ଓଡିଏମ ଇଂଟରନ୍ୟାସନାଲ  ଏଜୁକେସନ  ଗ୍ରୁପ ପକ୍ଷରୁ ଲିପ ସିରିଜ କାର୍ଯ୍ୟକ୍ରମ

Spread the love

ଭୁବନେଶ୍ୱର: ଓଡିଏମ ଇଂଟରନ୍ୟାସନାଲ ଏଜୁକେସନ ଗ୍ରୁପ ପକ୍ଷରୁ ଲିପ (ଲର୍ଣ୍ଣ-ଏନଗେଜ-ଆସ୍ପାୟାର-ପ୍ରସ୍ପର) ସିରିଜ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଗ୍ରୁପର ପଟିଆ ସ୍ଥିତ ଓଡିଏମ୍ ପବ୍ଲିକ୍ ସ୍କୁଲ ଓ ଓଡିଏମ ଗ୍ଲୋବାଲ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଓଡିଏମ୍ ପବ୍ଲିକ୍ ସ୍କୁଲରେ ଅନୁଷ୍ଠିତ ଲିପ ସିରିଜ କାର୍ଯ୍ୟକ୍ରମରେ ଅତିଥି ଭାବେ ଏନସିସି ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ କର୍ଣ୍ଣେଲ ସାଗର କୁମାର ମହାନ୍ତି, କୃପାଜଳ ଇଂଜିନିୟରିଂ କଲେଜର ମେକାନିକାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ରାଜେଶ କୁମାର ବେହେରା, ଏମ୍ସ ହସ୍ପିଟାଲ୍ ଭୁବନେଶ୍ୱରର ଆସିଷ୍ଟାଂଟ ପ୍ରଫେସର ଏଣ୍ଡୋକ୍ରିନୋଲୋଜି ଡ. କିଶୋର କୁମାର ବେହେରା, ଆଇଏମଏମଟି ଅଧ୍ୟକ୍ଷ ବୈଜ୍ଞାନିକ ଉମାକାନ୍ତ ସୁବୁଦ୍ଧି ଓ ଯୁବ ଉଦ୍ୟୋଗୀ ପ୍ରଫେସର ସୌମ୍ୟ ରଂଜନ ମିଶ୍ର ଯୋଗ ଦେଇଥିଲେ । ସେମାନେ ନିଜର ଅମୂଲ୍ୟ ଜ୍ଞାନ ଓ ଜୀବନ ଯାତ୍ରା ଅନୁଭବର ଉପସ୍ଥାପନ କରିଥିଲେ । ଏହି କାର୍ଯକ୍ରମ  ଛାତ୍ରଛାତ୍ରୀ ମାନଙ୍କ ଶୈକ୍ଷିକ, ଶାରିରୀକ, ମାନସିକ, ଚାରିତ୍ରିକ ଓ ବୈଷୟିକ ବିକାଶରେ ସହାୟକ ହେବ ବୋଲି ବିଦ୍ୟାଳୟର ପ୍ରତିଷ୍ଠାତା ଡ. ସତ୍ୟବ୍ରତ ମୀନକେତନ କହିଛନ୍ତି । ବିଦ୍ୟାଳୟର ଅର୍ଥ ଓ ପ୍ରଶାସନିକ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଅତିଥିମାନଙ୍କୁ ସମ୍ମାନିତ କରିଥିଲେ ।

କାର୍ଯ୍ୟକ୍ରମରେ ବିଦ୍ୟାଳୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱୟଂ ସତ୍ୟେନ୍ଦୁ, ଉପାଧ୍ୟକ୍ଷା ଡ. ସନ୍ଧ୍ୟାରାଣୀ ସ୍ୱାଇଁ, ଶିକ୍ଷା ନିର୍ଦ୍ଦେଶକ ଡ. ଆର୍ତତ୍ରାଣ ମିଶ୍ର ଓ ଉପାଧ୍ୟକ୍ଷ ଡ. ରାଜେଶ କୁମାର ପାଢ଼ୀ ଉପସ୍ଥିତ ଥିଲେ ।

ଓଡିଏମ ଗ୍ଲୋବାଲ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ୫ଟି କର୍ମଶାଳା ଆୟୋଜନ କରାଯାଇଥିଲା । କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଅଭିନେତା ତଥା ଚିତରଂଜନ ସେବା ସଦନର ସିଇଓ ପ୍ରଫେସର ସୌମ୍ୟ ରଂଜନ ମିଶ୍ର, କେଇସିର ମେକାନିକାଲ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡ. ରାଜେଶ କୁମାର ବେହେରା, ବୈଜ୍ଞାନିକ ଡ. ସତ୍ୟ ତାପସ, ପ୍ରଶିକ୍ଷକ କପିଲ ନାଗ ପାଳ ଓ ଅବସରପ୍ରାପ୍ତ ସେନା ଅଧିକାରୀ ବ୍ରିଗେଡିୟର କ୍ଷୀରୋଦ କୁମାର ନାୟକ ଯୋଗ ଦେଇଥିଲେ ।

କର୍ମଶାଳା ଶୁଭାରମ୍ଭରେ ଓଡିଏମ ଶିକ୍ଷା ସମୂହର ନିର୍ଦ୍ଦେଶକ ଡ. ଆର୍ତତ୍ରାଣ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ନିଜ ଜୀବନୀ ସହିତ ସଫଳତା କାହାଣୀ ବର୍ଣ୍ଣନା କରିଥିଲେ । ସଠିକ ମାର୍ଗରେ ଯାଇ କିଭଳି ନିଜ ଜୀବନ ଲକ୍ଷ୍ୟ ହାସଲ କରିହେବ ତାହା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟକ୍ଷ ଶୈଳେନ୍ଦ୍ର କୁମାରୀ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରି ଉପସ୍ଥିତ ଥିଲେ ।


Spread the love

Leave A Reply

Your email address will not be published.