୧୨,୯୯୯ଟଙ୍କା ମୂଲ୍ୟରେ ଓପୋ କେ୧୨ଏକ୍ସ ୫ଜି ଉନ୍ମୋଚିତ

Spread the love

ଭୁବନେଶ୍ୱର: ଓପୋ ଇଣ୍ଡିଆ ପକ୍ଷରୁ କେବଳ ୧୨,୯୯୯ ଟଙ୍କାରେ ଏହାର ସେଗ୍‌ମେଂଟ୍‌ର ସବୁଠାରୁ ମଜବୁତ ସ୍ମାର୍ଟଫୋନ୍ କେ୧୨ଏକ୍ସ ୫ଜିର ଶୁଭାରମ୍ଭ କରାଯାଇଛି । ଏହି ଡିଭାଇସ ଦୁଇଟି ଆକର୍ଷଣୀୟ ରଙ୍ଗ ଯଥା ବ୍ରିଜ ବ୍ଲୁ ଓ ମିଡ୍‌ନାଇଟ ଭାୟୋଲେଟ୍‌ରେ ଉପଲବ୍ଧ ହେଉଛି ଏବଂ ଏହା ଓପୋ ଇ-ଷ୍ଟୋର୍ ଓ ଫ୍ଲିପକାର୍ଟରେ ଆସନ୍ତା ଅଗଷ୍ଟ ୨ ତାରିଖ ୨୦୨୪ରୁ ଉପଲବ୍ଧ ହେବ । ଏଥିରେ ‘ଏମ୍‌ଆଇଏଲ୍‌-ଏସ୍‌ଟିଡି-୮୧୦ଏଚ୍‌’ ମିଲିଟାରୀ ଗ୍ରେଡ୍ ସାର୍ଟିଫିକେଶନ ସହିତ ସେଗ୍‌ମେଂଟ୍‌-ଅଗ୍ରଣୀ ସ୍ଥାୟିତ୍ୱ, ଧୂଳି ଓ ଜଳ ପ୍ରତିରୋଧ ପାଇଁ ଆଇପି୫୪ ରେଟିଂ ଏବଂ ସେଗ୍‌ମେଂଟ୍‌ର ପ୍ରଥମ ସ୍ପ୍ଲାଶ୍ ଟଚ୍ ଟେକ୍ନୋଲୋଜି ରହିଛି ଯାହାଫଳରେ ଉପଭୋକ୍ତାମାନେ ଓଦା ଆଙ୍ଗୁଠିରେ ମଧ୍ୟ ଏହାର ଟଚ୍‌ସ୍କ୍ରିନ୍‌କୁ ପରିଚାଳନା କରିପାରିବେ । ଏହି ଫୋନ୍ ବକ୍ସରେ ଏକ ଆଂଟି-ଡ୍ରପ୍ ସିଲ୍ଡ କେସ୍ ଓ ଏକ ମଜବୁତ ବ୍ୟାକ୍ ସେଲ୍ ସହ ଆସୁଛିା ୭.୬୮ ଏମଏମ ଅଲଟ୍ରା-ସ୍ଲିମ ଓପୋ କେ୧୨ଏକ୍ସ ୫ଜିର ଓଜନ କେବଳ ୧୮୬ ଗ୍ରାମ ରହିଛି ଏବଂ ଏହା ଏକ ଫ୍ରିଙ୍ଗରପ୍ରିଂଟ୍‌-ରେଜିଷ୍ଟାଂଟ୍ ମିଡ୍‌-ଫ୍ରେମ୍ ସହ ଆସୁଛି । ଲଂଚ ଅଫର୍ କେବଳ ଅଗଷ୍ଟ ୨ ତାରିଖରେ ଉପଲବ୍ଧ ରହିଛି । ଯେଉଁଥିରେ ଗ୍ରାହକମାନେ ନିର୍ଦ୍ଧିଷ୍ଟ ବ୍ୟାଙ୍କଗୁଡିକ ଉପରେ ୧୦୦୦ଟଙ୍କାର ତତ୍କାଳ ରିହାତି ଏବଂ ୩ ମାସ ପର୍ଯ୍ୟନ୍ତ ନୋ କଷ୍ଟ୍ ଇଏମ୍‌ଆଇ ସୁବିଧା ପାଇପାରିବେ ।

ଏସମ୍ପର୍କରେ ଓପୋ ଇଣ୍ଡିଆର ପ୍ରଡକ୍ଟ କମ୍ୟୁନିକେଶନ୍ସ ବିଭାଗ ମୁଖ୍ୟ ସାଭିଓ ଡି’ସୁଜା କହିଛନ୍ତି, “ଓପୋ କେ୧୨ଏକ୍ସ ୫ଜି ହେଉଛି ୧୫,୦୦୦ଟଙ୍କାରୁ କମ୍ ମୂଲ୍ୟ ଅଧିନରେ ‘ଏମ୍‌ଆଇଏଲ୍‌-ଏସ୍‌ଟିଡି-୮୧୦ଏଚ୍‌’ ଡ୍ୟୁରାବିଲିଟି ଷ୍ଟାଣ୍ଡାର୍ଡ ଥିବା ପ୍ରଥମ ହ୍ୟାଣ୍ଡସେଟ୍ । ଏକ ଆକର୍ଷଣୀୟ ମୂଲ୍ୟ ତଥାପି ଉନ୍ନତ ପ୍ୟାକେଜରେ ସାରା ଦିନର ବ୍ୟାଟେରୀ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏହାକୁ ଏକ ଅତ୍ୟଧିକ ଆକର୍ଷଣୀୟ ମୂଲ୍ୟ ପ୍ରସ୍ତାବରେ ପରିଣତ କରିବା ପାଇଁ ଏହି ଫୋନ୍ କାର୍ଯ୍ୟଦକ୍ଷତା ଓ ବ୍ୟାଟେରୀ ଲାଇଫ୍ ସହ ସାଲିସ୍ ନକରି ଡିଜାଇନ ଓ ସ୍ଥାୟିତ୍ୱ ମଧ୍ୟରେ ଉପଯୁକ୍ତ ସନ୍ତୁଳନ ରକ୍ଷା କରିଛି ।”

