ଝାରସୁଗୁଡା : ଏପ୍ସିଲନ କାର୍ବନ ପ୍ରାଇଭେଟ ଲିମିଟେଡ ଏହାର ସିଏସଆର ଶାଖା ଏପ୍ସିଲନ ଫାଉଣ୍ଡେଶନ ମାଧ୍ୟମରେ ଝାରସୁଗୁଡା ଜିଲ୍ଲାର ଶ୍ରୀପୁରା ଗ୍ରାମସ୍ଥିତ ପିଏଚସି ପଡିଆଠାରେ ଏକ କମ୍ୟୁନିଟି ୟୁଥ ଏନ୍ଗେଜମେଂଟ ପ୍ରୋଗ୍ରାମର ଆୟୋଜନ କରି ଜାତୀୟ ଯୁବ ଦିବସ ପାଳନ କରିଛି । ଏହି କାର୍ଯ୍ୟକ୍ରମ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଥିବା ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଜୟନ୍ତୀକୁ ପାଳନ କରିବା ପାଇଁ ଶ୍ରୀପୁରା ଓ ସୁନାମାଳ ଗ୍ରାମର ୧୦୦ ଜଣ ମହିଳା ଓ ୩୦ ଜଣ ପୁରୁଷଙ୍କ ସମେତ ୧୩୦ ଜଣ ଅଂଶଗ୍ରହଣକାରୀଙ୍କୁ ଏକାଠି କରିଥିଲା ।
ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟ, ଯୁବ ସ୍ୱେଚ୍ଛାସେବୀ, ପିଆରଆଇ ପ୍ରତିନିଧି ଓ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ନେତୃତ୍ୱ, ଟିମ୍ୱର୍କ, ସୁସ୍ଥ ଜୀବନଶୈଳୀ ଏବଂ ଝାରସୁଗୁଡାର ଯୁବପିଢିଙ୍କ ମଧ୍ୟରେ ରାଷ୍ଟ୍ରନିର୍ମାଣର ଏକ ଆଗ୍ରହକୁ ପ୍ରୋତ୍ସାହିତ କରିବା ପାଇଁ ମ୍ୟାଜିକ ବସ୍ ଫାଉଣ୍ଡେଶନ ସହ ସହଭାଗିତାରେ ଆୟୋଜନ କରାଯାଇଥିଲା ।
ଏହି ଉତ୍ସବକୁ ଶ୍ରୀପୁରାର ସରପଂଚ ଶ୍ରୀମତି ଯଶୋବନ୍ତୀ ପାଣ୍ଡେ ଏବଂ ପିଏଚସି ଶ୍ରୀପୁରାର ମେଡିକାଲ ଅଫିସର ଡଃ ଲସିକା ରଥ ଉଦ୍ଘାଟନ କରିଥିବା ବେଳେ ଏଠାରେ ଏପ୍ସିଲନ ଝାରସୁଗୁଡାର ପ୍ରତିନିଧି ଓ ସମୁଦାୟ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡିକ ଯୋଗ ଦେଇଥିଲେ । ଏହି ଅବସରରେ ବକ୍ତାମାନେ ଯୁବ ସଶକ୍ତିକରଣ ପାଇଁ ସ୍ୱାମୀ ବିବେକାନନ୍ଦଙ୍କ ଦୃଷ୍ଟିକୋଣ ଏବଂ ଆତ୍ମବିଶ୍ୱାସୀ ଓ ସାମାଜିକ ଭାବେ ଦାୟିତ୍ୱପୂର୍ଣ୍ଣ ନାଗରିକ ଗଠନ କ୍ଷେତ୍ରରେ ତାଙ୍କ ଶିକ୍ଷାର ନିରନ୍ତର ପ୍ରାସଙ୍ଗିକତା ସମ୍ପର୍କରେ ଉଲ୍ଲେଖ କରିଥିଲେ ।
ଏହି ଉତ୍ସବରେ ସାମିଲ ଥିବା ୧୦ଟି କ୍ରୀଡା ଓ ମନୋରଞ୍ଜନ କାର୍ଯ୍ୟକ୍ରମକୁ ଶାରିରୀକ ସୁସ୍ଥତା, ଟିମ୍ୱର୍କ ଓ ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଆୟୋଜନ କରାଯାଇଥିଲା । ବିଜେତାମାନଙ୍କୁ ଗ୍ରାମର ନେତୃବୃନ୍ଦଙ୍କ ଦ୍ୱାରା ପୁରସ୍କାର ସହିତ ସମ୍ମାନିତ କରାଯାଇଥିଲା, ଯାହା ଉତ୍ସାହ ଓ ପ୍ରୋତ୍ସାହନର ଏକ ପରିବେଶ ସୃଷ୍ଟି କରିଥିଲା ।
