ଡିଜିଟାଲ୍ ଗୋଲ୍ଡରେ ଦୈନିକ ସଂଚୟ ଆରମ୍ଭ କରିବାକୁ ଜାର୍ ସହ ଫୋନପେର ସହଭାଗୀତା

Spread the love

ଭୁବନେଶ୍ୱର : ଫୋନପେ ପକ୍ଷରୁ ନିଜ ପ୍ଲାଟଫର୍ମରେ ଏହାର ନୂଆ ପ୍ରଡକ୍ଟ ଅଫର ‘ଡେଲି ସେଭିଂସ୍‌\’ ଶୁଭାରମ୍ଭ କରିବା ଲାଗି ଜାର୍ ସହ ସହଭାଗୀତା ଘୋଷଣା କରାଯାଇଛ । ଏହାଦ୍ୱାରା ଉପଭୋକ୍ତାମାନେ ବର୍ଦ୍ଧିତ ଦୈନିକ ଅବଦାନ ମାଧ୍ୟମରେ ୨୪କ୍ୟାରେଟ ଡିଜିଟାଲ ସୁନାରେ ଟଙ୍କା ସଂଚୟ କରିପାରିବେ । ଦୈନିକ ସଂଚୟ ମାଧ୍ୟମରେ ଉପଭୋକ୍ତାମାନେ ଦୈନିକ ୧୦ ଟଙ୍କା ପର୍ଯ୍ୟନ୍ତ ଡିଜିଟାଲ ସୁନାରେ ଦିନକୁ ସର୍ବାଧିକ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ, ଯାହା ବ୍ୟକ୍ତିବିଶେଷଙ୍କୁ ଏକ ନିରନ୍ତର ସଂଚୟ ଅଭ୍ୟାସ ସୃଷ୍ଟି କରିବାକୁ ସଶକ୍ତ କରିପାରିବ । ଏହି ପ୍ରଡକ୍ଟ ଜାରର ଇଂଟିଗ୍ରେଟେଡ୍ ଗୋଲ୍ଡ ଟେକ୍ ସଲ୍ୟୁସନ୍ ଦ୍ୱାରା ପରିଚାଳିତ ଯାହା ଡିଜିଟାଲ ସୁନା ନିବେଶ ପ୍ରକ୍ରିୟାକୁ ମାତ୍ର ୪୫ ସେକେଣ୍ଡରୁ କମ୍ ସମୟ ମଧ୍ୟରେ ସୁବ୍ୟବସ୍ଥିତ କରିଥାଏ । ପ୍ରାରମ୍ଭରେ ଏହାର ଇକୋସିଷ୍ଟମ୍ ଭିତରେ ଉପଭୋକ୍ତାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଉପଲବ୍ଧ ଥିବା ଜାର୍ ଗୋଲ୍ଡ ଟେକ୍ ଷ୍ଟେକ୍ ବର୍ତମାନ ସହଭାଗୀ ବ୍ୟବସାୟୀଙ୍କ ପାଇଁ ଉପଲବ୍ଧ ହୋଇଛି ଯେଉଁମାନେ ସେମାନଙ୍କ ଉପଭୋକ୍ତାଙ୍କୁ ଡିଜିଟାଲ ସୁନାରେ ସଂଚୟ କରିବାର କ୍ଷମତା ପ୍ରଦାନ କରିପାରିବେ । ଫୋନପେର ବର୍ତମାନର ଦେୟ ଇକୋସିଷ୍ଟମ ସହିତ ଜାରର ଏକୀକରଣ ସହଜ ପାଣ୍ଠି ସ୍ଥାନାନ୍ତର ଏବଂ ଦେୟ ସୁନିଶ୍ଚିତ କରୁଛି । ସ୍ୱୟଂଚାଳିତ ଦୈନିକ ଯୋଗଦାନ ମାନୁଆଲ ହସ୍ତକ୍ଷେପ ବିନା କ୍ରମାଗତ ଭାବରେ ସଂଚୟ କରିବା ସହଜ କରେ । ଉପଭୋକ୍ତାମାନେ ଯେକୌଣସି ସମୟରେ ସେମାନଙ୍କର ଦୈନିକ ସଂଚୟକୁ ସ୍ଥଗିତ କିମ୍ବା ବାତିଲ କରିବା କିମ୍ବା ଯେତେବେଳେ ଚାହିଁବେ ନଗଦ ପାଇଁ ସୁନା ରିଡିମ୍ କରିବାର ବିକଳ୍ପ ରହିଛି ।