ଏହା ୧୨୦ଏଚ୍‌ଜେଡ୍ ରିଫ୍ରେଶ୍ ରେଟ, ବିଶାଳ ୬.୬୭ଇଂଚ୍ ଡିସ୍‌ପ୍ଲେ ଅମାଜନ ଏଚ୍‌ଡି ଓ ୱାଇଡ୍‌ଭାଇନ୍ ଏଲ୍‌୧ ସାର୍ଟିଫିକେଶନ, ଏକ ବିଶାଳ ୫୧୦୦ଏମ୍‌ଏଏଚ୍ ବ୍ୟାଟେରୀ ଏବଂ ଏକ ୪୫ ୱାଟ୍ ସୁପରଭିଓଓସି ଚାର୍ଜର ସପୋର୍ଟ ସହିତ ବ୍ୟବସ୍ଥିତ ରହିଛି । ଓପୋ କେ୧୨ଏକ୍ସ ୫ଜି ଏକ ଏଆଇ ଡୁଆଲ କ୍ୟାମେରା ସେଟ୍‌ଅପ୍‌କୁ ସପୋର୍ଟ କରୁଛି ଯେଉଁଥିରେ ଓପୋର ୩.୦ଏଚ୍‌ଡିଆର୍ ଆଲ୍‌ଗୋରିଦମ୍ ସହିତ ଏକ ୩୨ ଏମ୍‌ପି ମେନ କ୍ୟାମେରା, ସେକେଣ୍ଡାରୀ ୨ଏମ୍‌ପି ପୋର୍ଟ୍ରେଟ କ୍ୟାମେରା ଏବଂ ସମ୍ମୁଖରେ ୮ ଏମ୍‌ପି କ୍ୟାମେରା ରହିଛି । ଏହି ସ୍ମାର୍ଟଫୋନ୍ ଡୁଆଲ ଭ୍ୟୁ ଭିଡିଓ ଭଳି ଆଡ୍‌ଭାନ୍ସଡ୍ ଫିଚର ସହିତ ଆସୁଛି । ଏହାଛଡା ଏଆଇ ପୋର୍ଟ୍ରେଟ୍ ରିଟଚିଙ୍ଗ୍ ଆଲ୍‌ଗୋରିଦମ ରହିଛି । ମଲ୍ଟିଟାସ୍କିଙ୍ଗ୍ ପାଇଁ ଏକ ମିଡିଆଟେକ ଡାଇମେନ୍‌ସିଟି ୬୩୦୦ ୫ଜି ଚିପ୍‌ସେଟ୍ ସହ ସୁସଜ୍ଜିତ ରହିଛି । ଏହି ଡିଭାଇସ୍ ଦୁଇଟି ଷ୍ଟୋରେଜ ଓ ରାମ୍ ଭାରିଆଂଟ୍ ଯଥା ୧୨୮ଜିବି/୬ଜିବି (୧୨,୯୯୯ଟଙ୍କା) ଓ ୨୫୬ ଜିବି/ ୮ଜିବି(୧୫,୯୯୯ଟଙ୍କା) ସହ ଆସୁଛି । ସୁଗମ ପ୍ରଦର୍ଶନ ପାଇଁ ଓପୋରର ରାମ୍ ଏକ୍ସପାନ୍‌ଶନ ଫିଚର ଉପଭୋକ୍ତାଙ୍କୁ ଷ୍ଟୋରେଜରୁ ଉଧାର ଆଣି ରାମ୍‌କୁ ୮ ଜିବି ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଅନୁମତି ଦେଇଥାଏ । ଅନ୍ୟପକ୍ଷରେ ଉନ୍ନତ ଷ୍ଟୋରେଜ ପାଇଁ ଏହି ସ୍ମାର୍ଟଫୋନ୍ ଏହାର ମାଇକ୍ରୋଏସ୍‌ଡି କାର୍ଡ ସ୍ଲଟ୍ ମାଧ୍ୟମରେ ୧ଟିବି ଟିବି ପର୍ଯ୍ୟନ୍ତ ଏକ୍ସପାଣ୍ଡେବୁଲ ମେମୋରୀକୁ ସପୋର୍ଟ କରୁଛି । ଏହା ଆଣ୍ଡ୍ରଏଡ୍ ୧୪ ସହ ଆସୁଛି ଏବଂ ଏହା ଦୁଇଟି ଓଏସ୍ ଅପ୍‌ଡେଟ ଓ ୩ ବର୍ଷର ସିକ୍ୟୁରିଟି ଅପ୍‌ଡେଟ ଗ୍ରହଣ କରିବ ।


Spread the love

Leave A Reply

Your email address will not be published.