ଭୁବନେଶ୍ୱର: ଓଲା ପକ୍ଷରୁ ଯୋଗ୍ୟ ଗ୍ରାହକଙ୍କୁ ବିନା କୌଣସି ଅତିରିକ୍ତ ମୂଲ୍ୟରେ ସେମ୍-ଡେ ସର୍ଭିସ ଗ୍ୟାରେଂଟି ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଥିବା ଡେଡିକେଟେଡ ହାଇପରସର୍ଭିସ ସେଂଟରର ଶୁଭାରମ୍ଭ କରାଯାଇଛି । ଏଥି ସହିତ ଏହାର ହାଇପରସର୍ଭିସ ଅଭିଯାନର ସମ୍ପ୍ରସାରଣ ମଧ୍ୟ କରାଯାଇଛି। ଏହି ସମ୍ପ୍ରସାରଣର ଅଂଶ ଭାବେ ଓଲା ନିଜର ବର୍ତମାନର ସର୍ଭିସ ସେଂଟରଗୁଡିକୁ ହାଇପରସର୍ଭିସ ସେଂଟରରେ ଅପ୍ଗ୍ରେଡ କରିବ, ଯାହା ବେଙ୍ଗାଲୁରୁରୁ ଆରମ୍ଭ ହୋଇଛି। ଓଲାର ପ୍ରଥମ ହାଇପରସର୍ଭିସ ସେଂଟର ଏବେ ବେଙ୍ଗାଲୁରୁର ଇନ୍ଦିରାନଗରଠାରେ ପରିଚାଳନାକ୍ଷମ ରହିଛି। ଗ୍ରାହକମାନେ ଏବେ କୌଣସି ଅତିରିକ୍ତ ମୂଲ୍ୟ ପଇଠ ନକରି ସମାନ ଦିନରେ ନିଜ ଯାନର ସର୍ଭିସ କରାଇପାରିବେ, ଏଥିସହିତ ଏକ ସମ୍ପୂର୍ଣ୍ଣ ଡିଜିଟାଲ ଓ ସ୍ୱଚ୍ଛ ସେବାର ଅନୁଭୂତି ପାଇପାରିବେ।
ଏହି ଅବସରରେ ଓଲା ଇଲେକ୍ଟ୍ରିକର ପ୍ରବକ୍ତା କହିଛନ୍ତି, “ ବର୍ତମାନ ଜାରି ରହିଥିବା ସର୍ଭିସ ଅପ୍ଗ୍ରେଡର ଅଂଶ ଭାବେ ଆମେ ସେବା ଅନୁଭୂତିର ଅନେକ ମୌଳିକ ଦିଗଗୁଡିକୁ ପୁନଃପରିକଳ୍ପନା କରିଛୁ। ହାଇପରସର୍ଭିସ ସେଂଟରଗୁଡିକ ସହିତ ଆମେ ଏକ ନୂଆ ମାନଦଣ୍ଡ ସ୍ଥାପନ କରିଛୁ ଯାହାକି ହେଉଛି ଯେକୌଣସି ଗ୍ରାହକଙ୍କ ପାଇଁ ବିନା କୌଣସି ଅତିରିକ୍ତ ମୂଲ୍ୟରେ ସେମ୍-ଡେ ସର୍ଭିସ ଗ୍ୟାରେଂଟି। ଏହା ବାଧା ଦୂର କରିବ ଏବଂ ପ୍ରତ୍ୟେକ ଓଲା ଗ୍ରାହକଙ୍କୁ ଏକ ଦ୍ରୁତ, ସରଳ ଓ ଅଧିକ ସ୍ୱଚ୍ଛ ସେବା ଅନୁଭୂତି ଦେବା ପାଇଁ ଟେକ୍ନୋଲୋଜିର ବ୍ୟବହାର, ପ୍ରକ୍ରିୟାର ପୁନଃନିର୍ମାଣ ଓ ବ୍ୟାପକତା ସମ୍ପର୍କିତ ଅଟେ।”
