଙ୍ଗିରେ ଦିଆଯାଇ ଗହୀରକୁ ଆସିଲେ, ଦେଖାଯାଏ ଏଠାରେ ଜୀବନ ନିଜ ପ୍ରାକୃତିକ ଲୟରେ ଡାକୁଛି। ଜଳ ପଥଗୁଡ଼ିକ ନଦୀର ଶିଶୁ—ଜଣେ ଛୋଟ ପଥରେ ନବଜନ୍ମୀ ଶିଶୁ ଭଳି ଖେଳୁଥିବା ପରି ପାଛୁକୁ ଅଜ୍ଞାତ ଦିଗରେ ଅଦୃଶ୍ୟ ହୋଇଯାଏ।

ଏଠାରେ ମାଙ୍ଗ୍ରୋଭ ଗଛଗୁଡ଼ିକ ମାଟିକୁ ଉଠାଇ ଆକାଶକୁ ଧରି ରଖିଛି। ସେମାନେ ସମୁଦ୍ରର ନମକକୁ ଚାଲେଞ୍ଜ କରି, ପାଣିର ଯୋଜନାକୁ ବୁଝି, ନିଜକୁ ଅଟୁଟ ରଖିଛନ୍ତି। ଏହି ମାଙ୍ଗ୍ରୋଭ ହେଉଛି ପ୍ରକୃତିର ଚାଲୁଥିବା ବୈଜ୍ଞାନିକ ପାଠପୁସ୍ତକ।

ଏଠାରେ ରହୁଛନ୍ତି ପୃଥିବୀରେ ସବୁଠାରୁ ବଡ଼ ଲୁଣିଆ ମଗର—ଘରିଆଲ୍ ରାଜା। ତାଙ୍କର ଶାନ୍ତ ଦେହ ଜଳରେ ଶୁଇ ରହେ, କିନ୍ତୁ ପାଣି ଭିତରେ ଲୁଚିଛି ଏକ ଯୋଧା, ପ୍ରକୃତିର ଡର ଓ ସମ୍ମାନର ପ୍ରତୀକ।
କଞ୍ଚୁକିଆ ନଳିଆ ପକ୍ଷୀ, କଳିଆ ହାଙ୍ଗୁଡ଼ା, ବିଭିନ୍ନ ପ୍ରଜାତିର ଇଗ୍ରେଟ୍, ଓ ଶାରି ଦିନ ବେଳ ମଂଗ୍ରୋଭ ଆକାଶକୁ ସଙ୍ଗୀତ ଦିଅନ୍ତି। ପକ୍ଷୀ ନାଦ  ।

 

By-Aradhana Dash


Spread the love

Leave A Reply

Your email address will not be published.