ଜାମସେଦପୁରସ୍ଥିତ ଜୋଜୋବେରା ସିମେଂଟ୍ ପ୍ଲାଂଟ୍‌ର ୩୦ତମ ବାର୍ଷିକୀ ପାଳନ କରିଛି ନୁଭୋକୋ

Spread the love



ଭୁବନେଶ୍ୱର, ୧ ଏପ୍ରିଲ ୨୦୨୪:   ଭାରତର ୫ମ ସର୍ବବୃହତ୍ ସିମେଂଟ୍ ଗ୍ରୁପ୍ ଏବଂ ପୂର୍ବାଂଚଳ ଭାରତର ଏକ ଅଗ୍ରଣୀ ସିମେଂଟ୍ କମ୍ପାନୀ ନୁଭୋକୋ ଭିସ୍ତାସ୍ କର୍ପୋରେଶନ ଲିମିଟେଡ୍ ଏହାର  ଜୋଜୋବେରା ସିମେଂଟ୍ ପ୍ଲାଂଟ୍ (ଜେସିପି)ର ୩୦ତମ ବାର୍ଷିକୀ ପାଳନ କରିଛି । ୧୯୯୪ରେ ଏହାର ଆରମ୍ଭ ପରଠାରୁ ଜେସିପି ଦ୍ରୁତ ଗତିରେ ବିକଶିତ ହୋଇଛି ଏବଂ ନୁଭୋକୋର ସଫଳତାର କାହାଣୀରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଧାରଣ କରିଛି ।

୬.୬ ଏମ୍‌ଏମ୍‌ଟିପିଏର ଏକ ଉତ୍ପାଦନ କ୍ଷମତା ସହିତ ଜେସିପି ଏକ ଷ୍ଟେଟ୍‌-ଅଫ୍‌-ଦ-ଆର୍ଟ ମାନୁଫ୍ୟାକ୍‌ଚରିଂ ଫ୍ୟାସିଲିଟି ଭାବେ ବିକଶିତ ହୋଇଛି, ଯାହା ଏହାକୁ ଭାରତୀୟ ସିମେଂଟ୍ ଶିଳ୍ପର ଅନ୍ୟତମ ସର୍ବବୃହତ୍ କମ୍ପାନୀରେ ପରିଣତ କରିଛି । ଜେସିପି ଉଚ୍ଚ ପରିଚାଳନାଗତ ଦକ୍ଷତା ପ୍ରଦର୍ଶିତ କରୁଥିବା ଅନ୍ୟତମ ଆଦର୍ଶ ପ୍ଲାଂଟ୍ ଭାବେ ପରିଚାଳନାର ଏକ ପ୍ରତିଷ୍ଠା ହାସଲ କରିଛି । ଏହାଛଡା ଜେସିପି ଶିଳ୍ପର ଅନ୍ୟତମ ସର୍ବୋତମ ୧.୮ର  ସିମେଂଟ୍‌-ଟୁ-କ୍ଲିଙ୍କର ଅନୁପାତ ହାସଲ କରିବା ପାଇଁ ନୁଭୋକୋକୁ ସକ୍ଷମ କରିବା କ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହା ସବୁଜ ଶକ୍ତି ବ୍ୟବହାର ପାଇଁ ନିଜର ପ୍ରତିବଦ୍ଧତାକୁ ସୁଦୃଢ କରିଛି, ଯାହା କମ୍ପାନୀର ପରିବେଶୀୟ ଏଜେଣ୍ଡା- ‘ପ୍ରୋଟେକ୍ଟ ଆୱାର ପ୍ଲାନେଟ୍‌’ ପ୍ରତି ଏହାର ଉତ୍ସର୍ଗୀକୃତତାକୁ ପ୍ରତିଫଳନ କରୁଛି ।

