ଓପୋ ପକ୍ଷରୁ ଟେଲିଫଟୋ କ୍ୟାମେରା ସେଟ୍‌ଅପ୍ ସହିତ ରେନୋ ୧୦ ସିରିଜ୍‌ର ଶୁଭାରମ୍ଭ

Spread the love

ଭୁବନେଶ୍ୱର: ଅଗ୍ରଣୀ ଗ୍ଲୋବାଲ ସ୍ମାର୍ଟ ଡିଭାଇସ୍ ବ୍ରାଣ୍ଡ ଓପୋ ପକ୍ଷରୁ ଭାରତରେ ଏହାର ରେନୋ ସିରିଜ୍‌ରେ ନୂତନତମ ଉତ୍ପାଦର ଶୁଭାରମ୍ଭ ଘୋଷଣା କରାଯାଇଛି । ରେନୋ ୧୦ ପ୍ରୋ+ ୫ଜି , ରେନୋ ୧୦ ପ୍ରୋ ୫ଜି ଓ ରେନୋ ୧୦ ୫ଜି ୪ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହୁଥିବା ବ୍ୟାଟେରୀ ପାଇଁ ବିଏଚ୍‌ଇ, ଫାଷ୍ଟ୍ ଚାର୍ଜିଂ ପାଇଁ ସୁପରଭିଓଓସିଟିଏମ୍ ଓ ଡାଇନାମିକ୍ କମ୍ପ୍ୟୁଟିଂ ଇଞ୍ଜିନ ଭଳି ଓପୋ ଟେକ୍ନୋଲୋଜି ଉଦ୍ଭାବନଗୁଡିକ ସହିତ ଆସୁଛି । ରେନୋ ୧୦ ପ୍ରୋ+୫ଜି ଓ ରେନୋ ୧୦ ପ୍ରୋ ୫ଜିର ମୂଲ୍ୟ ଯଥାକ୍ରମେ ୫୪,୯୯୯ଟଙ୍କା ଓ ୩୯,୯୯୯ଟଙ୍କା ରହିଛି । ରେନୋ ୧୦ ସିରିଜ୍ ସହିତ ଓପୋ ପକ୍ଷରୁ ଏହାର ନୂତନ ଟିଡବ୍ଲ୍ୟୁଏସ୍ ଏନ୍‌କୋ ଏୟାର୩ର ଉନ୍ମୋଚନ କରାଯାଇଛି ଯାହାର ମୂଲ୍ୟ ୪,୯୯୯ଟଙ୍କା ରହିଛି । ଏହି ଶୁଭାରମ୍ଭ ଅବସରରେ ଓପୋ ଇଣ୍ଡିଆର ଚିଫ୍ ମାର୍କେଟିଂ ଅଫିସର ଦମୟନ୍ତ ସିଂହ ଖାନୋରିଆ କହିଛନ୍ତି, ‘ରେନୋ ୧୦ ସିରିଜ୍‌ର ଶୁଭାରମ୍ଭ ସହିତ ଆମେ ଗ୍ରାହକଙ୍କୁ ଚମତ୍କାର ଅନୁଭୂତି ପ୍ରଦାନ କରିବା ପାଇଁ ଆମର ଅତ୍ୟାଧୁନିକ ଟେଲିଫଟୋ କ୍ୟାମେରା ଓ ଘରୋଇ ସୁପରଭିଓଓସି ଫ୍ଲାଶ୍ ଚାର୍ଜିଙ୍ଗ ଟେକ୍ନୋଲୋଜି ମାଧ୍ୟମରେ ପୋର୍ଟ୍ରେଟ୍ ଫଟୋଗ୍ରାଫିକୁ ବୈପ୍ଳବିକ କରିଛୁ । ଏହି ହାଲୁକା ଓ ଷ୍ଟାଇଲିଶ ସିରିଜ୍‌ରେ ଏହାର ଉତ୍କୃଷ୍ଟ ପ୍ରଦର୍ଶନ ଅନ୍ତର୍ନିହିତ ରହିଛି ଏବଂ ଏହା ଆମର ଉପଭୋକ୍ତାଙ୍କୁ ଏକ ଉନ୍ନତ ମୂଲ୍ୟ ପ୍ରସ୍ତାବ ପ୍ରଦାନ କରିବ ।’ ରେନୋ ୧୦ ପ୍ରୋ+ ୫ଜି ଓ ରେନୋ ୧୦ ପ୍ରୋର ସେଲ୍ ଆସନ୍ତା ଜୁଲାଇ ୧୩ ତାରିଖ ରାତି ୧୨ଟା (ମଧ୍ୟରାତ୍ରି)ରୁ ଆରମ୍ଭ ହେବ ।
ରେନୋ୧୦ ପ୍ରୋ+୫ଜିରେ ୧୨୦ଏଚ୍‌ଜେଡ୍ ୬.୭୪ ଇଂଚ୍ ଓଏଲ୍‌ଇଡି ୧୦-ବିଟ୍ କଲର୍ ଡିସ୍‌ପ୍ଲେ ସହ ୨୭୭୨ଞ୍ଚ୧୨୪୦ ପିଏକ୍ସର ରିଜୋଲ୍ୟୁଶନ, ୯୩.୯%ର ଉଚ୍ଚ ସ୍କ୍ରିନ୍‌-ଟୁ-ବଡି ରେସିଓ ଓ ସୁରକ୍ଷା ପାଇଁ ଡ୍ରାଗନ୍‌ଟ୍ରେଲ୍ ଷ୍ଟାର୍ ୨ ଗ୍ଲାସ୍ ରହିଛି । ଏହାବ୍ୟତୀତ ରେନୋ୧୦ ପ୍ରୋ+ ୫ଜି ୫୦ଏମ୍‌ପି ଆଇଏମ୍‌ଏକ୍ସ୮୯୦ ଅଲ୍‌ଟ୍ରା-କ୍ଲିୟର ମେନ୍ କ୍ୟାମେରା ଓ ଏକ ୧୧୨ଂ ଫିଲ୍ଡ ଅଫ୍ ଭ୍ୟୁ ସହିତ ୮ଏମ୍‌ପି ଆଇଏମ୍‌ଏକ୍ସ ଅଲ୍‌ଟ୍ରା ୱାଇଡ୍‌-ଆଙ୍ଗେଲ ସ୍ନାପର୍ ସହ ଆସୁଛି । ଏହାର ୩୨ ଏମ୍‌ପି ଫ୍ରଂଟ୍ କ୍ୟାମେରାରେ ଏକ ଆଇଏମ୍‌ଏକ୍ସ୭୦୯ ଆର୍‌ଜିବିଡବ୍ଲ୍ୟୁ ସେନ୍ସର ରହିଛି । ରେନୋ ସିରିଜରେ ବର୍ତମାନର ସର୍ବୋଚ୍ଚ ୱାଟେଜ୍‌- ସୁପର-ଚାର୍ଜଡ ୧୦୦ ୱାଟ୍ ସୁପର୍‌ଭିଓଓସି ସହିତ ଏହି ହ୍ୟାଣ୍ଡସେଟ୍‌ର ୪୭୦୦ ଏମ୍‌ଏଏଚ୍ ବ୍ୟାଟେରୀ ରହିଛି । ଏହାଛଡା ରେନୋ୧୦ ପ୍ରୋ+ ୫ଜି୩ ବର୍ଷର ଓଏସ୍ ଓ ୪ ବର୍ଷର ସୁରକ୍ଷା ଅପ୍‌ଡେଟ୍‌କୁ ସପୋର୍ଟ କରୁଛି ।

