ବନହରପାଲି, ୧୮.୦୩ .୨୦୧୬ ; ଓଡିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ଼ ଦ୍ୱାରା CSR କାର୍ଯ୍ୟକ୍ରମ ଅଧୀନରେ ଇବ ଥର୍ମାଲ ପାୱାର ଷ୍ଟେସନ ପରିପାର୍ଶ୍ଵରେ ଥିବା ଗ୍ରାମୀଣ ଛାତ୍ରୀ ମାନଙ୍କର ସାମାଜିକ ଦକ୍ଷତା ବିକାଶ ଉଦେଶ୍ୟରେ ଏକ ୭ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଆଜି ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବ ରେ ଯୋଗଦେଇ ମୁଖ୍ୟ ଅତିଥି ଓପିଜିସି ରେ ନିର୍ଦେଶକ (ଅପେରସନ) ଶ୍ରୀ ଅଞ୍ଜନା ରଞ୍ଜନ ଦାସ ଛାତ୍ରୀ ମାନଙ୍କୁ ନିର୍ଭୟ ହୋଇ ଜୀବନରେ ଆଗକୁ ବଢିବାକୁ ପ୍ରୋତ୍ସାହନ ଦେଇଥିଲେ । ଅନ୍ୟତମ ଅତିଥି ସିନିଅର ଭାଇସ ପ୍ରେସିଡେଣ୍ଟ (ଅପେରସନ) ଶ୍ରୀ ସୁକାନ୍ତ ମହାପାତ୍ର ଗ୍ରାମାଞ୍ଚଳ ରୁ ଆସିଥିବା ଛାତ୍ରୀ ମାନଙ୍କୁ ଶିକ୍ଷା କୁ ଗୁରୁତ୍ୱର ସହ ଗ୍ରହଣ କରି ନିଜର ତଥା ନିଜ ପରିବାରର ଉନ୍ନତି ରେ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ITPS ladies Club ର ପ୍ରେସିଡେଣ୍ଟ ଶ୍ରୀମତୀ ସଙ୍ଗୀତା ଦାସ ଛାତ୍ରୀମାନଙ୍କୁ ଜୀବନର ଭିନ୍ନ ପର୍ଯ୍ୟାୟ ରେ ନିଜକୁ କିପରି ପରିଚାଳିତ କରିବେ ସେ ବିଷୟରେ ବୁଝାଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ITPS ହସ୍ପିଟାଲ ର ମୁଖ୍ୟ ଚିକିଷ୍ୟା ଅଧିକାରୀ ଡାକ୍ତର ସଙ୍ଗୀତା ପଣ୍ଡା ମଧ୍ୟ ଛାତ୍ରୀ ମାନଙ୍କୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଗମ୍ଭୀରତା ସହ ଗ୍ରହଣ କରି ଜୀବନ ରେ ଉନ୍ନତି କିପରି ହୋଇ ପାରିବ ସେ ବିଷୟରେ ବୁଝାଇ ଥିଲେ ।

ଆୟୋଜକ CSR ବିଭାଗ ର ଉପଦେଷ୍ଠା ଶ୍ରୀ ପ୍ରଫୁଲ୍ଲ କୁମାର ଧଳ ଏବଂ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ଇବ ଥର୍ମାଲ DAV Public School ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନିତା ଭାଗ୍ୟରଜ ମଧ୍ୟ ଏହି ଅବସରରେ ନିଜର ଅଭିଭାଷଣ ରଖିଥିଲେ । Child Fund India ସଂସ୍ଥାର ପ୍ରଶିକ୍ଷକ ଶ୍ରୀ ସଂଜୀବ ବେହେରା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସମ୍ୟକ ବିବରଣୀ ପ୍ରଦାନ କରିଥିଲେ ।
ସାତ ଦିନ ଧରି ହେବାକୁ ଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ Child Fund India ସଂସ୍ଥା ର ପ୍ରଶିକ୍ଷକଙ୍କ ଦ୍ୱାରା କରାଯିବ . CSR ବିଭାଗ ତରଫରୁ ଶ୍ରୀ ହିମାଂଶୁ ଭୂଷଣ ବେହେରା ଏହି କାର୍ଯ୍ୟକ୍ରମ ରେ ମଂଚ ପରିଚାଳନା କରିଥିଲେ ଏବଂ ତାପସ ପଣ୍ଡା ତଥା ଅମର ସିଂ ସହଯୋଗ କରିଥିଲେ । ଏହି ଅବସରରେ ଓପିଜିସି ର ବରିଷ୍ଠ ଅଧିକାରୀ, ITPS ladies Clubର ସଦସ୍ୟା ଏବଂ ବିଦ୍ୟାଳୟ ମାନଙ୍କରୁ ଆସିଥିବା ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ ।