ଭୁବନେଶ୍ୱରରେ ରଣନୈତିକ ସମ୍ପ୍ରସାରଣ ସହ ବୀମା କଭରେଜ ବିସ୍ତାର କରିଛି ପିବିପାର୍ଟନର୍ସ

Spread the love

ଭୁବନେଶ୍ୱର : ପଲିସି ବାଜାର ଅଧିନସ୍ଥ ଏକ ବ୍ରାଣ୍ଡ, ପିବିପାର୍ଟନର୍ସ ଏଜେଂଟ ଅଂଶୀଦାରମାନଙ୍କର ଏକ ଶକ୍ତିଶାଳୀ ନେଟୱାର୍କକୁ ଆକର୍ଷିତ କରିଛି, ଯାହା ମୋଟର ବୀମା କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିଛି । ଓଡ଼ିଶା ଭଳି ପ୍ରମୁଖ ବଜାର ଏବଂ ଭୁବନେଶ୍ୱର ଭଳି ସହରରେ ରଣନୈତିକ ଭାବେ ବିସ୍ତାର କରି ଏହା ଛୋଟ ସହର, ଗାଁ ଓ ତାଲୁକା ସମେତ ଅନୁନ୍ନତ ଅଂଚଳରେ ଗୁରୁତ୍ୱପୂର୍ଣ୍ଣ ବୀମା କଭରେଜ୍ ବିସ୍ତାର କରିଛି । ଏହା ପାରମ୍ପରିକ ବୀମାକର୍ତାମାନଙ୍କ ଦ୍ୱାରା ପ୍ରାୟତଃ ଅବହେଳିତ ସମ୍ପ୍ରଦାୟଗୁଡିକ ଯେଭଳି ସୁଲଭ ଏବଂ ବ୍ୟାପକ ସୁରକ୍ଷା ପାଇପାରିବେ ତାହା ସୁନିଶ୍ଚିତ କରୁଛି । ପିବି ପାର୍ଟନରର ମୋଟର ବୀମା ବ୍ୟବସାୟରେ ମଧ୍ୟ ଅବିଶ୍ୱସନୀୟ ବାର୍ଷିକ ଅଭିବୃଦ୍ଧି ଦେଖିବାକୁ ମିଳିଛି । ଅତ୍ୟାଧୁନିକ ଜ୍ଞାନକୌଶଳ, ପ୍ରତିଯୋଗିତାମୂଳକ ଉତ୍ପାଦ ଅଫର ଏବଂ ଏକ ଅନନ୍ୟ ଏଜେଂଟ ପାର୍ଟନର-କେନ୍ଦ୍ରିକ ଆଭିମୁଖ୍ୟ ଦ୍ୱାରା ଏହି ଉଲ୍ଲେଖନୀୟ ଅଭିବୃଦ୍ଧି ସମ୍ଭବ ହୋଇଛି ।

ଏସମ୍ପର୍କରେ ପିବିପାର୍ଟନର୍ସରେ ମୋଟର ବିୟୁର ନ୍ୟାଶନାଲ ସେଲ୍‌ସ ହେଡ ଅମିତ ଭଦୋରିଆ କହିଛନ୍ତି, “ଟିୟର-୨ ଓ ଟିୟର-୩ ସହରଗୁଡିକରେ ଆମର ରଣନୈତିକ ସମ୍ପ୍ରସାରଣ, ବିଶେଷ କରି ମୋଟର ବୀମା କ୍ଷେତ୍ର ମଧ୍ୟରେ ଆମର ପ୍ରଭାବୀ ଅଭିବୃଦ୍ଧି କ୍ଷେତ୍ରରେ ଏକ ପ୍ରମୁଖ କାରକ ଅଟେ । ଓଡିଶା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଓ ରଣନୈତିକ ବଜାର ଭାବେ ଉଭା ହୋଇଛି । ଖୋର୍ଦ୍ଧା, କଟକ, ଅନୁଗୁଳ ଓ ସମ୍ବଲପୁର ଭଳି ଅଂଚଳଗୁଡିକରେ ଏକ ମଜବୁତ ଉପସ୍ଥିତି ସହିତ ପିବିପାର୍ଟନର୍ସ ଦ୍ରୁତ ବେଗରେ ନିଜର ଉପସ୍ଥିତିକୁ ମଜବୁତ କରିଛି । ଭୁବନେଶ୍ୱର ଏକ୍ସପେରିଏନ୍ସ ସେଂଟର ଅଭିବୃଦ୍ଧିକୁ ପରିଚାଳନା କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେଳେ ୨୨୦୦ରୁ ଅଧିକ ଏଜେଂଟ ପାର୍ଟନର୍‌ମାନେ ବ୍ୟବସାୟରେ ଯୋଗଦାନ ଦେଉଛନ୍ତି । ଆମେ ଆମର ଏଜେଂଟ ପାର୍ଟନର ନେଟ୍‌ୱର୍କକୁ ୨ ଗୁଣ ବୃଦ୍ଧି କରି ୪୦୦୦ରୁ ଅଧିକ ରଖିବାକୁ ଲକ୍ଷ୍ୟ ରଖିଛୁ, ଯାହା ଅତୁଳନୀୟ ବୀମା ସମାଧାନ ପ୍ରଦାନ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ସୁଦୃଢ କରୁଛି । ଆମର ଉତ୍ସର୍ଗୀକୃତ ଫିଲ୍ଡ ଅପରେଶନ୍ସ (ଏଫ୍‌ଓଏସ୍‌) ଓ ଟେଲିକଲିଂ ଭିଆର୍‌ଏମ୍ ଟିମ୍ ମାଧ୍ୟମରେ ଆମେ ଭାରତର ଦୁର୍ଗମ ଅଂଚଳଗୁଡିକରେ ମଧ୍ୟ ସଂଯୋଗ ଓ ଉପଲବ୍ଧତା ସୁନିଶ୍ଚିତ କରୁଛୁ । ଆକର୍ଷଣୀୟ ବାର୍ଷିକ ଅଭିବୃଦ୍ଧି ସହିତ ଆମେ ନିଜକୁ ଜଣେ ମାର୍କେଟ ଲିଡର ଭାବେ ସ୍ଥାପିତ କରିଛୁ । ”

