ଗହୀରମଥାରେ ଅଲିଭ ରିଡଲେ ଆଗମନ, ସୁରକ୍ଷା ପାଇଁ ବନବିଭାଗର ନୂତନ ପଦକ୍ଷେପ

Spread the love

ରାଜନଗର, ୧୬/୦୩: କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଅଞ୍ଚଳରେ ଅବସ୍ଥିତ ଗହୀରମଥା ଓ ଭିତରକନିକାର ର ସୁରକ୍ଷାକୁ ଆହୁରି ସକ୍ରିୟ କରିବା ପାଇଁ ବନବିଭାଗ ପକ୍ଷରୁ ଆଧୁନିକ ଡ୍ରୋନ କ୍ୟାମେରା ବ୍ୟବସ୍ଥା କରାଯାଇଛି।ବନବିଭାଗର ସୂଚନା ଅନୁସାରେ, ଏହି ଡ୍ରୋନଗୁଡିକ ଦ୍ୱାରା ସାମୁଦ୍ରିକ ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନ ଅଞ୍ଚଳର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ତତ୍କ୍ଷଣାତ୍ ନଜର ରଖାଯାଇପାରିବ। ଗତ ପାଞ୍ଚ ଦିନ ଧରି ରାଜନଗର ବନଖଣ୍ଡର କର୍ମଚାରୀମାନଙ୍କୁ ଡ୍ରୋନ ଚଳାଇବା ଓ ଆକାଶ ନଜରଦାରୀ ବିଷୟରେ ବିଶେଷ ଟ୍ରେନିଂ ଦିଆଯାଉଛି। ଏବେ ଗହୀରମଥା ସମୁଦ୍ର କୂଳରେ ବିଶ୍ୱପ୍ରସିଦ୍ଧ ଅଲିଭ ରିଡଲେ କଇଁଛମାନଙ୍କ ସମୁହ ଅଣ୍ଡାଦାନ (Arribada) ଋତୁ ଆରମ୍ଭ ହୋଇଥିବାରୁ ଏହାଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ବିପୁଳ ସଂଖ୍ୟାରେ କଇଁଛମାନେ କୂଳକୁ ଆସୁଥିବା ସମୟରେ ଶିକାର, ମାଛ ଧରା ଓ ମାନବୀୟ ହସ୍ତକ୍ଷେପକୁ ରୋକିବା ପାଇଁ ଡ୍ରୋନ ନଜରଦାରୀ ବହୁତ ଉପକୃତ ହେବ ବୋଲି କୁହାଯାଇଛି।

ବିଶେଷ କଥା ହେଲା, ଏହି ଡ୍ରୋନଗୁଡିକ ସମୁଦ୍ର ମଧ୍ୟରେ ପ୍ରାୟ ୨୫ କିଲୋମିଟର ପର୍ଯ୍ୟନ୍ତ ଉଡି ନଜର କରିପାରିବ। ଏହା ଦ୍ୱାରା ନିଷିଦ୍ଧ ଅଞ୍ଚଳରେ ବେଆଇନ ଭାବେ ମାଛ ଧରୁଥିବା ଟ୍ରଲର ଓ ନୌକାଗୁଡିକୁ ସହଜରେ ଚିହ୍ନଟ କରି ତତ୍କାଳ କାର୍ଯ୍ୟନୁଷ୍ଠାନ ନେବା ସମ୍ଭବ ହେବ।ସେଥିସହ ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ବିଭିନ୍ନ ପଶୁ-ପକ୍ଷୀ, ଖାଡି ଓ ମ୍ୟାଙ୍ଗ୍ରୋଭ ଅଞ୍ଚଳର ଗତିବିଧି ଉପରେ ମଧ୍ୟ ଏହି ଡ୍ରୋନ ଦ୍ୱାରା ସମୟୋପଯୋଗୀ ତଥ୍ୟ ସଂଗ୍ରହ କରାଯାଇପାରିବ।


Spread the love

Leave A Reply

Your email address will not be published.