ଭୁବନେଶ୍ୱର: ଫୋନ୍ପେ ପକ୍ଷରୁ ଆଜି ଏହାର ଏକ ନୂଆ ବୀମା ଯୋଜନାର ଶୁଭାରମ୍ଭ କରାଯାଇଛି । ଯାହାକି ବାଣ ସମ୍ବନ୍ଧିତ କୌଣସି ପ୍ରକାରର ଦୁର୍ଘଟଣା ବିରୋଧରେ ବ୍ୟାପକ ସୁରକ୍ଷା ପ୍ରଦାନ କରିବା ସହ ଉପଭୋକ୍ତାଙ୍କୁ ଦୀପାବଳିର ଆଗାମୀ ପାର୍ବଣ ଋତୁ ସମୟରେ ସୁଲଭ ବୀମା କଭରେଜ ଦେଉଛି । କେବଳ ୯ ଟଙ୍କା (ଜିଏସ୍ଟି ସମେତ)ରେ ଉପଲବ୍ଧ ଏହି କଭରେଜ ପ୍ଲାନ ଫୋନପେ ଉପଭୋକ୍ତାଙ୍କୁ ବାଣ ସମ୍ବନ୍ଧିତ ଦୁର୍ଘଟଣାରୁ ସୁରକ୍ଷିତ ରଖିବା ପାଇଁ ପାର୍ବଣ ସମୟରେ ୧୦ ଦିନ ପାଇଁ ୨୫୦୦୦ ଟଙ୍କା ପର୍ଯ୍ୟନ୍ତ ବିସ୍ତୃତ କଭରେଜ ପ୍ରଦାନ କରୁଛି । ଏହି କଭରେଜ ଆସନ୍ତା ଅକ୍ଟୋବର ୨୫ ତାରିଖ ୨୦୨୪ରୁ ଆରମ୍ଭ ହୋଇ ୧୦ ଦିନ ପାଇଁ ଉପଲବ୍ଧ ହେବ । ଏହି ଶୁଭାରମ୍ଭ ସହିତ ଦେଶବ୍ୟାପୀ ଉପଭୋକ୍ତାମାନେ ଏବେ ସୁରକ୍ଷା ଓ ମାନସିକ ଶାନ୍ତି ସହ ଦୀପାବଳି ପାଳନ କରିପାରିବେ ।
ପାର୍ବଣ ସମୟରେ ଦେଶରେ ବାଣ ସମ୍ପର୍କିତ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ଫୋନ୍ପେ ଏଭଳି ଅପ୍ରତ୍ୟାଶିତ ଘଟଣା ବିରୋଧରେ ସମ୍ଭାବ୍ୟ ଆର୍ଥିକ ବୋଝକୁ ହ୍ରାସ କରିବା ପାଇଁ ଏହି ଉତ୍ପାଦର ଶୁଭାରମ୍ଭ କରିଛି । ଏହି ପ୍ଲାନ୍କୁ ଫୋନପେ ଆପ୍ରେ କେବଳ ଏକ ମିନିଟ୍ ମଧ୍ୟରେ କ୍ରୟ କରାଯାଇପାରିବ ଯାହା ଉପଭୋକ୍ତା, ତାଙ୍କ ପତି କିମ୍ବା ପତ୍ନୀ ଓ ଦୁଇ ଜଣ ପିଲାଙ୍କ ସମେତ ୪ ଜଣ ପର୍ଯ୍ୟନ୍ତ ପରିବାରର ସଦସ୍ୟଙ୍କୁ ବୀମାଭୁକ୍ତ କରି ଫ୍ୟାମିଲି କଭରେଜ ପ୍ରଦାନ କରୁଛି । ଏହି ବୀମାର କଭର କ୍ରୟ ତାରିଖରୁ ଲାଗୁ ହେବ । ଏହି ସ୍ୱଳ୍ପାବଧି କଭରେଜକୁ ସ୍ୱତନ୍ତ୍ର ରୂପେ ପାର୍ବଣ ଋତୁ ପାଇଁ ପ୍ରସ୍ତୁତ କରାଯାଇଛି । ଏସମ୍ପର୍କରେ ଫୋନ୍ପେ ଇନ୍ସୁରାନ୍ସ ବ୍ରୋକିଙ୍ଗ ସର୍ଭିସେସର ସିଇଓ, ବିଶାଲ ଗୁପ୍ତା କହିଛନ୍ତିଯେ, “ଆମେ ପାର୍ବଣ ଋତୁ ପାଇଁ ସଠିକ ସମୟରେ ଫୋନ୍ପେର ଫାୟାରକ୍ରାକର୍ ବୀମାକୁ ଶୁଭାରମ୍ଭ କରି ଉତ୍ସାହିତ ଅଛୁ । ଏହି କଭରେଜ ପରିବାରଗୁଡିକ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପ୍ରଦାନ କରୁଛି ଯାହା ସେମାନେ ଯେପରି ଚିନ୍ତା ମୁକ୍ତ ହୋଇ ମାନସିକ ଶାନ୍ତି ସହ ପର୍ବ ପାଳନ କରିପାରିବେ ତାହା ସୁନିଶ୍ଚିତ କରୁଛି । ଆମର ଲକ୍ଷ୍ୟ ହେଉଛି ବୀମାକୁ ଉଭୟ ସୁଲଭ ଓ ପହଂଚଯୋଗ୍ୟ କରିବା ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେବ ପାର୍ବଣକୁ ଉପଭୋଗ କରିବା ପାଇଁ ଅନୁମତି ଦେଉଥିବ ।” ଏହି ବୀମା କ୍ରୟ କରିବା ପାଇଁ ଉପଭୋକ୍ତାମାନେ ଫୋନ୍ପେ ଆପ୍ରେ ଇନ୍ସୁରାନ୍ସ ସେକ୍ସନକୁ ଯାଇ ହୋମପେଜ୍ରୁ ଫାୟାରକ୍ରାକର ଇନ୍ସୁରାନ୍ସ ସିଲେକ୍ଟ କରିବେ । ଏବେ ସେ ନିଜର ପ୍ଲାନ ବିବରଣୀ ଦେଖିପାରିବେ ଯେଉଁଥିରେ ଆପଣଙ୍କର ଯୋଜନାର ଲାଭ ସହ ୯ ଟଙ୍କାର ଏକ ଫିକ୍ସଡ ପ୍ରିମିୟମ ଓ ଏକ ମୋଟ ୨୫୦୦୦ ଟଙ୍କାର ବୀମା ରାଶି ଅନ୍ତର୍ଭୁକ୍ତ ରହିଛି । ପରେ ସେ ବୀମାଧାରକଙ୍କ ବିବରଣୀ ଦେଇ ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ପାଇଁ ‘ପ୍ରୋସିଡ୍ ଟୁ ପେ’ ଉପରେ ଟ୍ୟାପ୍ କରିପାରିବେ ।