ଏସମ୍ପର୍କରେ ନିଜର ମତବ୍ୟକ୍ତ କରି ଶ୍ରୀପୁରା ଗ୍ରାମର ସରପଂଚ ଶ୍ରୀମତି ଯଶୋବନ୍ତ ପାଣ୍ଡେ କହିଛନ୍ତି,”ଏପ୍ସିଲନ ଓ ମ୍ୟାଜିକ ବସ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଏଭଳି ଆତ୍ମବିଶ୍ୱାସର ସହିତ ଶ୍ରୀପୁରା ଗ୍ରାମର ମହିଳା ଓ ଯୁବପିଢିଙ୍କୁ ଅଂଶଗ୍ରହଣ କରିବାର ଦେଖିବା ଖୁବ୍ ଉତ୍ସାହଜନକ ଥିଲା । କ୍ରୀଡା ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଉଭୟ ମାନସିକ ଓ ଶାରିରୀକ ସୁସ୍ଥାକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ମୁଁ ଉଭୟ ସଂଗଠନକୁ ଆମ ଗ୍ରାମକୁ ଏଭଳି ଏକ କାର୍ଯ୍ୟକ୍ରମ ଆଣିଥିବାରୁ ଧନ୍ୟବାଦ ଜଣାଉଛି ଏବଂ ମୁଁ ଆଶା କରୁଛି ସେମାନେ ଭବିଷ୍ୟତରେ ମଧ୍ୟ ଆମ ସମୁଦାୟ ପାଇଁ ଏହିଭଳି କାର୍ଯ୍ୟକ୍ରମର ଆୟୋଜନ କରିବା ଜାରି ରଖିବେ ।”
ସେହିପରି ଏପ୍ସିଲନ ଫାଉଣ୍ଡେଶନର ପରିଚାଳନା ନିର୍ଦ୍ଦେଶକ ବିକ୍ରମ ହାଣ୍ଡା କହିଛନ୍ତି, “ଯୁବ ସମ୍ପୃକ୍ତି ସେତେବେଳେ ସର୍ବାଧିକ ସାର୍ଥକ ହୋଇଥାଏ ଯେତେବେଳେ ଏହା ଆତ୍ମବିଶ୍ୱାସ, ଅନ୍ତର୍ଭୁକ୍ତୀକରଣ ଓ ଉଦ୍ଦେଶ୍ୟର ଏକ ଭାବନା ସୃଷ୍ଟି କରିଥାଏ । ଏପ୍ସିଲନରେ ଆମର ସମୁଦାୟ କାର୍ଯ୍ୟକ୍ରମଗୁଡିକ ଯୁବପିଢିଙ୍କୁ ସକ୍ରିୟ ଭାବେ ଅଂଶଗ୍ରହଣ କରିବା, ଜୀବନ କୌଶଳ ହାସଲ କରିବା ଏବଂ ନିଜ ଆଖପାଖ ପରିବେଶରେ ସକ୍ରିୟ ଭାବେ ଯୋଗଦାନ କରିବା ପାଇଁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦେଇଥାଏ । ଏଭଳି କାର୍ଯ୍ୟକ୍ରମଗୁଡିକ ଆମର ସେହି ବିଶ୍ୱାସକୁ ପ୍ରତିଫଳନ କରୁଛି ଯେ, ଦୀର୍ଘକାଳିନ ବିକାଶ ତୃଣମୂଳ ସ୍ତରରେ ଲୋକ ଓ ସହଭାଗିତାରେ ନିବେଶ ସହିତ ଆରମ୍ଭ ହୋଇଥାଏ ।”
ସମୁଦାୟ ନେତୃତ୍ୱ ଓ ଅଂଶଗ୍ରହଣକାରୀମାନେ ସମାବେଶୀ ଯୋଗଦାନ ସୁଯୋଗ ସୃଷ୍ଟି କରିବା ଏବଂ ସ୍ଥାନୀୟ ଅନୁଷ୍ଠାନ, ସ୍ୱାସ୍ଥ୍ୟସେବା ପ୍ରତିନିଧି ଓ ବିକାଶ ସହଯୋଗୀଙ୍କ ମଧ୍ୟରେ ସହଭାଗିତାକୁ ସୁଦୃଢ କରିବା ପାଇଁ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମ ଅଂଚଳରେ ଜାରି ରହିଥିବା ସମୁଦାୟ ବିକାଶ ପ୍ରୟାସଗୁଡିକର ବିଶ୍ୱାସ ଓ ଗ୍ରହଣୀୟତାକୁ ମଧ୍ୟ ମଜବୁତ କରିଛି ।