ଭୁବନେଶ୍ୱର: ଭାରତର ସବୁଠାରୁ ବିଶ୍ୱସନୀୟ ଅନ୍ମ୍ୟାନ୍ଡ ସିଷ୍ଟମ୍ସ କମ୍ପାନୀ ଆଇଜି ଡ୍ରୋନ୍ସ , ଆଇଜି ଡିଫେନ୍ସରେ ପରିଣତ ହୋଇଛି । ଏହି ରୂପାନ୍ତରଣ ଭାରତର ଭବିଷ୍ୟତ ପାଇଁ ଏକ ସାର୍ବଭୌମ, ନିର୍ଭରଯୋଗ୍ୟ ଓ ଯୁଦ୍ଧ ପ୍ରସ୍ତୁତ ପ୍ରତିରକ୍ଷା ପ୍ରଣାଳୀ ନିର୍ମାଣ କରିବା ପାଇଁ ଏକ ସରଳ କିନ୍ତୁ ଗମ୍ଭୀର ମିଶନକୁ ପ୍ରତିଫଳନ କରୁଛି । ଆଜିର ସଂଘର୍ଷଗୁଡିକ ଅଟୋନୋମି, ଇଂଟେଲିଜେନ୍ସ, ଇଲେକ୍ଟ୍ରୋନିକ ପ୍ରାଧାନ୍ୟତା, ସାଇବର ସ୍ଥିରତା ଏବଂ ବାୟୁ, ସ୍ଥଳଭାଗ, ସମୁଦ୍ର ପଥ ଓ ମହାକାଶରେ ବାଧାମୁକ୍ତ ସହଯୋଗିତା ଦ୍ୱାରା ରୂପ ନେଉଛି । ଅପରେଶନ ସିନ୍ଦୁର ଭଳି ସାମ୍ପ୍ରତିକ ଜଟିଳ ଅଭିଯାନଗୁଡିକ, ଯେଉଁଠାରେ ଆଇଜି ଡ୍ରୋନସ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା, ଏକ ସ୍ପଷ୍ଟ ବାସ୍ତବତା ଉପରେ ମହତ୍ୱ ଦେଉଛି । ଭାରତ ଆମଦାନୀ କରାଯାଉଥିବା ସିଷ୍ଟମଗୁଡିକ ଉପରେ ନିର୍ଭର କରିପାରିବ ନାହିଁ, ଯାହାକୁ ବିଦେଶୀ ସିଦ୍ଧାନ୍ତ ଓ ବିଦେଶୀ ଯୁଦ୍ଧକ୍ଷେତ୍ର ପାଇଁ ଡିଜାଇନ କରାଯାଇଛି । ବାସ୍ତବ ରଣନୈତିକ ସ୍ୱାୟତତା ଭାରତରେ, ଭାରତୀୟ ଭୂଭାଗ, ଭାରତୀୟ ସୈନ୍ୟବଳ ଓ ଭାରତୀୟ ମିଶନଗୁଡିକ ପାଇଁ ନିର୍ମିତ ଟେକ୍ନୋଲୋଜିର ଆବଶ୍ୟକ କରୁଛି ।
ଏହି ସମ୍ପର୍କରେ ଆଇଜି ଡିଫେନ୍ସର ପ୍ରତିଷ୍ଠାତା ଓ ସିଇଓ ବୋଧିସତ୍ୱ ସଂଘପ୍ରିୟ କହିଛନ୍ତି, “ଆଇଜି ଡିଫେନ୍ସ ଦାୟିତ୍ୱର ଏକ ଗଭୀର ଭାବନାର ପ୍ରତିନିଧିତ୍ୱ କରୁଛି । ଭାରତ ଏଭଳି ଏକ ଯୁଗରେ ପ୍ରବେଶ କରୁଛି ଯେଉଁଠାରେ ଯୁଦ୍ଧଗୁଡିକ ବିଭିନ୍ନ କ୍ଷେତ୍ରରେ ଇଂଟେଲିଜେନ୍ସ, ଅଟୋନୋମି ଓ ଇଂଟିଗ୍ରେଶନ ଦ୍ୱାରା ରୂପ ନେବ । ଆମର ଗୁରୁତ୍ୱ ହେଉଛି ନିର୍ଭରଯୋଗ୍ୟ, ବିଶ୍ୱସ୍ତରୀୟ ପ୍ରତିରକ୍ଷା ପ୍ରଣାଳୀ ନିର୍ମାଣ କରିବା ଯାହାକୁ ଭାରତରେ ଡିଜାଇନ ଓ ନିର୍ମାଣ କରାଯିବ ଏବଂ ଯାହା ଦୀର୍ଘକାଳିନ ନିର୍ଭରଶୀଳତା ହ୍ରାସ କରିବ । ଆମେ ଭବିଷ୍ୟତ ପାଇଁ ନିର୍ମାଣ କରୁଥିବାରୁ ଦେଶର ସେବାରେ ନିଜର ଜୀବନ ବିତାଇଥିବା ଲିଡରମାନଙ୍କ ମାର୍ଗଦର୍ଶନ ଆମକୁ ସ୍ପଷ୍ଟତା, ଶୃଙ୍ଖଳା ଓ ଦିଗ ପ୍ରଦାନ କରିଛି ।”

