ଝାରସୁଗୁଡ଼ା, ୨୯/୦୧/୨୦୨୬ : ଡିଏଭି ପବ୍ଲିକ୍ ସ୍କୁଲ, ଝାରସୁଗୁଡ଼ା ପରିସରରେ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ନେତୃତ୍ୱରେ ୧୫୦ ତମ ବନ୍ଦେ ମାତରମର ସ୍ମୃତିମୟ ପାଳନ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ‘ବନ୍ଦେ ମାତରମ’ର ଏକ ଭବ୍ୟ ସଂରଚନା କରିଥିଲେ । ଭାରତମାଟିର ଗୌରବମୟ ଇତିହାସର ମୂକସାକ୍ଷୀ, ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଭିତରେ ଚିରଗୁଞ୍ଜରିତ ହେଉଥିବା ତଥା ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କଦ୍ଵାରା ରଚିତ ଆନନ୍ଦମଠ ଉପନ୍ୟାସରେ ସ୍ଥାନିତ ପ୍ରେରଣାଦାୟୀ ରାଷ୍ଟ୍ରଭକ୍ତି କବିତା ‘ବନ୍ଦେ ମାତରମ’ ଛାତ୍ରଛାତ୍ରୀଙ୍କ ମନରେ ଦେଶାତ୍ମବୋଧକୁ ଅଧିକ ତେଜସ୍କ୍ରିୟ କରିବା ସହିତ ଯୁବ ଶକ୍ତିକୁ ଉଜ୍ଜୀବିତ କରିବା ପାଇଁ ବିଦ୍ୟାଳୟର ସହସ୍ରାଧିକ ଛାତ୍ରଛାତ୍ରୀ ଦଳବଦ୍ଧ ଭାବରେ ବିରାଟକାୟ ‘ବନ୍ଦେ ମାତରମ’ ସଂରଚନା କରି ଦେଶମାତୃକାର ବନ୍ଦନା କରିଥିଲେ ।
ବନ୍ଦେ ମାତରମ ସାଙ୍ଗକୁ ରାଷ୍ଟ୍ରପ୍ରେମ ଆଧାରିତ ଜୟ ଜୟକାର ଧ୍ବନିରେ ପରିସର ପ୍ରକମ୍ପିତ ହୋଇ ଉଠିଥିଲା । ଛାତ୍ରଛାତ୍ରୀ ଚିରବନ୍ଦନୀୟ ଜନ୍ମଭୂମି ଭାରତବର୍ଷର ଗର୍ବ ଓ ଗୌରବଗାଥାକୁ ଚିରପ୍ରବାହମାନ କରିଆସୁଥିବା ବନ୍ଦେ ମାତରମ ସାମୂହିକଗାନ ଓ ସଂରଚନା ମାଧ୍ୟମରେ ଦେଶର କଳା, ସଂସ୍କୃତି, ଐତିହ୍ୟ, ଅଖଣ୍ଡତାକୁ ଭାବାବେଗ ସହ ପରିପ୍ରକାଶ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଛାତ୍ରଛାତ୍ରୀମାନଙ୍କ ବନ୍ଦେ ମାତରମ ସଂରଚନା ଓ ସାମୂହିକ ଗାନରେ ଉତ୍କଣ୍ଠାର ସହିତ ସହଯୋଗ କରିଥିଲେ । ବିଦ୍ୟାଳୟର ଶୁଭେଚ୍ଛୁ ତଥା ଅଭିଭାବକ ମହଲରେ ଏ ପ୍ରକାର ପ୍ରୟାସକୁ ଉଚ୍ଚ ପ୍ରଶଂସା କରାଯାଇଛି।।