୬ ଲେନ ହେବ ପଳାଶୁଣି ରାସ୍ତା

Spread the love

ଭୁବନେଶ୍ଵର,୧୯/୦୨:ପଳାଶୁଣୀରୁ ହଂସପାଳ ମଧ୍ୟରେ ବଢୁଥିବା ଟ୍ରାଫିକ୍ ଭିଡ଼ କମାଇବାକୁ NHAIର ବଡ଼ ପଦକ୍ଷେପ ।ପଳାଶୁଣୀରେ ଭିଡ଼ ନିୟନ୍ତ୍ରଣ ପାଇଁ ୪ ଲେନ ବିଶିଷ୍ଟ ଏନଏଚ-୧୬ କୁ ୬ ଲେନ୍ ବିଶିଷ୍ଟ କରାଯିବ। ଏ ନେଇ NHAI ଆଞ୍ଚଳିକ ଅଧିକାରୀ ବିରେନ୍ଦ୍ର ସିଂ ସୂଚନା ଦେଇଛନ୍ତି ।ଏହି ପ୍ରକଳ୍ପ ପାଇଁ ୨୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଦେଢ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ସହିତ ପଳାଶୁଣୀରେ ଭିଡ଼ ନିୟନ୍ତ୍ରଣ ପାଇଁ ଅନ୍ୟାନ୍ୟ ପଦକ୍ଷେପ ମଧ୍ୟ ନେଇଛି NHAI।କାହିଁକି ନା ଦୀର୍ଘଦିନ ହେବ ସକାଳ ଓ ସନ୍ଧ୍ୟାରେ ପଳାଶୁଣୀରେ ଭୟଙ୍କର ଟ୍ରାଫିକ୍ ଜାମ୍ ହେଉଛି । ବିଶେଷକରି ଭୁବନେଶ୍ବର-କଟକ ମଧ୍ୟରେ ଯାତ୍ରା କରୁଥିବା ଲୋକ ବିଭିନ୍ନ ଅସୁବିଧା ଭୋଗୁଛନ୍ତି ।

ଗତକାଲି, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଜାତୀୟ ରାଜପଥ-୧୬ ର ବ୍ୟସ୍ତବହୁଳ ପଳାସୁଣୀ-ରସୁଲଗଡ଼ ପାର୍ଶ୍ୱରେ ୫ ଶହ ମିଟର ସ୍କାଏୱାକ୍ ନିର୍ମାଣ ଘୋଷଣା କରିଛି । ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଓଡ଼ିଶାରେ NHAI ଆଞ୍ଚଳିକ କାର୍ଯ୍ୟାଳୟ ସୂଚନା ଦେଇଛି ।


Spread the love

Leave A Reply

Your email address will not be published.