ଭୁବନେଶ୍ୱର : ଓପୋ ଇଣ୍ଡିଆ ପକ୍ଷରୁ ଆଜି ଭାରତରେ ଏହାର ବହୁପ୍ରତିକ୍ଷୀତ ଫାଇଣ୍ଡ ଏକ୍ସ୯ ସିରିଜ ଶୁଭାରମ୍ଭ କରାଯାଇଛି । ଫାଇଣ୍ଡ ଏକ୍ସ ଲିଗାସିକୁ ଜାରି ରଖି, ଫାଇଣ୍ଡ ଏକ୍ସ୯ ଏବଂ ଫାଇଣ୍ଡ ଏକ୍ସ୯ ପ୍ରୋକୁ ନେଇ ଗଠିତ ଏହି ନୂଆ ସିରିଜ୍, ଫ୍ଲାଗସିପ୍ ସ୍ମାର୍ଟଫୋନ୍ କ’ଣ ପ୍ରଦାନ କରିପାରିବ ତାହାର ନୂତନ ମାନଦଣ୍ଡ ସ୍ଥାପନ କରିବ । ଏହି ନୂଆ ସିରିଜ ଏକ ଚମତ୍କାର ଅଲରାଉଣ୍ଡ ଅନୁଭୂତି ଉପସ୍ଥାପନ କରୁଛି ଯାହା ହାସେଲବ୍ଲାଡ କୋ-ଇଞ୍ଜିନିୟର୍ଡ ନ୍ୟୁ-ଜେନେରେଶନ କ୍ୟାମେରା ସିଷ୍ଟମ, ବୈପ୍ଳବିକ ବ୍ୟାଟେରୀ ଲାଇଫ, ଶକ୍ତିଶାଳୀ କାର୍ଯ୍ୟଦକ୍ଷତା ଏବଂ ସୁଗମ ଓ ସ୍ମାର୍ଟ କଲରଓଏସ ୧୬ ଭଳି ଫିଚର ପ୍ରଦାନ କରୁଛି ।
ଏହି ଲଂଚ ଅବସରରେ ଓପୋ ର ପ୍ରଡକ୍ଟ ଷ୍ଟ୍ରାଟେଜି ବିଭାଗର ମୁଖ୍ୟ ପିଟର ଡୋହ୍ୟୁଙ୍ଗ ଲି କହିଛନ୍ତି, “ଫାଇଣ୍ଡ ଏକ୍ସ୯ ପ୍ରୋ ସହିତ ଆମେ ଏକ ସମ୍ପୂର୍ଣ୍ଣ ଫ୍ଲାଗସିପ ଅନୁଭୂିତର ଶୁଭାରମ୍ଭ କରିଛୁ ଯାହା କ୍ୟାମେରା ଅନୁଭୂତି, ଡିଜାଇନ ସୌନ୍ଦର୍ଯ୍ୟତା, ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ଓ ସୁଗମ ୟୁଜର ଇଂଟରଫେଓ ପାଇଁ ନୂଆ ମାନଦଣ୍ଡ ସ୍ଥାପନ କରିଥାଏ । ଆମେ ନିଶ୍ଚିତ ଯେ, ଆମର ଶିଳ୍ପ ପ୍ରଥମ ଉଦ୍ଭାବନଗୁଡିକ ସହିତ ଫାଇଣ୍ଡ ଏକ୍ସ୯ ପ୍ରୋ ଗ୍ରାହକ ଅନୁଭୂତିକୁ ନୂଆ ରୂପ ଦେବ ଏବଂ ଓପୋ କୁ ସର୍ବୋତମ ମୂଲ୍ୟ ପ୍ରସ୍ତାବ ସହ ଉପଭୋକ୍ତା ସମୃଦ୍ଧ ଅନୁଭୂତି ପ୍ରଦାନ କରିବା କ୍ଷେତ୍ରରେ ଆଗରେ ରଖିବ ।”