ନୂଆ ପ୍ରଡକ୍ଟ ଶୁଭାରମ୍ଭ ଅବସରରେ ଉପଭୋକ୍ତା ପେମେଂଟର ଇନଆପ୍ ବର୍ଗର ମୁଖ୍ୟ ନିହାରିକା ସୈଗଲ କହିଛନ୍ତିଯେ, “ବିଗତ କିଛି ବର୍ଷ ମଧ୍ୟରେ ଆମେ ଆମ ପ୍ଲାଟଫର୍ମରେ ଡିଜିଟାଲ ଗୋଲ୍ଡକୁ ଗ୍ରହଣ କରିବାରେ ଉଲ୍ଲେଖନୀୟ ବୃଦ୍ଧି ଦେଖିଛୁ । ୨୪କ୍ୟାରେଟ ଡିଜିଟାଲ ଗୋଲ୍ଡ ମାଧ୍ୟମରେ ଦୈନନ୍ଦିନ ସଂଚୟକୁ ସୁଗମ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏକ ଉତ୍ପାଦ ଡେଲି ସେଭିଂସ୍ ପ୍ରଚଳନ କରି ଆମେ ଆନନ୍ଦିତ । କ୍ଷୁଦ୍ର ଆରମ୍ଭ କରି କ୍ରମାଗତ ଭାବେ ସଂଚୟ କରି ବ୍ୟକ୍ତିମାନେ ଧୀରେ ଧୀରେ ନିଜର ଆର୍ôଥକ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିପାରିବେ ।” ସେହିଭଳି ଜାରର ପ୍ରତିଷ୍ଠାତା ଏବଂ ସିଇଓ ନିଶ୍ଚୟ ଏଜି କହିଛନ୍ତି, “ଆମେ ଜାରର ସାମର୍ଥ୍ୟକୁ ନିଜ ପ୍ଲାଟଫର୍ମ ବାହାରେ ବିସ୍ତାର କରିବା ଏବଂ ସୁନା ସଂଚୟ ଉପରେ ୩୬୦ ଡିଗ୍ରୀ ସେବା ପ୍ରଦାନ କରିବାକୁ ଉତ୍ସାହିତ ଏବଂ ଉପଭୋକ୍ତାମାନେ ଆମର ଇନ୍‌-ହାଉସ୍ ବ୍ରାଣ୍ଡ ନେକ୍ ମାଧ୍ୟମରେ ସେମାନଙ୍କ ସଂଚୟକୁ ଅଳଙ୍କାରରେ ପରିଣତ କରିବାକୁ ସକ୍ଷମ କରୁଛୁ । ଫୋନପେକୁ ଆମର ଗୋଲ୍ଡ ଟେକ୍ ପ୍ଲାଟଫର୍ମ ପ୍ରଦାନ କରି, ଆମେ ବ୍ରାଣ୍ଡଗୁଡ଼ିକୁ ସେମାନଙ୍କ ସେବାରେ ସୁନା ସଂଚୟକୁ ନିରବଚ୍ଛିନ୍ନ ଭାବରେ ସଂଯୋଜିତ କରିବାକୁ ସକ୍ଷମ କରୁଛୁ । ଏହା ଜାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ, କାରଣ ଆମେ ବ୍ୟବସାୟ ଏବଂ ବ୍ୟକ୍ତିବିଶେଷଙ୍କୁ ଆର୍ôଥକ ଫିଟନେସ୍ ପାଇଁ ସରଳ, ସ୍କେଲେବଲ୍ ସମାଧାନ ସହିତ ସଶକ୍ତ କରିବା ଜାରି ରଖିଛୁ, ଯାହା ସୁନା ସଂଚୟକୁ ପୂର୍ବଅପେକ୍ଷା ଅଧିକ ଉପଲବ୍ଧ କରୁଛି । ଫୋନପେ ଅଗ୍ରଣୀ ଏବଂ ବିଶ୍ୱସ୍ତ ଅଂଶୀଦାରଙ୍କଠାରୁ ୯୯.୯୯% ଶୁଦ୍ଧତା-ସାର୍ଟିଫାଏଡ୍ ୨୪କ୍ୟାରେଟ ଡିଜିଟାଲ୍ ଗୋଲ୍ଡ ପ୍ରଦାନ କରୁଛି, ଭାରତରେ ୧୯,୦୦୦ରୁ ଅଧିକ ଡାକ କୋଡର ୧.୨ କୋଟିରୁ ଅଧିକ ଗ୍ରାହକ ସ୍ୱଚ୍ଛ ମୂଲ୍ୟରେ ଫୋନପେ ପ୍ଲାଟଫର୍ମରେ ଉଚ୍ଚ ଶୁଦ୍ଧତା ୨୪କ୍ୟାରେଟ ସୁନା କିଣିଛନ୍ତି ।


Spread the love

Leave A Reply

Your email address will not be published.