ଓପିଜିସିରେ ବିଶ୍ୱ ପଖାଳ ଦିବସ ପାଳିତ

Spread the love

ଇବ ଥର୍ମାଲ, ୨୦.୦୩.୨୦୧୬: ଓଡିଶା ପାୱାର ଜେନେରେସନ କର୍ପୋରେସନ ର ଝାରସୁଗୁଡା ଜ଼ିଲ୍ଲା ବନହରପାଲିଠାରେ ଅବସ୍ଥିତ ଇବ ଥର୍ମାଲ ପାୱାର ଷ୍ଟେସନ ଠାରେ ଆଜି ବିଶ୍ୱ ପଖାଳ ଦିବସ ହର୍ଷ ଉଲ୍ଲାସ ରେ ପାଳିତ ହୋଇଯାଇଛି ।

ସ୍ଥାନୀୟ ଇବ କ୍ଲବ ଠାରେ ଆଜି ଅପରାହ୍ନ ୧.୦୦ ଘଟିକା ରେ ଆୟୋଜିତ ଏହି ଉତ୍ସବରେ ଓପିଜିସିର ନିର୍ଦେଶକ ଅପେରସନ ଅଞ୍ଜନା ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବର ଉଦଘାଟନ କରିଥିଲେ । ଇବ କ୍ଲବର ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ସାହୁ ମଂଚ ପରିଚାଳନା କରିଥିଲେ ।  କ୍ଲବର ସାଧାରଣ ସମ୍ପାଦକ ସେନାପତି ପ୍ରଧାନ, ସହ ସମ୍ପାଦକ ଅକ୍ଷୟ ହାତୀ ସଂସୃତିକ ସମ୍ପାଦକ ମକରଧ୍ବଜ ସା, କ୍ରୀଡା ସମ୍ପାଦକ ଦିଲୀପ ପଧାନ, କୋଷାଦକ୍ଷ ଲଖମନ ପଧାନ ପ୍ରମୁଖ ସହଯୋଗ କରିଥିଲେ ।

ମଂଚ କାର୍ଯ୍ୟକ୍ରମ ସମାପନ ପରେ ପରେ ଇବ ଥର୍ମାଲର ସମସ୍ତ କର୍ମଚାରୀ ତାଙ୍କ ପରିବାର ସଦସ୍ୟ ମାନଙ୍କ ସହ ପ୍ରାୟ ୭୦୦ ବ୍ୟକ୍ତି ପାରମ୍ପରିକ ପଖାଳ ଭୋଜନର ଆନନ୍ଦ ନେଇଥିଲେ ।


Spread the love

Leave A Reply

Your email address will not be published.