ରେନୋ୧୦ ପ୍ରୋ ୫ଜିରେ ଡ୍ରାଗନ୍‌ଟ୍ରେଲ୍ ଷ୍ଟାର୍ ୨ ଗ୍ଲାସ୍ ଡିସ୍‌ପ୍ଲେ ସହ ୧୨୦ଏଚ୍‌ଜେଡ୍ ୬.୭ ଇଂଚ୍ ଓଏଲ୍‌ଇଡି ୩ଡି କର୍ଭଡ୍ ସ୍କ୍ରିନ୍ ରହିଛି ଏବଂ ଏହା ବଡି ପାଇଁ ଗରିଲା ଗ୍ଲାସ୍ ୫ ପ୍ରୋଟେକ୍ସନ ସହିତ ଗ୍ଲସି ପର୍ପଲ ଓ ସିଲ୍‌ଭରୀ ଗ୍ରେ କଲର୍‌ରେ ଉପଲବ୍ଧ ହେଉଛି । ରେନୋ୧୦ ପ୍ରୋ+ ୫ଜି ଭଳି ରେନୋ୧୦ ପ୍ରୋ ୫ଜି ଏକ ଟ୍ରିପଲ କ୍ୟାମେରା ସେଟ୍‌ଅପ୍ ସହିତ ଆସୁଛି ଯେଉଁଥିରେ ୫୦ଏମ୍‌ପି ଆଇଏମ୍‌ଏକ୍ସ୮୯୦ ଅଲ୍‌ଟ୍ରା-କ୍ଲିୟର ମେନ୍ କ୍ୟାମେରା, ୩୨ ଏମ୍‌ପି ଆଇଏମ୍‌ଏକ୍ସ୭୦୯ ଆର୍‌ଜିବିଡବ୍ଲ୍ୟୁ ଟେଲିଫଟୋ ପୋର୍ଟ୍ରେଟ୍ କ୍ୟାମେରା ସହ ୨ଗୁଣ ଅପ୍ଟିକାଲ ଜୁମ୍ ଓ ୧୧୨ଂ ଫିଲ୍ଡ ଅଫ୍ ଭ୍ୟୁ ପ୍ରଦାନ କରୁଥିବା ୮ଏମ୍‌ପି ଆଇଏମ୍‌ଏକ୍ସ୩୫୫ ଅଲ୍‌ଟ୍ରା ୱାଇଡ୍‌-ଆଙ୍ଗେଲ ସ୍ନାପର୍ ଅନ୍ତର୍ଭୁକ୍ତ ରହିଛି । ରେନୋ୧୦ ପ୍ରୋରେ ୮୦ୱାଟ୍ ସୁପର୍‌ଭିଓଓସି ସହିତ ଏକ ୪୬୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ରହିଛି । ରେନୋ ୧୦ ୫ଜିରେ ୬୪ଏମ୍‌ପି ଓଭି୬୪ବି ଅଲ୍‌ଟ୍ରା-କ୍ଲିୟର ମେନ୍ କ୍ୟାମେରା, ୩୨ଏମ୍‌ପି ଆଇଏମ୍‌ଏକ୍ସ ୭୦୯ ଟେଲିଫଟୋ ପୋର୍ଟ୍ରେଟ୍ କ୍ୟାମେରା, ୮ଏମ୍‌ପି ଆଇଏମ୍‌ଏକ୍ସ୩୫୫ ୧୧୨ଂ ଅଲ୍‌ଟ୍ରା-ୱାଇଡ୍ କ୍ୟାମେରା ଓ ୩୨ଏମ୍‌ପି ଓଭି୩୨ସି ଅଲ୍‌ଟ୍ରା-କ୍ଲିୟର ସେଲ୍‌ଫି କ୍ୟାମେରା ସାମିଲ ରହିଛି । ଏଥିରେ ୬୭ୱାଟ୍ ସୁପର୍‌ଭିଓଓସି ଚାର୍ଜିଙ୍ଗ ସହିତ ରେନୋ ସିରିଜ୍‌ର ସବୁଠାରୁ ବଡ- ୫୦୦୦ ଏମ୍‌ଏଏଚ୍ ବ୍ୟାଟେରୀ ରହିଛି ।