ଭାରତରେ ଓପୋ ଦ୍ୱାରା ଏକ ମଜବୁତ ବଜାର ପ୍ରଦର୍ଶନ ପରେ ଏହି ଲଂଚ ସାମ୍ନାକୁ ଆସିଛି, ଯେଉଁଠାରେ ୨୦୨୫ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ପାଇଁ ଆନ୍ତର୍ଜାତିକ ଡାଟା କର୍ପୋରେସନ (ଆଇଡିସି)ର ୱାର୍ଲଡ ୱାଇଡ କ୍ୱାଟରଲି ମୋବାଇଲ ଫୋନ ଟ୍ରାକର ଅନୁଯାୟୀ ୧୩.୯%ର ଏକ ବଜାର ଅଂଶ ସହିତ ଏହି ବ୍ରାଣ୍ଡ ୨ୟ ସ୍ଥାନକୁ ଉନ୍ନୀତ ହୋଇଛି । ଫାଇଣ୍ଡ ଏକ୍ସ୯ ପ୍ରୋ ୧୦୯୯୯୯ ଟଙ୍କା ମୂଲ୍ୟରେ ୧୬ ଜିବି + ୫୧୨ ଜିବି ଭାରିଆଂଟରେ ଆସୁଥିବା ବେଳେ ଫାଇଣ୍ଡ ଏକ୯ ଯଥାକ୍ରମେ ୭୪୯୯୯ ଟଙ୍କା ଓ ୮୪୯୯୯ ଟଙ୍କା ମୂଲ୍ୟରେ ୧୨ ଜିବି + ୨୫୬ ଜିବି ଓ ୧୬ ଜିବି + ୫୧୨ ଜିବି ଭାରିଆଂଟରେ ଉପଲବ୍ଧ ହେଉଛି । ଉଭୟ ଭାରିଆଂଟର ସେଲ ଆସନ୍ତା ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ । ଫାଇଣ୍ଡ ଏକ୍ସ୯ ପ୍ରୋ ଓପୋ ଇ-ଷ୍ଟୋର, ଆମାଜନ, ଫ୍ଲିପକାର୍ଟ ଏବଂ ମେନଲାଇନ ରିଟେଲ ଆଉଟଲେଟଗୁଡିକରେ ଉପଲବ୍ଧ ହେବ ।
ସେହିପରି ଫାଇଣ୍ଡ ଏକ୍ସ୯ ଓପୋ ଷ୍ଟୋର, ଫ୍ଲିପକାର୍ଟ ଓ ମେନ୍ଲାଇନ ରିଟେଲ ଆଉଟଲେଟରେ ଉପଲବ୍ଧ ହେବ । ଏହାର ହାସେଲବ୍ଲାଡ ଟେଲିକନ୍ର୍ଭଟର କିଟ ୨୯,୯୯୯ ଟଙ୍କାର ଏକ ଅତିରିକ୍ତ ମୂଲ୍ୟରେ ଓପୋ ଇଷ୍ଟୋରରେ ଉପଲବ୍ଧ ହେବ । ଫାଇଣ୍ଡ ଏକ୍ସ୯ ସିରିଜ ସହିତ ଓପୋ ପକ୍ଷରୁ ଏହାର ନୂଆ ଟିଡବ୍ଲ୍ୟୁଏସ ଏନକୋ ବଡ୍ସ ୩ ପ୍ରୋ+ର ମଧ୍ୟ ଶୁଭାରମ୍ଭ କରାଯାଇଛି ଯାହାର ମୂଲ୍ୟ ୨୦୯୯ ଟଙ୍କା ରହିଛି, ଏବଂ ଏହା ନଭେମ୍ବର ୨୧ ତାରିଖରୁ ୩୦ ତାରିଖ ୨୦୨୫ ପର୍ଯ୍ୟନ୍ତ ୧୮୯୯ ଟଙ୍କାର ଏକ ଲଂଚ୍ ଅଫର୍ ମୂଲ୍ୟରେ , ଓପୋ ଇଷ୍ଟୋର, ଫ୍ଲିପକାର୍ଟ, ଆମାଜନ ଓ ମେନ୍ଲାଇନ ରିଟେଲ ଷ୍ଟୋରଗୁଡିକରେ ଉପଲବ୍ଧ ହେବ ।