ଭୁବନେଶ୍ୱର,୨୨/୦୩:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋସିଆଲ୍ ମିଡିଆ ପେଜ୍ରେ ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀଙ୍କ ଗୀତ । ଚୈତ୍ର ନବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ୍ ମିଡିଆ ପେଜ୍ରେ ଏକ ଭକ୍ତିମୟ ଓଡ଼ିଆ ଗୀତର ୟୁଟ୍ୟୁବ୍ ଲିଙ୍କ୍ ସେୟାର କରିଛନ୍ତି । ଗୀତର ନାଁ ରହିଛି ଦୁର୍ଗତିନାଶିନୀ ମାଆ ।ଏହି ଗୀତକୁ ଗାଇଛନ୍ତି ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ।ଗାୟିକା ଦୀପ୍ତିରେଖା ଗାଇଥିବା ଏହି ଭଜନକୁ ସେୟାର୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ‘‘ମାଆଙ୍କ ଭକ୍ତିରେ ଶକ୍ତି ରହିଛି । ଦେବୀ ମାଆଙ୍କ ବନ୍ଦନାରେ ଶ୍ରଦ୍ଧାଳୁଙ୍କ ମନ ସକାରାତ୍ମକ ଶକ୍ତିରେ ଭରିଯାଏ ।’’ସେପଟେ ଏହାକୁ ନେଇ କଣ୍ଠଶିଳ୍ପୀ ଦୀପ୍ତିରେଖା କହିଛନ୍ତି ମୁଁ କେବେ କଳ୍ପନା କରି ନଥିଲି ଯେ ମୋର ଭକ୍ତି ଗୀତ ଏବଂ ଭିଡିଓ ପ୍ରଧାନମନ୍ତ୍ରୀ ନିଜେ ସେୟାର କରିବେ। ତାଙ୍କୁ ଆଗାମୀ କ୍ୟାରିଅରରେ ଆହୁରି ଭଲ ପ୍ରଦର୍ଶନ କରିବାକୁ ପ୍ରେରଣା ଦେବ।