ଗ୍ରାହକମାନେ ଓପୋ ରେନୋ୧୦ ପ୍ରୋ+୫ଜି ଓ ଓପୋ ରେନୋ୧୦ ପ୍ରୋ ୫ଜିର ପ୍ରଥମ ସେଲ୍ ଉପରେ ଫ୍ଲିପ୍‌କାର୍ଟ ଓ ଓପୋ ଷ୍ଟୋର୍‌ରେ ୪୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ଉପଭୋଗ କରିପାରିବେ ଏବଂ ଏଚ୍‌ଡିଏଫ୍‌ସି, ଆଇସିଆଇସିଆଇ ବ୍ୟାଙ୍କ ଓ ଏସ୍‌ବିଆଇ କାର୍ଡ ଉପରେ ୯ ମାସ ପର୍ଯ୍ୟନ୍ତ ନୋ କଷ୍ଟ ଇଏମ୍‌ଆଇ ସୁବିଧା ପାଇପାରିବେ । ଗ୍ରାହକମାନେ ମେନ୍‌ଲାଇନ୍ ଆଉଟ୍‌ଲେଟ୍‌ଗୁଡିକରୁ ୪୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ଏବଂ ଏସ୍‌ବିଆଇ କାର୍ଡ, କୋଟାକ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଆଇଡିଏଫ୍‌ସି ଫାର୍ଷ୍ଟ ବ୍ୟାଙ୍କ, ୱାନ୍ କାର୍ଡ, ଏୟୁ ସ୍ମଲ୍ ଫାଇନାନ୍ସ ଭଳି ଅଗ୍ରଣୀ ବ୍ୟାଙ୍କ କାର୍ଡଗୁଡିକ ଉପରେ ୯ ମାସ ପର୍ଯ୍ୟନ୍ତ ନୋ-କଷ୍ଟ ଇଏମ୍‌ଆଇ ଅଫର୍ ପାଇବେ । ଗ୍ରାହକମାନେ ଟିଭିଏସ୍ କ୍ରେଡିଟ୍‌, ଏଚ୍‌ଡିବି ଫାଇନାନ୍ସିଆଲ ଓ ଆଇଡିଏଫ୍‌ସି ଫାର୍ଷ୍ଟ ବ୍ୟାଙ୍କ ଭଳି ଉପଭୋକ୍ତା ଋଣ ସହଯୋଗୀଙ୍କଠାରୁ ୪୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ପାଇପାରିବେ । ଏହାବ୍ୟତୀତ ଗ୍ରାହକମାନେ ଅଗ୍ରଣୀ ଫାଇନାନ୍ସର୍‌ଙ୍କଠାରୁ ଜିରୋ ଡାଉନ୍ ପେମେଂଟ୍ ସ୍କ୍ରିମ୍‌ର ଲାଭ ଉପଭୋଗ କରିବା ସହିତ ଅନ୍ୟାନ୍ୟ ଅଫର ମଧ୍ୟ ପାଇପାରିବେ ।


Spread the love

Leave A Reply

Your email address will not be published.