ହାଇପରସର୍ଭିସ ସେଂଟରଗୁଡିକରେ ଏକ ଡେଡିକେଟେଡ କଷ୍ଟମର ଲାଉଞ୍ଜ, ମାଗଣା ୱାଇଫାଇ ଏବଂ ଚେକ୍-ଇନଠାରୁ ଆରମ୍ଭକରି ଡେଲିଭରି ପର୍ଯ୍ୟନ୍ତ ସର୍ଭିସିଂର ପ୍ରତ୍ୟେକ ପର୍ଯ୍ୟାୟରେ ରିଅଲ-ଟାଇମ ଡିଜିଟାଲ ଦୃଶ୍ୟମାନତା ଆଦି ସାମିଲ ରହିଛି । ଯାହାକି ବେଗ, ସ୍ପଷ୍ଟତା ଓ ବିଶ୍ୱାସ ସୁନିଶ୍ଚିତ କରିଥାଏ।
ବେଙ୍ଗାଲୁରୁରେ ଶୁଭାରମ୍ଭ ପରେ ଓଲା ଆଗାମୀ ସପ୍ତାହଗୁଡିକରେ ଦ୍ରୁତ ବେଗରେ ଭାରତବ୍ୟାପୀ କମ୍ପାନୀର ନିର୍ଦ୍ଧିଷ୍ଟ ସର୍ଭିସ ସେଂଟରଗୁଡିକୁ ହାଇପରସର୍ଭିସ ସେଂଟରରେ ଅପ୍ଗ୍ରେଡ କରିବା ପାଇଁ ଯୋଜନା ରଖିଛି ଏବଂ ଦେଶବ୍ୟାପୀ ଏହାର ସେବା ଭିତିଭୂମିକୁ ଅପ୍ଗ୍ରେଡ କରିବ।
କମ୍ପାନୀ ପକ୍ଷରୁ ନିକଟରେ ହାଇପରସର୍ଭିସକୁ ଏକ ଓପନ ପ୍ଲାଟଫର୍ମରେ ବିସ୍ତାର କରିବା ସମ୍ପର୍କରେ ଘୋଷଣା କରାଯାଇଥିଲା, ଯାହା ଓଲାର ପ୍ରକୃତ ମୂଳ ପାର୍ଟସ, ଡାଇଗ୍ନୋଷ୍ଟିକ ଟୁଲ ଓ ସର୍ଭିସ ଟ୍ରେନିଂ ମଡ୍ୟୁଲଗୁଡିକୁ କେବଳ ଏହାର ଗ୍ରାହକଙ୍କ ପାଇଁ ନୁହେଁ ବରଂ ଦେଶବ୍ୟାପୀ ସ୍ୱାଧୀନ ଗ୍ୟାରେଜ, ମେକାନିକ ଓ ଫ୍ଲିଟ ଅପରେଟରଙ୍କ ପାଇଁ ଉପଲବ୍ଧ କରିଛି। ଏହି ଅଭିଯାନର ଅଂଶ ଭାବେ ଓଲାର ସ୍ପେୟାର ପାର୍ଟଗୁଡିକୁ ସିଧାସଳଖ ଓଲା ଇଲେକ୍ଟ୍ରିକ କଷ୍ଟମର ଆପ୍ ଓ ୱେବସାଇଟ ମାଧ୍ୟମରେ କ୍ରୟ କରାଯାଇପାରିବ, ଯାହା ପ୍ରତ୍ୟେକ ଗ୍ରାହକ ଓ ଗ୍ୟାରେଜକୁ ବିନା କୌଣସି ମଧ୍ୟସ୍ଥିରେ ଉଚ୍ଚମାନର, ସାର୍ଟିଫାଏଡ କମ୍ପୋନେଂଟ ପାଇବା ପାଇଁ ଅନୁମତି ଦେଉଛି। ଏହାବ୍ୟତୀତ କମ୍ପାନୀ ପକ୍ଷରୁ ଭାରତବ୍ୟାପୀ ଏହାର ଇନ୍-ଆପ ସର୍ଭିସ ଆପଏଂଟମେଂଟ ଫିଚରର ଶୁଭାରମ୍ଭ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି । ଏହି ଫିଚର ଉପଭୋକ୍ତାଙ୍କୁ ନିଜ ପସନ୍ଦର ସର୍ଭିସ ସ୍ଲଟ ଚୟନ କରିବା, ସର୍ଭିସ ଷ୍ଟାଟସ ଟ୍ରାକ୍ କରିବା ଏବଂ ସମସ୍ତ ସର୍ଭିସ ସମ୍ପର୍କିତ ଆବଶ୍ୟକତାକୁ ସିଧାସଳଖ ଓଲା ଇଲେକ୍ଟ୍ରିକ ଆପ୍ ମଧ୍ୟରେ ପରିଚାଳନା କରିବା ପାଇଁ ଅନୁମତି ଦେଇଥାଏ।