ଧନତେରସ ଅବସରରେ ଫୋନପେ ପକ୍ଷରୁ ୨୪କେ ଡିଜିଟାଲ ଗୋଲ୍ଡ ଉପରେ ଆକର୍ଷଣୀୟ କ୍ୟାଶବ୍ୟାକ ଅଫର

Spread the love

ଭୁବନେଶ୍ୱର : ଫୋନପେ ପକ୍ଷରୁ ଧନତେରସ ଅବସରରେ ୨୪କେ ଡିଜିଟାଲ ଗୋଲ୍ଡ ଉପରେ ଆକର୍ଷଣୀୟ କ୍ୟାଶବ୍ୟାକ ଅଫର ଘୋଷଣା କରାଯାଇଛି । ଗ୍ରାହକମାନେ ଫୋନପେରୁ ସର୍ବନିମ୍ନ ୨୦୦୦ଟଙ୍କା ମୂଲ୍ୟର ଡିଜିଟାଲ ଗୋଲ୍ଡ କିଣିବା ଉପରେ ଫ୍ଲାଟ ୨% କ୍ୟାଶବ୍ୟାକ (୨୦୦୦ଟଙ୍କା ପର୍ଯ୍ୟନ୍ତ) ପାଇପାରିବେ । ଏହି ଅଫର ୧୮ ଅକ୍ଟୋବର, ୨୦୨୫ ରେ କେବଳ ଥରକ ପାଇଁ କରାଯାଉଥିବା ଟ୍ରାଞ୍ଜାକସନ ଉପରେ ଲାଗୁ ହେବ । ଗ୍ରାହକମାନେ ଫୋନପେ ପ୍ଲାଟଫର୍ମରେ ଏମଏମଟିସି-ପିଏଏମପି, ସେଫଗୋଲ୍ଡ ଓ କ୍ୟାରେଟଲେନ ଭଳି ଅଗ୍ରଣୀ ଏବଂ ବିଶ୍ୱସ୍ତ ସଂସ୍ଥାମାନଙ୍କ ଠାରୁ ୯୯.୯୯% ଶୁଦ୍ଧତା-ପ୍ରମାଣିତ ୨୪କେ ଡିଜିଟାଲ ଗୋଲ୍ଡ କିଣିପାରିବେ । ଭାରତରେ ୧.୬ କୋଟିରୁ ଅଧିକ ଗ୍ରାହକ ଫୋନପେ ପ୍ଲାଟଫର୍ମରେ ଶୁଦ୍ଧ ୨୪କେ ସୁନା କିଣିଛନ୍ତି ।
ଥରକେ କିଣିବା ବ୍ୟତୀତ, ଫୋନପେ ଗ୍ରାହକଙ୍କୁ ଦୈନିକ ବା ମାସିକ ଏସଆଇପି ମାଧ୍ୟମରେ ଡିଜିଟାଲ ଭାବେ ସୁନାରେ ବିନିଯୋଗ କରିବାର ସୁବିଧା ମଧ୍ୟ ଦେଇଥାଏ ଏବଂ ଗ୍ରାହକଙ୍କୁ ଯୋଜନାବଦ୍ଧ ଭାବରେ ଦୀର୍ଘ ସମୟ ପାଇଁ ବିନିଯୋଗ କରିବାରେ ସାହାଯ୍ୟ କରେ । ଗ୍ରାହକମାନେ ଯେତେ ପରିମାଣର ରାଶି (ମାତ୍ର ୫ଟଙ୍କାରୁ ଆରମ୍ଭ) ବିନିଯୋଗ କରିପାରିବେ ଏବଂ ଯେକୌଣସି ସମୟରେ ନିଜ ସୁନାକୁ ବିକିପାରିବେ, ଯାହାର ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଂଟରେ କ୍ରେଡିଟ ହୋଇଯିବ ।
ଫୋନପେ’ରେ ସୁନା କିଣିବା ସମୟରେ ଏହି ବିଶେଷ କ୍ୟାଶବ୍ୟାକ ଅଫର ପାଇବା ପାଇଁ ଏଠାରେ ଏକ ପର୍ଯ୍ୟାୟକ୍ରମେ ଗାଇଡ ଦିଆଯାଇଛି । ଫୋନପେ ହୋମପେଜରେ ‘ଡିଜିଟାଲ ଗୋଲ୍ଡ’ ଆଇକନ ଉପରେ କ୍ଲିକ କରନ୍ତୁ । ବାଏ ଡିଜିଟାଲ ଗୋଲ୍ଡ ଉପରେ କ୍ଲିକ କରନ୍ତୁ । ବାଏ ଇନ ରୁପିଜକୁ ବାଛନ୍ତୁ, ଅତି କମରେ ୨୦୦୦ଟଙ୍କା ମୂଲ୍ୟର ୨୪କ୍ୟାରେଟ ସୁନା କିଣନ୍ତୁ । ଆପଣଙ୍କର ସୁନା କ୍ରୟର ଶେଷ ବିବରଣୀ ଚେକ କରନ୍ତୁ ଏବଂ ଆଗକୁ ବଢ଼ିବା ପାଇଁ ପେମେଂଟ କରନ୍ତୁ\’ ଉପରେ କ୍ଲିକ କରନ୍ତୁ, ଏବଂ ଏହା ହୋଇଗଲା । ଏହି ଅଫର ୧୮ ଅକ୍ଟୋବର ୨୦୨୫, ରାତି ୧୨ ଟାରୁ ୧୮ ଅକ୍ଟୋବର, ୨୦୨୫, ରାତି ୧୧:୫୯ ଟା ଯାଏଁ କେବଳ ୱାନ-ଟାଇମ ଟ୍ରାଞ୍ଜାକସନ ଉପରେ ବୈଧ ।


Spread the love

Leave A Reply

Your email address will not be published.