କଟକ : ଭାରତର ସବୁଠାରୁ ବଡ ଇଭି କମ୍ପାନୀ ଓଲା ଇଲେକ୍ଟ୍ରିକ, ଦେଶବ୍ୟାପୀ ୪୦୦୦ ଷ୍ଟୋରକୁ ଏହାର ନେଟ୍ୱର୍କ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରିଛି । ଏହି ବିସ୍ତାର ସହିତ ବର୍ତମାନର ନେଟ୍ୱର୍କରେ ୪ ଗୁଣ ବୃଦ୍ଧି ହୋଇଛି । ଏହି ସଂମ୍ପ୍ରସାରଣ ଅଧିନରେ ଓଲା ପକ୍ଷରୁ କଟକ ୟୁନିଅନ ବ୍ୟାଙ୍କ/କାନାରା ବ୍ୟାଙ୍କ ନୀକଟସ୍ଥ ଜଗତପୁର ଛକ ଠାରେ ଏହାର ନୂଆ ଓଲା ଏକ୍ସପିରିଏନ୍ସ ସେଂଟରର ଶୁଭାରମ୍ଭ କରାଯାଇଛି । ଦେଶରେ ଇଭିର ପହଂଚ, ଅଭିବୃଦ୍ଧି ଓ ଗ୍ରହଣୀୟତାକୁ ତ୍ୱରାନ୍ୱିତ କରୁଥିବା ବିଶ୍ୱର ଏହି ଅନ୍ୟତମ ସର୍ବବୃହତ ସମ୍ପ୍ରସାରଣ ସହିତ ଓଲା ଇଲେକ୍ଟ୍ରିକ ଇଭି କ୍ଷେତ୍ରରେ ନିଜର ନେତୃତ୍ୱକୁ ସୁଦୃଢ କରିଛି । ସର୍ଭିସ ସେଂଟରଗୁଡିକ ସହ ମିଳିତ ଭାବେ ଅବସ୍ଥାପିତ ୩୨୦୦ରୁ ଅଧିକ ନୂଆ ଷ୍ଟୋର୍ଗୁଡିକର ଶୁଭାରମ୍ଭ ସହିତ କମ୍ପାନୀ ମେଟ୍ରୋ, ଟିୟର ୧ ଓ ଟିୟର ୨ ସହରଗୁଡିକ ବାହାରେ ଭାରତର ପ୍ରାୟ ପ୍ରତ୍ୟେକ ଟାଉନ ଓ ତହସିଲରେ ବ୍ୟାପକ ପ୍ରବେଶୀକରଣକୁ ସକ୍ଷମ କରି ବୃହତ ସ୍ତରର ଇଭି ଗ୍ରହଣୀୟତାକୁ ପରିଚାଳନା କରିବା ପାଇଁ ପ୍ରତିବଦ୍ଧ ରହିଛି । ଏହି ବିସ୍ତାର ସହିତ ଓଲା ଇଲେକ୍ଟ୍ରିକ ଏହାର ହାସ୍ଟ୍ୟାଗ୍ସେଭିଙ୍ଗ୍ସୱାଲାସ୍କୁଟର କ୍ୟାମ୍ପେନ ଅଧିନରେ ନିଜର ପ୍ରତିଶ୍ରୁତିକୁ ପୂରଣ କରିଛି ।
ଏସମ୍ପର୍କରେ ଓଲା ଇଲେକ୍ଟ୍ରିକର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଭାବିଷ ଅଗ୍ରୱାଲ କହିଛନ୍ତି, “ଆଜି ଭାରତର ଇଭି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଚିହ୍ନିତ ହୋଇଛି କାରଣ ଆମେ ଆମର ନେଟ୍ୱର୍କକୁ ଦେଶର ପ୍ରତ୍ୟେକ ସହର, ଟାଉନ ଓ ତହସିଲକୁ ବିସ୍ତାର କରିଛୁ । ସର୍ଭିସ୍ ସେଂଟରଗୁଡିକ ସହ ମିଳିତ ଭାବେ ଅବସ୍ଥାପିତ ଆମର ନୂଆ କରି ଲଂଚ୍ ହୋଇଥିବା ଷ୍ଟୋରଗୁଡିକ ସହିତ ଆମେ ଇଭି କ୍ରୟ ଓ ମାଲିକାନା ଅନୁଭୂତିକୁ ସମ୍ପୂର୍ଣ୍ଣ ରୂପେ ପୁନଃପରିଭାଷିତ କରିଛୁ, ଆମର ହାସଟ୍ୟାଗ୍ସେଭିଙ୍ଗ୍ସୱାଲାସ୍କୁଟର କ୍ୟାମ୍ପେନ ସହ ନୂଆ ବେଂଚ୍ମାର୍କ ସ୍ଥିର କରିଛୁ । ସମ୍ପ୍ରସାରଣ ଜାରି ରଖିଥିବାରୁ ଆମେ ଉଦ୍ଭାବନର ସୀମାକୁ ଆଗକୁ ବଢାଇବା ଏବଂ ହାସଟ୍ୟାଗ୍ ଏଣ୍ଡ୍ଆଇସିଇଏଜ୍ ଦିଗରେ ଭାରତର ଯାତ୍ରାକୁ ତ୍ୱରାନ୍ୱିତ କରିବା ପ୍ରତି ପ୍ରତିବଦ୍ଧ ରହିଛୁ ।” ନେଟ୍ୱର୍କର ବିଶାଳ ସମ୍ପ୍ରସାରଣକୁ ଚିହ୍ନିତ କରି ଓଲା ଇଲେକ୍ଟ୍ରିକ ଏହାର ଏସ୍୧ ପୋର୍ଟଫୋଲିଓ ଉପରେ ୨୫୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ସହିତ ଆକର୍ଷଣୀୟ ଅଫର୍ର ଶୁଭାରମ୍ଭ କରିଛି ଯାହା ସ୍ୱତନ୍ତ୍ର ଭାବେ ଡିସେମ୍ବର ୨୫ ତାରିଖ, ୨୦୨୪ରେ ଉପଲବ୍ଧ ରହିବ । ଗ୍ରାହକମାନେ ଏବେ ଶୁଭାରମ୍ଭ ହୋଇଥିବା ନିଜର ନିକଟସ୍ଥ ଓଲା ଷ୍ଟୋରଗୁଡିକୁ ପରିଦର୍ଶନ କରିପାରିବେ ଏବଂ ଏସ୍୧ ଏକ୍ସ ପୋର୍ଟଫୋଲିଓ ଉପରେ ୭୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ । ଏହାଛଡା ଗ୍ରାହକମାନେ ନିର୍ଦ୍ଧିଷ୍ଟ କ୍ରେଡିଟ କାର୍ଡ ଇଏମ୍ଆଇ ଉପରେ ୫୦୦୦ ଟଙ୍କା ଓ ୬୦୦୦ ଟଙ୍କା ମୂଲ୍ୟର ମୁଭ୍ଓଏସ୍ ଲାଭ ସମେତ ୧୮୦୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଲାଭ ପାଇପାରିବେ ।
ଏହି ବିଶାଳ ନେଟ୍ୱର୍କ ସମ୍ପ୍ରସାରଣକୁ ଚିହ୍ନିତ କରିବା ପାଇଁ ପ୍ରକୃତ ୨୪-କ୍ୟାରେଟ ଗୋଲ୍ଡ ପ୍ଲେଟେଡ ଏଲିମେଂଟ୍ଗୁଡିକ ସହ ଓଲା ଏସ୍୧ ପ୍ରୋ ସୋନାକୁ ଶୁଭାରମ୍ଭ କରାଯାଇଛି ଯାହା ଓଲା ଷ୍ଟୋରଗୁଡିକୁ ବହୁସଂଖ୍ୟକ ଗ୍ରାହକଙ୍କୁ ଆକର୍ଷିତ କରୁଛି । ଏଥିସହିତ ଗ୍ରାହକମାନେ ପ୍ରିମିୟମ ଲିମିଟେଡ-ଏଡିସନ ସ୍କୁଟର କିଣିବା ପାଇଁ ହାସଟ୍ୟାଗ୍ଓଲାସୋନାକଂଟେଷ୍ଟରେ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି । ଓଲା ସୋନା ନିମଜ୍ଜିତ “ସୋନା ମୁଡ୍” ସହ ଆସୁଛି, ଯାହା ଏକ ପ୍ରିମିୟମ ଚାଳନା ଅନୁଭୂତି, ଓଲା ଆପ୍ରେ ଏକ ଗୋଲ୍ଡ ଥିମର ଇଂଟରଫେସ୍ ଓ ଏକ କଷ୍ଟମାଇଜ୍ଡ ମୁଭ୍ଓଏସ୍ ଡ୍ୟାଶବୋର୍ଡ ପ୍ରଦାନ କରୁଛି । ଏହି ଡ୍ୟାଶବୋର୍ଡ ଉପଭୋକ୍ତାଙ୍କୁ ରାଇଡ ମୋଡ ଓ ସେଟିଙ୍ଗ୍କୁ ପର୍ସନାଲାଇଜ କରିବା ପାଇଁ ଅନୁମତି ଦେଇଥାଏ । ଏସ୍୧ ପୋର୍ଟଫୋଲିଓକୁ ପୂର୍ବାପେକ୍ଷା ଅଧିକ ସ୍ମାର୍ଟ କରି କମ୍ପାନୀ ପକ୍ଷରୁ ସାମଗ୍ରିକ ଚାଳନା ଅନୁଭୂତିକୁ ଉନ୍ନତ କରିବା ପାଇଁ ଡିଜାଇନ କରାଯାଇଥିବା ଫିଚରଗୁଡିକ ସହ ମୁଭ୍ଓଏସ୍ ୫ ବିଟା ପାଇଁ ପ୍ରାଥମିକ ପଞ୍ଜୀକରଣ ଆରମ୍ଭ କରାଯାଇଛି । ଏହି ଶୁଭାରମ୍ଭ ସହିତ ଓଲା ରାଇଡରମାନେ ଗ୍ରୁପ ନାଭିଗେଶନ, ଲାଇଭ ଲୋକେଶନ ସେୟାରିଂ, ଓଲା ମ୍ୟାପ୍ସ ଦ୍ୱାରା ପରିଚାଳିତ ରୋଡ୍ ଟ୍ରିପ ମୋଡ୍, ସ୍ମାର୍ଟ ଚାର୍ଜିଂ, ସ୍ମାର୍ଟ ପାର୍କ, ଟିପିଏମ୍ଏସ୍ ଆଲର୍ଟ ଭଳି ଫିଚର ହାସଲ କରିପାରିବେ ।
କମ୍ପାନୀ ପକ୍ଷରୁ ନିକଟରେ ଏହାର ଗିଗ୍ ଓ ଏସ୍୧ ଜେଡ୍ ପୋର୍ଟଫୋଲିଓର ଲଂଚ୍ ଘୋଷଣା କରାଯାଇଛି ଯେଉଁଥିରେ ଓଲା ଗିଗ୍, ଓଲା ଗିଗ୍+, ଓଲା ଏସ୍୧ ଜେଡ୍, ଓଲା ଏସ୍୧ ଜେଡ୍+ ଆଦି ସାମିଲ ରହିଛି ଏବଂ ଏଗୁଡିକ ଯଥାକ୍ରମେ ୩୯,୯୯୯ ଟଙ୍କା (ଏକ୍ସଶୋ’ରୁମ୍), ୪୯,୯୯୯ ଟଙ୍କା (ଏକ୍ସଶୋ’ରୁମ୍), ୫୯,୯୯୯ ଟଙ୍କା (ଏକ୍ସଶୋ’ରୁମ୍) ଓ ୬୪,୯୯୯ ଟଙ୍କା (ଏକ୍ସଶୋ’ରୁମ୍)ର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ହେଉଛି । ଏହି ନୂଆ ରେଞ୍ଜର ସ୍କୁଟରଗୁଡିକ ରିମୁଭେବୁଲ ବ୍ୟାଟେରୀ, ଗ୍ରାମାଂଚଳ, ଅର୍ଦ୍ଧସହରାଂଚଳ ଓ ସହରାଂଚଳ ଗ୍ରାହକଙ୍କର ସନ୍ତୋଷଜନକ ବ୍ୟକ୍ତିଗତ ଓ ବାଣିଜ୍ୟିକ ବ୍ୟବହାରିକ ମାମଲା ସମେତ ସ୍ଥାୟୀ, ନିର୍ଭରଯୋଗ୍ୟ, ସୁଲଭ ଓ ନମନୀୟ ସମାଧାନ ପ୍ରଦାନ କରୁଛି । ଗିଗ୍ ଓ ଏସ୍୧ ଜେଡ୍ ସିରିଜ ପାଇଁ ରିଜର୍ଭେଶନ କେବଳ ୪୯୯ ଟଙ୍କାରେ ଆରମ୍ଭ ହୋଇଛି ଏବଂ ଡେଲିଭରି ଯଥାକ୍ରମେ ଏପ୍ରିଲ ୨୦୨୫ ଓ ମେ’ ୨୦୨୫ରେ ଆରମ୍ଭ ହେବ ।
ଓଲା ଇଲେକ୍ଟ୍ରିକ ପକ୍ଷରୁ ଗ୍ରାହକଙ୍କ ବିବିଧ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆକର୍ଷଣୀୟ ମୂଲ୍ୟ ବର୍ଗରେ ୬ଟି ନୂତନ ଉତ୍ପାଦ ସହିତ ଏକ ବିସ୍ତୃତ ଏସ୍୧ ପୋର୍ଟଫୋଲିଓ ପ୍ରଦାନ କରାଯାଉଛି । ସେହିପରି ପ୍ରିମିୟମ ଉତ୍ପାଦ ଏସ୍୧ ପ୍ରୋ ଓ ଏସ୍୧ ଏୟାରର ମୂଲ୍ୟ ଯଥାକ୍ରମେ ୧୩୪,୯୯୯ ଟଙ୍କା ଓ ୧୦୭,୪୯୯ ଟଙ୍କା ରହିଥିବା ବେଳେ ମାସ୍ ମାର୍କେଟ ଅଫରିଙ୍ଗ୍ ଏସ୍୧ ଏକ୍ସ ପୋର୍ଟଫୋଲିଓ ( ୨ କେଡବ୍ଳ୍ୟୁଏଚ୍, ୩ କେଡବ୍ଲ୍ୟୁଏଚ୍ ଓ ୪ କେଡବ୍ଲ୍ୟୁଏଚ୍)ର ମୂଲ୍ୟ ଯଥାକ୍ରମେ ୭୪,୯୯୯ ଟଙ୍କା, ୮୭,୯୯୯ ଟଙ୍କା ଔ ୧୦୧,୯୯୯ ଟଙ୍କା ରହିଛି । ଏହାର ବାର୍ଷିକ ଫ୍ଲାଗ୍ସିପ ଇଭେଂଟ୍ ‘ସଙ୍କଳ୍ପ’ରେ କମ୍ପାନୀ ଏହାର ରୋଡ୍ଷ୍ଟର ମୋଟରସାଇକେଲ ସିରିଜର ଲଂଚ୍ ଘୋଷଣା କରିଛି, ଯେଉଁଥିରେ ରୋଡ୍ଷ୍ଟର ଏକ୍ସ (୨.୫ କେଡବ୍ଲ୍ୟୁଏଚ୍, ୩.୫ କେଡବ୍ଲ୍ୟୁଏଚ୍, ୪.୫ କେଡବ୍ଲ୍ୟୁଏଚ୍), ରୋଡ୍ଷ୍ଟର (୩.୫ କେଡବ୍ଲ୍ୟୁଏଚ୍, ୪.୫ କେଡବ୍ଲ୍ୟୁଏଚ୍, ୬ କେଡବ୍ଲ୍ୟୁଏଚ୍) ସାମିଲ ରହିଛି । ଏହି ମୋଟରସାଇକେଲଗୁଡିକ ଅନେକ ସେଗ୍ମେଂଟ-ଫାର୍ଷ୍ଟ ଟେକ୍ନୋଲୋଜି ଓ ଫିଚର ପ୍ରଦାନ କରୁଥିବା ବେଳେ ସେଗୁଡିକର ପ୍ରାରମ୍ଭିକ ମୂଲ୍ୟ ଯଥାକ୍ରମେ ୭୪,୯୯୯ ଟଙ୍କା, ୧୦୪,୯୯୯ ଟଙ୍କା ଓ ୧୯୯,୯୯୯ ଟଙ୍କା ରହିଛି ।