ଫୋନପେ ପ୍ଲାଟଫର୍ମରେ ‘ୟୁପିଆଇରେ କ୍ରେଡିଟ ଲାଇନ’ଆରମ୍ଭ

Spread the love

ଭୁବନେଶ୍ୱର: ଫୋନପେ ତା’ର ନିଜ ପ୍ଲାଟଫର୍ମରେ ୟୁପିଆଇରେ କ୍ରେଡିଟ ଲାଇନ ଆରମ୍ଭ କରିବାକୁ ଘୋଷଣା କରିଛି । ଯେଉଁ ଉପଭୋକ୍ତାମାନେ ସେମାନଙ୍କ ବ୍ୟାଙ୍କରୁ କ୍ରେଡିଟ ଲାଇନ ପାଇଥିବେ, ସେମାନେ ବର୍ତମାନ ଏହି କ୍ରେଡିଟ ଲାଇନଗୁଡ଼ିକୁ ଫୋନପେ’ରେ ୟୁପିଆଇ ସହ ଲିଙ୍କ କରିପାରିବେ ଏବଂ ନିରବଚ୍ଛିନ୍ନ ଭାବରେ ବ୍ୟବସାୟିକ ପେମେଂଟ କରିପାରିବେ । ଏହି ବୈଶିଷ୍ଟ୍ୟ ଉପଭୋକ୍ତାମାନଙ୍କୁ ଲକ୍ଷ ଲକ୍ଷ ବ୍ୟବସାୟୀଙ୍କଠାରୁ ସହଜରେ ବିଭିନ୍ନ ଜିନିଷ କିଣିବା ଏବଂ ସ୍ୱଳ୍ପ ମିଆଦୀ ଋଣର ଉପଯୋଗ କରିବାକୁ ସକ୍ଷମ କରିବ । ଯାହାଦ୍ୱାରା ସେମାନଙ୍କ ମାସିକ ବ୍ୟୟକୁ ଭଲ ଭାବରେ ପରିଚାଳନା କରିବାରେ ସେମାନଙ୍କୁ ସାହାଯ୍ୟ ହେବ । ସମ୍ପ୍ରତି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୟୁପିଆଇ ପରିସରକୁ ସମ୍ପ୍ରସାରିତ କରି ୟୁପିଆଇରେ କ୍ରେଡିଟ ଲାଇନ ନାମକ ଏକ ପୂର୍ବ-ଅନୁମୋଦିତ କ୍ରେଡିଟ ଲାଇନକୁ ଅନ୍ତର୍ଭୁକ୍ତ କରିଛି, ଯାହା ଦ୍ୱାରା ଉପଭୋକ୍ତାମାନେ ସେମାନଙ୍କ ବ୍ୟାଙ୍କ ମାଧ୍ୟମରେ କ୍ରେଡିଟ ଲାଇନ ପାଇପାରିବେ ଏବଂ ୟୁପିଆଇ ଆପ ମାଧ୍ୟମରେ ଏହାକୁ ବ୍ୟବହାର କରିପାରିବେ । ଏହା ଫଳରେ କ୍ରେଡିଟ ଲାଇନ ବ୍ୟବହାର କରିପାରୁଥିବା ବ୍ୟବସାୟୀଙ୍କ ସଂଖ୍ୟା ଆହୁରି ଦ୍ରୁତ ଗତିରେ ବୃଦ୍ଧି ପାଇବ । ଉପଭୋକ୍ତାଙ୍କ ସମେତ ଫୋନପେ ପେମେଂଟ ଗେଟୱେ (ପିଜି)ରେ ଥିବା ବ୍ୟବସାୟୀମାନଙ୍କୁ ଏହି ବିକଳ୍ପ ଚେକଆଉଟ ସମୟରେ ସେମାନଙ୍କ ଗ୍ରାହକଙ୍କୁ ପେମେଂଟ ପାଇଁ ଅତିରିକ୍ତ ସୁବିଧା ପ୍ରଦାନ କରିଥାଏ । ଏହି ଅଫରକୁ ସକ୍ଷମ କରିବାକୁ ପେମେଂଟର ଏକ ବିକଳ୍ପ ଭାବରେ ୟୁପିଆଇ କ୍ରେଡିଟ ଲାଇନ ଯୋଡ଼ିବା ପାଇଁ ବ୍ୟବସାୟୀମାନଙ୍କୁ କେବଳ ଫୋନପେ ପିଜି ସହିତ ସଂଯୋଜିତ ହେବା ଆବଶ୍ୟକ ।