ଏହି ସମ୍ପ୍ରସାରଣ ଅଭିଯାନକୁ ସମର୍ଥନ କରିବା ପାଇଁ ଆଇଜି ଡିଫେନ୍ସ ଏହାର ବରିଷ୍ଠ ନେତୃତ୍ୱରେ ଭାରତର କିଛି ସର୍ବାଧିକ ସମ୍ମାନିତ ମିଲିଟାରୀ ଲିଡରଙ୍କୁ ଏକାଠି କରିଛି । ଏହା ଏକ ମିଳିତ ବିଶ୍ୱାସକୁ ପ୍ରତିଫଳନ କରୁଛି ଯେ, ଭାରତର ଭବିଷ୍ୟତର ପ୍ରତିରକ୍ଷା କ୍ଷମତାଗୁଡିକୁ ପରିଚାଳନାଗତ ଅଭିଜ୍ଞତା ଓ ସ୍ୱଦେଶୀ ଟେକ୍ନୋଲୋଜି ବିକାଶ ମଧ୍ୟରେ ଘନିଷ୍ଠ ସମନ୍ୱୟ ମାଧ୍ୟମରେ ବିକଶିତ କରାଯିବା ଉଚିତ ।
ଏଭିଏସଏମ, ଭିଏସଏମ, ଏସଏମ (ଅବସରପ୍ରାପ୍ତ) ଲେଫ୍ଟେନାଂଟ ଜେନେରାଲ ଅନୀଲ କୁମାର ସାମନ୍ତରା ୪ ଦଶନ୍ଧିରୁ ଅଧିକ ସମୟର ନେତୃତ୍ୱ ଅଭିଜ୍ଞତା ଆଣିଛନ୍ତି, ଯେଉଁଥିରେ ଡାଇରେକ୍ଟର ଜେନେରାଲ ଅଫ୍ ଇନ୍ଫ୍ୟାନ୍ଯ୍ରି ଭାବେ ତାଙ୍କ ଭୂମିକା ଅନ୍ତର୍ଭୁକ୍ତ ରହିଛି । ଏହି ଭୂମିକାରେ ସେ ଆଧୁନିକୀକରଣ କାର୍ଯ୍ୟକ୍ରମଗୁଡିକର ତଦାରଖ କରିଥିଲେ ଏବଂ ପ୍ରମୁଖ ସ୍ୱଦେଶୀ କ୍ରୟ ସୁଧାରର ନେତୃତ୍ୱ ନେଇଥିଲେ । ତାଙ୍କର ଅଭିଜ୍ଞତା ଓ ଜ୍ଞାନ ଆଇଜି ଡିଫେନ୍ସର ଲ୍ୟାଣ୍ଡ ସିଷ୍ଟମ ଓ ମିଶନ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମଗୁଡିକ ପାଇଁ ପ୍ରମୁଖ ହେବ ।
ପୂର୍ବତନ ଚିଫ୍ ଅଫ୍ ଇଂଟିଗ୍ରେଟେଡ ଡିଫେନ୍ସ ଷ୍ଟାଫ, ଲେଫ୍ଟେନାଂଟ ଜେନେରାଲ ଅନୀଲ ଚୈତ (ଅବସରପ୍ରାପ୍ତ) ଜଏଂଟ ଅପରେଶନ୍ସ, ଇଂଟିଗ୍ରେଟେଡ ଥିଏଟର ପ୍ଲାନିଙ୍ଗ ଓ ଜାତୀୟ ସ୍ତରୀୟ ବିପଦ ପରିଚାଳନା କ୍ଷେତ୍ରରେ ଗଭୀର ଅଭିଜ୍ଞତା ସହ ଯୋଗ ଦେଇଛନ୍ତି । ତାଙ୍କର ତ୍ରି-ସେବା ଦୃଷ୍ଟିକୋଣ, ଭାରତର ଭବିଷ୍ୟତର ପରିଚାଳନା ସହିତ ଆଇଜି ଡିଫେନ୍ସର ସମନ୍ୱୟକୁ ସୁଦୃଢ କରିଛି ।
ଏଭିଏସଏମ, ଭିଏସଏମ (ଅବସରପ୍ରାପ୍ତ), ଏୟାର କମୋଡର ରାଜେନ୍ଦ୍ର ଏନ. ଗାଏକ୍ୱାଡ ଜଣେ ଫାଇଟର ପାଇଲଟ, ଅପରେଶ୍ନାଲ କମାଣ୍ଡର ଓ ଟେକ୍ନୋଲୋଜି ପ୍ଲାନର ଭାବେ ଭାରତୀୟ ବାୟୁସେନାରେ ୩୫ ବର୍ଷ ସେବା ପ୍ରଦାନ କରିବା ପରେ ଆଇଜି ଡିଫେନ୍ସରେ ଯୋଗ ଦେଇଛନ୍ତି । ଅସ୍ତ୍ରଶସ୍ତ୍ର ପରିଚାଳନା, ଏରୋସ୍ପେଶ ମଡର୍ଣ୍ଣାଇଜେଶନ ଓ ଭବିଷ୍ୟତ କ୍ଷମତା ବିକାଶ କ୍ଷେତ୍ରରେ ତାଙ୍କର ଅନୁଭୂତି ଆଇଜି ଡିଫେନ୍ସର ବିମାନ ଚଳାଚଳ ଓ ଅଟୋନୋମସ ସିଷ୍ଟମ୍ସ ପ୍ରୋଗ୍ରାମଗୁଡିକୁ ମାର୍ଗଦର୍ଶନ ପ୍ରଦାନ କରିବ ।