ଭୁବନେଶ୍ୱର: ଭାରତର ଅଗ୍ରଣୀ ଏରିଏଲ୍ ମୋବିଲିଟି ମାନୁଫ୍ୟାକ୍ଚରିଂ ଫାର୍ମ ତଥା ଓଡ଼ିଶାର ବନ୍ଭି ଏରୋ ହାଇ-ଅଲ୍ଟିଚ୍ୟୁଡ ଅନ୍ମ୍ୟାନ୍ଡ ଏରିଏଲ୍ ଭେଇକିଲ୍ସ (ୟୁଏଭି) ଟେକ୍ନୋଲୋଜି କ୍ଷେତ୍ରରେ ଏକ ନୂଆ ବିଶ୍ୱ ରେକର୍ଡ ହାସଲ କରି ଇଂଟରନ୍ୟାଶନାଲ ବୁକ୍ ଅଫ୍ ରେକର୍ଡସ୍ରେ ପ୍ରବେଶ କରିଛି । ଭାରତୀୟ ସେନାରେ ହେଭି-ଲିଫ୍ଟ ୟୁଏଭିଗୁଡିକର ଏକ ପ୍ରମୁଖ ଯୋଗାଣକାରୀ ଭାବେ ଏହି କମ୍ପାନୀ ୩୦କେଜିର ପେଲୋଡ଼ ପରିବହନ କରି ୧୯,୦୨୪ ଫୁଟ୍ର ଏକ ଅଲ୍ଟିଚ୍ୟୁଡରେ ଏକ ହୋଭର ଫ୍ଲାଇଟ୍ ପରୀକ୍ଷଣ ସମ୍ପୂର୍ଣ୍ଣ କରିଛି । ଯାହାକି ହାଇ-ଅଲ୍ଟିଚ୍ୟୁଡ ସେଟିଙ୍ଗ୍ରେ ୟୁଏଭି ପରିଚାଳନା ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛି । ଏହି ପରୀକ୍ଷଣକୁ ଲଦାଖର ଉମ୍ଲିଙ୍ଗ ଲା ପାସ୍ଠାରେ ସଫଳତାର ସହ ପରିଚାଳନା କରାଯାଇଛି, ଯାହାକି ବିଶ୍ୱର ସର୍ବୋଚ୍ଚ ମୋଟୋରେବୁଲ ମାଉଂଟେନ ପାସ୍ ଭାବେ ପରିଚିତ ଅଟେ । ବନ୍ଭି ଏରୋର ୟୁଏଭି ପ୍ଲାଟ୍ଫର୍ମ ୩୦କେଜିର ପେଲୋଡ୍ ଉଠାଇ ଏବଂ ୧୦୦କେଜିର ମୋଟ ଟେକ୍ଅଫ୍ ଓଜନ ସହ ୧୯୦୨୪ ଫୁଟ୍ରେ ଉଡାଣ ଭରି ନିଜର କ୍ଷମତାକୁ ପ୍ରଦର୍ଶିତ କରିଛି ।
ଏସମ୍ପର୍କରେ କମ୍ପାନୀର ସହପ୍ରତିଷ୍ଠାତା ଓ ସିଇଓ ସତ୍ୟବ୍ରତ ଶତପଥୀ କହିଛନ୍ତି, “ବନ୍ଭି ଏରୋରେ ଏହି ବିଶ୍ୱ ରେକର୍ଡ ଆମ ପାଇଁ ଏକ ଗୌରବମୟ ମୁହୂର୍ତ ଅଟେ । ଆମେ ଏଭଳି ଏକ ୟୁଏଭି ପ୍ଲାଟ୍ଫର୍ମ ନିର୍ମାଣ କରିବା ପାଇଁ ଭାରତୀୟ ସେନା ସହ ସହଭାଗିତା କରିଛୁ ଯାହା ହାଇ-ଅଲ୍ଟିଚ୍ୟୁଡ ଅଂଚଳଗୁଡିକରେ ସେମାନଙ୍କର ପରିବହନ ସମସ୍ୟାଗୁଡିକୁ ସମାଧାନ କରୁଛି । ଏହି ପରୀକ୍ଷଣ ଆମର ପ୍ରତିରକ୍ଷା ବାହିନୀ ପାଇଁ ଆକାଶ ମାର୍ଗରେ ଯାତାୟତ ସମାଧାନକୁ ଉନ୍ନତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ରେଖାଙ୍କିତ କରୁଛି ।” ଏହା ତୁଳନାରେ, ସିଆଚେନ (ଏଏମ୍ଏସ୍ଏଲ୍ଠାରୁ ୧୨୦୦୦ରୁ ୧୮୦୦୦ ଫୁଟ୍ ଉଚ୍ଚତାରେ) ଭଳି ଅଂଚଳଗୁଡିକରେ ହାଇ-ଅଲ୍ଟିଚ୍ୟୁଟ୍ ଅପରେଶନ ପାଇଁ ବ୍ୟବହାର କରାଯାଉଥିବା ଚିତା ହେଲିକପ୍ଟର ସମାନ ଅଲ୍ଟିଚ୍ୟୁଡରେ ସର୍ବାଧିକ ୨୦ କେଜି ପରିବହନ କରିପାରିଥାଏ । ବନ୍ଭି ଏରୋର ୟୁଏଭି ପ୍ଲାଟ୍ଫର୍ମ ଅଧିକ ଭାରି ପେଲୋଡ୍ ନିୟନ୍ତ୍ରଣ କରିବା ପାଇଁ କ୍ଷମତାକୁ ପ୍ରଦର୍ଶିତ କରୁଛି ।
କମ୍ପାନୀର ସହ-ପ୍ରତିଷ୍ଠାତା ଓ ସିଟିଓ ଅବିନାଶ ସାହୁ କହିଛନ୍ତି, “ଆମେ ବିଶ୍ୱାସ କରୁଛୁ ଯେ, ଏହା ୟୁଏଭି ହାଇ-ଅଲ୍ଟିଚ୍ୟୁଡରେ ଯାହା ହାସଲ କରିପାରିବ ତାହାର ଆରମ୍ଭ ମାତ୍ର । ଏହି ସଫଳତା ଆମର ଇନ୍-ହାଉସ୍ ଆର୍ଆଣ୍ଡ୍ଡି, ଡିଜାଇନ କ୍ଷମତା ଓ ସ୍ୱଦେଶୀ ପ୍ରପଲ୍ସନ ସିଷ୍ଟମଗୁଡିକ କାରଣରୁ ସମ୍ଭବ ହୋଇଛି । ଏହି ପ୍ଲାଟ୍ଫର୍ମ ଏକ ବିବିଧ ଶୃଙ୍ଖଳାର ବ୍ୟବହାରିକ ମାମଲା ପ୍ରଦାନ କରୁଛି ଯେଉଁଥିରେ ହ୍ୟୁମାନିଟାରିଆନ ଏଡ୍ ଆଣ୍ଡ ଡିଜାଷ୍ଟର ରେସ୍ପନ୍ସ (ଏଚ୍ଏଡିଆର୍) ସେକ୍ଟରରେ ପ୍ରୟୋଗଗୁଡିକ ସାମିଲ ରହିଛି ।” ଏହି ସଫଳତା ସହିତ ବନ୍ଭି ଏରୋ ହେଭି-ଲିଫ୍ଟ ଲଜିଷ୍ଟିକ୍ସ ୟୁଏଭି ସେଗ୍ମେଂଟ୍ କ୍ଷେତ୍ରରେ ଏକ ଲିଡର ଭାବେ ନିଜର ସ୍ଥିତିକୁ ସୁଦୃଢ କରିଛି ଏବଂ ଅଧିକ ଚାହିଦାପୂର୍ଣ୍ଣ ପରିବେଶ ପାଇଁ ନିଜ ପ୍ଲାଟ୍ଫର୍ମକୁ ଆହୁରି ବିକଶିତ କରିବାକୁ ଯୋଜନା ରଖିଛି । ଏହି ସଫଳତା ହାଇ-ଅଲ୍ଟିଚ୍ୟୁଡ ଲଜିଷ୍ଟିକ୍ସ ପ୍ରତି ଯୋଗଦାନ ଦେବା ପ୍ରତି ୟୁଏଭି ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ, ଯାହା ଉଭୟ ମିଲିଟାରୀ ଓ ସିଭିଲିଆନ ଡୋମେନଗୁଡିକରେ ଜଟିଳ ଆବଶ୍ୟକତାକୁ ପୂରଣ କରୁଛି । ଏଆଇସି-ସିଜିୟୁ ଓ ସି.ଭି ରମଣ ଗ୍ଲୋବାଲ ୟୁନିଭର୍ସିଟି ନିଜର ଇନ୍କ୍ୟୁବେଟେଡ ଷ୍ଟାର୍ଟଅପ ବନ୍ଭି ଏରୋର ସଫଳତାକୁ ଗର୍ବର ସହ ପାଳନ କରିଛି । ଟିମ୍, ଏହି ଯାତ୍ରାରେ ନିଜର ଦୃଢ ସମର୍ଥନ ପାଇଁ ଷ୍ଟାର୍ଟଅପ୍ ଓଡିଶାକୁ କୃତଜ୍ଞତା ଜଣାଇଛି ।