ଭୁବନେଶ୍ଵର,୨୩/୦୨:ଦୀର୍ଘ ମାସ ପରେ ଭିଜିବ ଓଡ଼ିଶା।୨ ଦିନ ରାଜ୍ୟରେ ବର୍ଷା। ସର୍ଟକ ରହିବାକୁ ଆଂଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶ।ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସ୍ପଷ୍ଟ ଚିହ୍ନିତ ହୋଇଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ମୁହାଁଇପାରେ । ଆଜି ରାଜ୍ୟର ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା,ନବରଙ୍ଗପୁର,କଳାହାଣ୍ଡି,ନୂଆପଡ଼ା,ଗଞ୍ଜାମ,ଗଜପତି,କନ୍ଧମାଳ,ବରଗଡ଼,ଝାରସୁଗୁଡ଼ା,ସୁନ୍ଦରଗଡ଼,କେଉଁଝର,ଯାଜପୁର,ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡ଼ାରେ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପ ବର୍ଷା ହୋଇପାରେ । ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ଓ ବର୍ଷା ସହିତ ଜୋର୍ରେ ପବନ ବି ବହିବ । ପବନର ଝଟ୍କା ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ସେହିପରି ଆସନ୍ତାକାଲି ପାଇଁ ଗଞ୍ଜାମ,ଗଜପତି,ନୟାଗଡ଼,ଖୋର୍ଦ୍ଧା,ପୁରୀ,କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର,ଢେଙ୍କାନାଳ,ଭଦ୍ରକ,ବାଲେଶ୍ଵର,ମୟୂରଭଞ୍ଜ,କେଉଁଝର,ସୁନ୍ଦରଗଡ଼ରେ ମୟୂରଭଞ୍ଜ, ଯାଜପୁର ଓ କଟକରେ ଘଡ଼ଘଡ଼ି ସହ ସ୍ୱଳ୍ପ ବର୍ଷା ଆଶଙ୍କା ଅଛି । ୩୦ରୁ ୪୦ କିମି ବେଗରେ ପବନ ବି ବହିବା ସମ୍ଭାବନା ଥିବାରୁ ଜାରି ହୋଇଛି ୟିଲୋ ୱର୍ଣିଂ।
ଏପଟେ ବିଭିନ୍ନ ସ୍ଥାନର ଦିନ ତାପମାତ୍ରା ଉପରମୁହାଁ ହେଉଛି । ଦିନରେ ପ୍ରବଳ ଖରା ଓ ତାତି ଅନୁଭୂତ ହେଉଛି । ଝାରସୁଗୁଡ଼ାରେ ଦିନ ତାପମାତ୍ରା ସର୍ବାଧିକ ୩୬.୬ ଡିଗ୍ରୀ ସେଲସିୟସ୍ ରହିଥିଲା । ପାରଳାଖେମୁଣ୍ଡିରେ ୩୬.୫, ଭୁବନେଶ୍ୱରରେ ୩୫.୭, ଟିଟିଲାଗଡ଼, ଭଦ୍ରକ, ତାଳଚେର, ବାରିପଦା ଓ ଭବାନୀପାଟଣାରେ ୩୫ ଡିଗ୍ରୀ ରେକର୍ଡ ହୋଇଥିଲା । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୨ରୁ ୩୪ ଡିଗ୍ରୀ ପାଖାପାଖି ରହିଥିଲା ।୨ ଦିନ ପରେ ୨ ରୁ ୩ ଡିଗ୍ରୀ କମିବ ତାପମାତ୍ରା।