ମାତ୍ର ୧୭,୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଓପୋ ଏ୩ ପ୍ରୋର ଶୁଭାରମ୍ଭ

Spread the love

ଭୁବନେଶ୍ୱର: ଓପୋ ଇଣ୍ଡିଆ ପକ୍ଷରୁ ଓପୋ ଏ୩ ପ୍ରୋର ଶୁଭାରମ୍ଭ କରାଯାଇଛି । ଏହି ନୂଆ ସିରିଜର ସ୍ମାର୍ଟଫୋନ୍‌ରେ ଡ୍ରପ୍ ଓ ଇମ୍ପାକ୍ଟ ରେଜିଷ୍ଟାନ୍ସ ପାଇଁ ଏକ ଡ୍ୟାମେଜ୍‌-ପ୍ରୁଫ୍ ଅଲ୍‌-ରାଉଣ୍ଡ ଆର୍‌ମର ବଡି, ଜଳ ଓ ଧୂଳି ପ୍ରତିରୋଧ ପାଇଁ ଆଇପି୫୪ ସାର୍ଟିଫିକେଶନ ଏବଂ ଓଦା ହାତରେ ବ୍ୟବହାର ପାଇଁ ସ୍ପ୍ଲାଶ୍ ଟଚ୍ ଟେକ୍ନୋଲୋଜି ରହିଛି । ଏଥିରେ ୧୨୦ଏଚ୍‌ଜେଡ୍ ଅଲ୍‌ଟ୍ରା ବ୍ରାଇଟ୍ ଡିସ୍‌ପ୍ଲେ, ଏଆଇ ଲିଙ୍କ୍‌ବୁଷ୍ଟ, ଏଆଇ ଇରେଜର , ଏକ ବିଶାଳ ୫୧୦୦ ଏମ୍‌ଏଏଚ୍ ହାଇପର ଏନର୍ଜି ବ୍ୟାଟେରୀ ସମେତ ୪ ବର୍ଷରୁ ଅଧିକ ଜୀବନକାଳ ସହିତ ୪୫ୱାଟ ସୁପରଭିଓଓସିଟିଏମ୍ ଫ୍ଲାଶ୍ ଚାର୍ଜ ରହିଛି । ଓପୋ ଏ୩ ପ୍ରୋ ମୁନ୍‌ଲାଇଟ ପର୍ପଲ ଓ ଷ୍ଟାରୀ ବ୍ଲାକ୍‌ରେ ଆସୁଛି ଏବଂ ଏହା ଆମାଜନ, ଫ୍ଲିପ୍‌କାର୍ଟ, ଓପୋ ଷ୍ଟୋର ଓ ମେନ୍‌ଲାଇନ ରିଟେଲ ଆଉଟଲେଟଗୁଡିକରେ ୧୨୮ଜିବି ଷ୍ଟୋରେଜ ପାଇଁ ୧୭୯୯୯ ଟଙ୍କା ଓ ୨୫୬ଜିବି ଭାରିଆଂଟ୍ ପାଇଁ ୧୯,୯୯୯ ଟଙ୍କାରେ ଉପଲବ୍ଧ ହେଉଛି ।
ଓପୋ ଏ୩ ପ୍ରୋର ଡ୍ୟାମେଜ-ପ୍ରୁଫ୍ ଅଲ୍‌-ରାଉଣ୍ଡ ଆର୍‌ମର ବଡିରେ ଏକ ନୂଆ ମଜବୁତ ଆଭ୍ୟନ୍ତରୀଣ ଢାଂଚା ଏବଂ ସ୍କ୍ରିନ କଭର ପାଇଁ ବ୍ଲୁ ଗ୍ଲାସ ଡବଲ ଟେମ୍ପର୍‌ଡ ଗ୍ଲାସ୍ ଭଳି ଡ୍ରପ୍‌-ରେଜିଷ୍ଟାଂଟ୍ ମ୍ୟାଟେରିଆଲଗୁଡିକର ଏକ ଶୃଙ୍ଖଳା ରହିଛି ଯାହା ଫୋନ୍ ଯେପରି ପ୍ରତିଦିନର ଡ୍ରପ ଓ ଇମ୍ପାକ୍ଟକୁ ସହ୍ୟ କରିପାରିବ ତାହା ସୁନିଶ୍ଚିତ କରୁଛି । ଦୁର୍ଘଟଣାବଶତଃ ତଳେ ପଡିଯିବାରୁ ମୋବାଇଲକୁ ଅଧିକ ସୁରକ୍ଷା ପ୍ରଦାନ କରିବା ପାଇଁ ଓପୋ ଏ୩ ପ୍ରୋ ବକ୍ସରେ ଏକ ନୂଆକରି ଡିଜାଇନ ହୋଇଥିବା ଆଂଟି-ଡ୍ରପ ସିଲ୍ଡ କେସ୍ ସହିତ ଆସୁଛି । ଓପୋ ଲ୍ୟାବ୍‌ଗୁଡିକରେ ପରିଚାଳନା କରାଯାଇଥିବା ପରୀକ୍ଷଣରେ ଏହି ଡିଭାଇସ କେସ୍ ବିନା ବ୍ୟବହାର କରାଯାଉଥିବା ସମୟ ତୁଳନାରେ ସୁରକ୍ଷାରେ ୨୦୦% ବୃଦ୍ଧିକୁ ପ୍ରଦର୍ଶିତ କରିବା ପାଇଁ ଏକ ଟମ୍ବଲ ଡ୍ରମ୍‌ରେ ୪୫୦ ଥର ଘୂର୍ଣ୍ଣନକୁ ସହ୍ୟ କରିଥିଲା ।