ଏକ ଗୁରୁତ୍ୱପୂର୍ଣ୍ଣ ଓ ରଣନୈତିକ ବଜାର ଭାବେ ଓଡିଶା ଏହି ଅଭିବୃଦ୍ଧି କେନ୍ଦ୍ର ଅଟେ ଏବଂ ପିବିପାର୍ଟନର୍ସ ବର୍ତମାନ ବଜାର ଅଂଶ ଓ ବ୍ୟବସାୟ ସୃଷ୍ଟି କ୍ଷେତ୍ରରେ ଅଗ୍ରଣୀ ରହିଛି । ଏହାର ସଫଳତାକୁ ପରିଚାଳନା କରୁଥିବା ଏକ ପ୍ରମୁଖ କାରକ ହେଉଛି ଅନ୍‌-ଡିମାଣ୍ଡ ପେଆଉଟ ସିଷ୍ଟମ, ଯାହା ଏଜେଂଟ ପାର୍ଟନର୍‌ଙ୍କୁ ପ୍ରତିଦିନ କମିଶନ ୱିଥ୍‌ଡ୍ର କରିବା ପାଇଁ ଅନୁମତି ଦେଇଥାଏ, ଏହା କମିଶନ ଉଠାଇବା ପାଇଁ ବଜାର ଷ୍ଟାଣ୍ଡାର୍ଡର ଏକ ମାସ ପର୍ଯ୍ୟନ୍ତ ଅବଧି ତୁଳନାରେ ଏକ ପ୍ରମୁଖ ଲାଭ ଅଟେ । ଏହି ନମନୀୟତା ହେଉଛି ଏକ ଗେମ୍‌-ଚେଞ୍ଜର, ଯାହା ଏଜେଂଟ ପାର୍ଟନରଙ୍କ ସନ୍ତୋଷ ବୃଦ୍ଧି କରୁଛି ଏବଂ ଓଡିଶା ଓ ଏହା ବାହାରେ ନିଜର ପହଂଚ ଓ ପ୍ରଭାବକୁ ବିସ୍ତାର କରିବା ପ୍ରତି ପିବିପାର୍ଟନରଙ୍କ ପ୍ରତିବଦ୍ଧତାକୁ ସୁଦୃଢ କରୁଛି । ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) ମାଧ୍ୟମରେ ନୂତନ ବୈଷୟିକ ଅଗ୍ରଗତିଗୁଡିକୁ ଅନ୍ତର୍ଭୁକ୍ତ କରି ପିବିପାର୍ଟନର୍ସ ବୀମା କ୍ରୟ ଅନୁଭୂତିକୁ ବୈପ୍ଳବିକ କରୁଛି । ଏଆଇ ବୀମା ଜାରି କରିବା ଭଳି ଜଟିଳ ପ୍ରକ୍ରିୟାଗୁଡିକୁ ସରଳ କରିଥାଏ, ଯାହା ଏବେ ପୂର୍ବର ୧୦ ମିନିଟ୍ ଟାଇମ୍‌ଫ୍ରେମ ତୁଳନାରେ ଏବେ କେବଳ ୪ରୁ ୫ ମିନିଟ୍ ସମୟ ନେଉଛି ।


Spread the love

Leave A Reply

Your email address will not be published.