ଏହାର ଶୁଭାରମ୍ଭ ସମ୍ବନ୍ଧରେ ସୂଚନା ଦେଇ ଫୋନପେର ପେମେଂଟ ମୁଖ୍ୟ ଦୀପ ଅଗ୍ରୱାଲ କହିଛନ୍ତି, “ଆମ ପ୍ଲାଟଫର୍ମରେ ୟୁପିଆଇରେ କ୍ରେଡିଟ୍ ଲାଇନ ଆରମ୍ଭ କରି ଆମେ ଆନନ୍ଦିତ । ୟୁପିଆଇରେ ରୂପେ କ୍ରେଡିଟ କାର୍ଡର ଅଦ୍ଭୁତପୂର୍ବ ସଫଳତା ପରେ ଏହା ହେଉଛି ଆମର ଦ୍ୱିତୀୟ ଅଫର ଯାହା ୟୁପିଆଇରେ କ୍ରେଡିଟ ବ୍ୟବହାରର ସମ୍ଭାବନାକୁ ବହୁଗୁଣିତ କରିବ । ଏହି ଅଫର ଦେଶରେ ଋଣର ଉପଲବ୍ଧତା ଏବଂ ବ୍ୟବହାରରେ ବୈପ୍ଳବିକ ପରିବର୍ତନ ଆଣିବ ଏବଂ ଯୋଗାଣକାରୀ, ବିତରକ, ଗ୍ରାହକ, ପ୍ରତିଯୋଗୀ ଆଦି ବିଭିନ୍ନ ସଂଗଠନର ନେଟୱାର୍କରେ ଅବସ୍ଥାପିତ କମ୍ପାନୀଗୁଡ଼ିକ ସହ ଘନିଷ୍ଠ ଭାଗିଦାରୀ ମାଧ୍ୟମରେ ଆମେ ଉପଭୋକ୍ତାମାନଙ୍କୁ ସିଷ୍ଟମକୁ ବ୍ୟବହାର କରିବାର ଏକ ନୂତନ ଅଭିଜ୍ଞତା ପ୍ରଦାନ କରିବା ଉପରେ ଧ୍ୟାନ ଦେଉଛୁ ।” ଏହାର ଲାଭ ଉଠାଇବା ପାଇଁ ୟୁଜରମାନେ ଫୋନପେ ଆପର ହୋମପେଜରେ ଉପର ବାମ ପଟେ ଥିବା ପ୍ରୋଫାଇଲ ସେକ୍ସନରେ କ୍ଲିକ କରି ୟୁପିଆଇରେ ନିଜର କ୍ରେଡିଟ ଲାଇନକୁ ଲିଙ୍କ କରିପାରିବେ ଏବଂ ଯେଉଁ ବ୍ୟାଙ୍କରୁ ସେମାନେ କ୍ରେଡିଟ ଲାଇନ ପାଇଛନ୍ତି ତାହା ଚୟନ କରିପାରିବେ । ବ୍ୟାଙ୍କ ଉପରେ କ୍ଲିକ କରିବା ପରେ ସେମାନଙ୍କ ପଞ୍ଜୀକୃତ ଫୋନ ନମ୍ବର ସହ ଜଡ଼ିତ ଥିବା କ୍ରେଡିଟ ଲାଇନ ୟୁପିଆଇରେ ଲିଙ୍କ ହେବ । ଲିଙ୍କ କରିବା ପରେ ୟୁଜରଙ୍କୁ ଏକ ୟୁପିଆଇ ପିନ ସେଟ କରିବାକୁ ପଡ଼ିବ । ଏହା ସମ୍ପୂର୍ଣ୍ଣ ହେବା ପରେ ୟୁଜର ଯେତେବେଳେ ପେମେଂଟ କରିବେ ସେତେବେଳେ ପେମେଂଟ ପେଜରେ ପେମେଂଟ ଇନଷ୍ଟ୍ରୁମେଂଟ ଭାବରେ କ୍ରେଡିଟ ଲାଇନର ବିକଳ୍ପ ଦେଖାଯିବ ।


Spread the love

Leave A Reply

Your email address will not be published.