ଏହି ସ୍ମରଣୀୟ ଅବସରରେ ନୁଭୋକୋ ଭିସ୍ତାସ୍ କର୍ପୋରେଶନ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଜୟକୁମାର କ୍ରିଷ୍ଣସ୍ୱାମୀ କହିଛନ୍ତି, “ଜୋଜୋବେରା ସିମେଂଟ୍ ପ୍ଲାଂଟ୍‌ର ୩୦ ତମ ବାର୍ଷିକୀ ପାଳନ କରିବା ଉତ୍କର୍ଷତା ଓ ଉଦ୍ଭାବନ ପ୍ରତି ଆମର ନିରନ୍ତର ପ୍ରତିବଦ୍ଧତାକୁ ଚିହ୍ନିତ କରୁଛି । ପୂର୍ବାଂଚଳ ଭାରତରେ ଏକ ଅଗ୍ରଣୀ ନିର୍ମାଣ ସାମଗ୍ରୀ ଉତ୍ପାଦନକାରୀ ସଂସ୍ଥା ଭାବେ ଜେସିପି ପ୍ରମୁଖ ପୂର୍ବାଂଚଳ ରାଜ୍ୟଗୁଡିକରେ ନୁଭୋକୋର ସ୍ଥିତିକୁ ସୁଦୃଢ କରିବା କ୍ଷେତ୍ରରେ ଜେସିପି ମହତ୍ୱପୂର୍ଣ୍ଣ ଅଟେ । ଏହି ପ୍ଲାଂଟ୍  ବିବିଧ ବଜାରଗୁଡିକୁ ସେବା ପ୍ରଦାନ କରି ଏକ ବିସ୍ତୃତ ଶୃଙ୍ଖଳାର ପ୍ରିମିୟମ ଓ ହାଇ-କ୍ୱାଲିଟି ବ୍ରାଣ୍ଡ ଯେପରିକି କଙ୍କ୍ରେଟୋ, କଙ୍କ୍ରେଟୋ ୟୁଏନ୍‌ଓ, ଡ୍ୟୁରାଗାର୍ଡ ଓ ଡବଲ ବୁଲ୍ ଆଦିର ଉତ୍ପାଦନ କରୁଛି ।”

ଏହି ଅବସରରେ ଇଷ୍ଟ କ୍ଲଷ୍ଟର ମାନୁଫ୍ୟାକ୍‌ଚରିଂର ମୁଖ୍ୟ ଉମା ସୁର୍ଯ୍ୟମ୍ ବୋଲା କହିଛନ୍ତି, “ ଆମେ ଆଜି ଉତ୍କର୍ଷତାର ୩୦ ବର୍ଷ ପାଳନ କରିଛୁ, କିନ୍ତୁ ଆମେ ଭବିଷ୍ୟତକୁ ଦୃଢତାର ସହ ଗୁରୁତ୍ୱ ଦେଉଛୁ । କାର୍ଯ୍ୟକ୍ରମ ପାଇଁ ଆମର ବିଷୟବସ୍ତୁ – ‘୩୦ ବର୍ଷ ପାଳନ କରିବା ଏବଂ ପରବର୍ତୀ ୩୦ ବର୍ଷ ପାଇଁ ଅପେକ୍ଷା କରିବା- ତୀସ୍ ପର୍ ତୀସ ‘ ସ୍ପଷ୍ଟ ଭାବେ ଆମର ଭବିଷ୍ୟତର ଯୋଜନାଗୁଡିକୁ ସୂଚିତ କରୁଛି । ଜେସିପି ଓ ଏହାର ଲୋକମାନଙ୍କର କ୍ଷମତା ବାସ୍ତବରେ ମୋତେ ଉତ୍ସାହିତ କରିଛି । ଆମେ ସୀମାକୁ ଆଗକୁ ବଢାଇବା ଜାରି ରଖିବୁ ଏବଂ ଏହି ପ୍ଲାଂଟ୍‌କୁ ଆଗାମୀ ବର୍ଷଗୁଡିକରେ ଶିଳ୍ପର ଏକ ଲିଡରରେ ପରିଣତ କରିବୁ ।”

ନୁଭୋକୋ ଭିସ୍ତାସ ଏହି ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ପାଳନ କରୁଥିବାରୁ କମ୍ପାନୀ ନୂତନ ଟେକ୍ନୋଲୋଜିଗୁଡିକୁ ଗ୍ରହଣ କରିବା, ନିଜର ଉତ୍ପାଦ ପୋର୍ଟଫୋଲିଓକୁ ବହୁମୂଖୀ କରିବା ଏବଂ ଅଭିବୃଦ୍ଧି ଓ ଉଦ୍ଭାବନର ନିଜର ଯାତ୍ରାକୁ ଜାରି ରଖିବା ପାଇଁ ପ୍ରତିବଦ୍ଧ ରହିଛି ।


Spread the love

Leave A Reply

Your email address will not be published.