ଏହାବ୍ୟତୀତ ଓପୋର ସ୍ପ୍ଲାଶ ଟଚ୍ ଫିଚର ଓଦା ହାତରେ ମଧ୍ୟ ଫୋନ୍‌କୁ ବ୍ୟବହାର କରିବା ସମ୍ଭବ କରୁଛି । ଏହି ଟେକ୍ନୋଲୋଜି ସ୍କ୍ରିନ ଓଦା ଥିବା ସମୟରେ ସ୍ପର୍ଶ ସଠିକତା ଓ ପ୍ରତିକ୍ରିୟାଶୀଳତା ବୃଦ୍ଧି କରିବା ପାଇଁ ଟଚ୍ ଚିପ୍ ମଧ୍ୟରେ ଏକ ଆଡ୍‌ଭାନ୍ସଡ୍ ଟଚ୍‌-ଡିଟେକ୍ସନ ଆଲ୍‌ଗୋରିଦମ ଉପରେ ଆଧାରିତ ରହିଛି । ଏହା ଉପଭୋକ୍ତାଙ୍କୁ ରୋଷେଇ କରିବା ସମୟରେ, ସାୱାରରୁ ତତ୍କାଳ ବାହାରିବା ପରେ କିମ୍ବା ଅନ୍ୟ ଯେକୌଣସି ସମୟରେ ତାଙ୍କ ହାତ ଓଦା ଥିବା ସମୟରେ ଫୋନ୍‌କୁ ନିରନ୍ତର ପରିଚାଳନା କରିବା ପାଇଁ ଅନୁମତି ଦେଉଛି । ଓପୋ ଏ୩ ପ୍ରୋ ଜଳ ଓ ଧୂଳି ପ୍ରତିରୋଧ ପାଇଁ ଆଇପି୫୪ ରେଟେଡ ଅଟେ ଯାହାର ଅର୍ଥ ହେଉଛି ଏହା ପ୍ରତିଦିନର ଜଳ, ଧୂଳି ଆଦିକୁ ସଦ୍ୟ କରିପାରିବ ଏବଂ ଏହାକୁ ୧୦ ମିନିଟ୍ ପାଇଁ ବର୍ଷା ଜଳରେ ଭିଜିବା ପରେ ସଠିକ ଭାବେ କାର୍ଯ୍ୟ କରିବା ପାଇଁ ଓପୋ ଲ୍ୟାବ୍‌ଗୁଡିକରେ ପରୀକ୍ଷଣ କରାଯାଇଛି ।
ଓପୋ ଏ୩ ପ୍ରୋରେ କେବଳ ସ୍ଥାୟିତ୍ୱ ନାହିଁ ବରଂ ଏହା ଏକ ପତଳା (୭.୬୮ଏମ୍‌ଏମ୍‌) ଓ ହାଲୁକା (୧୮୬ଜ୍ରାମ) ଡିଜାଇନକୁ ବଜାୟ ରଖିଛି । ଏହି ସ୍ମାର୍ଟଫୋନ୍ ମୁନ୍‌ଲାଇନ ପର୍ପଲ ଓ ଷ୍ଟାରୀ ବ୍ଲାକ୍‌ରେ ଉପଲବ୍ଧ ହେଉଥିବା ବେଳେ ଏଥିରେ ଏକ ବିଳାସପୂର୍ଣ୍ଣ ଲୁକ୍ ପ୍ରଦାନ କରିବା ପାଇଁ ଏକ ପ୍ରିମିୟମ, ଗ୍ଲସି ମିଡିଲ ଫ୍ରେମ୍ ଡିଜାଇନ ଓ ବ୍ୟାକ୍ କଭରରେ ଏକ ଆୟତାକାର କ୍ୟାମେରା ମଡ୍ୟୁଲ ରହିଛି । ଏହାର ମୁନ୍‌ଲାଇନ୍ ପର୍ପଲ ଭାରିଆଂଟ୍ ଏହାର ଡାର୍କ ପର୍ପଲ ବ୍ୟାକ୍ କଭରରେ ବିରୁଦ୍ଧରେ ଏକ ଗତିଶୀଳ ଫ୍ଲୋଇଙ୍ଗ ଟେକ୍ସଚର ସୃଷ୍ଟି କରିବା ପାଇଁ ଓପୋର ମ୍ୟାଗ୍ନେଟିକ ପାର୍ଟିକିଲ ଡିଜାଇନକୁ ନିୟୋଜିତ କରିଥିବା ବେଳେ ଷ୍ଟାରୀ ବ୍ଲାକ୍ ମଡେଲରେ ଏକ ମ୍ୟାଟେ ଟେକ୍ସଚର ରହିଛି ଯାହା ଆଇକୋନିକ ଓପୋ ଗ୍ଲୋ ପ୍ରୋସେସ୍‌ର ସମ୍ମୁଖୀନ ହୋଇଛି ।


Spread the love

Leave A Reply

Your email address will not be published.