ଚଳିତ ବର୍ଷ ହେବ ପଞ୍ଚାୟତ ଉପ ନିର୍ବାଚନ

Spread the love

ଭୁବନେଶ୍ଵର,୧୦/୦୩:ରାଜ୍ୟରେ ପଞ୍ଚାୟତ ସ୍ତରର କିଛି ପଦବୀ ମୃତ୍ୟୁ ଜନିତ କାରଣରୁ ଖାଲି ପଡ଼ିଥିବାରୁ ସେଗୁଡ଼ିକୁ ପୂରଣ କରିବା ପାଇଁ ଚଳିତ ବର୍ଷ ଉପ ନିର୍ବାଚନ କରାଯିବ। ଏହି ଖାଲି ପଦବୀଗୁଡ଼ିକୁ ଶୀଘ୍ର ଭର୍ତ୍ତି କରିବାକୁ ପଞ୍ଚାୟତି ରାଜ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି।ବିଧାନସଭାରେ ବିଧାୟକ ସନାତନ ମହାଙ୍କୁଡଙ୍କ ପ୍ରଶ୍ନର ଉତ୍ତରରେ ପଞ୍ଚାୟତି ରାଜ ମନ୍ତ୍ରୀ ଲିଖିତ ଭାବେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଓ ୱାର୍ଡ ମେମ୍ବରଙ୍କ ମୃତ୍ୟୁ ହେତୁ କିଛି ପଦବୀ ଖାଲି ପଡ଼ିଛି।

ଏହି ଖାଲି ପଦବୀଗୁଡ଼ିକରେ ପୁନଃ ପ୍ରତିନିଧି ଚୟନ କରିବା ପାଇଁ ଚଳିତ ବର୍ଷ ଉପ ନିର୍ବାଚନ କରାଯିବ। ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ କରି ସ୍ଥାନୀୟ ପ୍ରଶାସନକୁ ସୁଚାଳିତ ରଖିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଉଛି।ପଞ୍ଚାୟତ ତହଲରେ ପ୍ରଶାସନିକ କାର୍ଯ୍ୟ ନିରବିଚ୍ଛିନ୍ନ ଭାବେ ଚାଲିରହିବା ପାଇଁ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରାଯିବ ବୋଲି ସରକାର ପକ୍ଷରୁ ସୂଚନା ।


Spread the love

Leave A Reply

Your email address will not be published.