ପୋକୋ ସି୫୧ ପାଇଁ ଏୟାରଟେଲ୍ ସହ ପୋକୋ ଇଣ୍ଡିଆର ସହଭାଗିତା

Spread the love

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଉପଭୋକ୍ତା ଟେକ୍ନୋଲୋଜି ବ୍ରାଣ୍ଡ ପୋକୋ ଇଣ୍ଡିଆ, ଦେଶର ସବୁଠାରୁ ଶସ୍ତା ୪ଜି ସ୍ମାର୍ଟଫୋନ୍ ଶୁଭାରମ୍ଭ କରିବା ପାଇଁ ଏୟାରଟେଲ୍ ସହ ନିଜର ସହଭାଗିତା ସମ୍ପର୍କରେ ଘୋଷଣା କରିଛି । ପୋକୋ ସି୫୧କୁ ଏୟାରଟେଲ୍ ପ୍ରିପେଡ୍ କନେକ୍ସନ ସହ ଫ୍ଲିପ୍‌କାର୍ଟରେ ୫୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ କରାଯିବ । ଉପଭୋକ୍ତାମାନେ ଫ୍ଲିପ୍‌କାର୍ଟରେ ଆସନ୍ତା ଜୁଲାଇ ୧୮ ତାରିଖରୁ ଏହି ସ୍ମାର୍ଟଫୋନ୍‌କୁ କ୍ରୟ କରିପାରିବେ । ସ୍ୱତନ୍ତ୍ର ମୂଲ୍ୟ ସହିତ ଏହି ଡିଭାଇସ୍ କିଣିବାକୁ ଚାହୁଁଥିବା ସମସ୍ତ ଏୟାରଟେଲ୍ ପ୍ରିପେଡ୍ ଗ୍ରାହକମାନେ ଏୟାରଟେଲ୍ ତରଫରୁ ୫୦ ଜିବିର ୱାନ୍‌-ଟାଇମ୍ ମୋବାଇଲ ଡାଟା ପାଇବେ । ଏହି ଅଫର୍ ପାଇବାକୁ ଚାହୁଁଥିବା ଅଣ-ଏୟାରଟେଲ୍ ଗ୍ରାହକମାନେ ତତ୍କାଳ ଆକ୍ଟିଭେଶନ ସହିତ ଏୟାରଟେଲ୍ ଦ୍ୱାରା ଡୋର୍‌ଷ୍ଟେପ୍ ସିମ୍ ଡେଲିଭରି ପାଇଁ ଚୟନ କରିପାରିବେ ।

ଏହି ସହଭାଗିତା ସମ୍ପର୍କରେ ମତ ରଖି ପୋକୋ ଇଣ୍ଡିଆର କଂଟ୍ରି ହେଡ୍ ହିମାଂଶୁ ଟଣ୍ଡନ କହିଛନ୍ତି, ‘ଆମେ ପୋକୋ ଓ ଏୟାରଟେଲ୍ ମଧ୍ୟରେ ଏକ ସହଭାଗିତା ସମ୍ପର୍କରେ ଘୋଷଣା କରି ଉତ୍ସାହିତ ଅଛୁ ଯାହା ଦେଶବ୍ୟାପୀ ପୋକୋ ସି୫୧ର ବର୍ଦ୍ଧିତ ଉପଲବ୍ଧତା ଓ ସୁଲଭତା ଆଣିବ । ଏୟାରଟେଲର ବିସ୍ତୃତ ନେଟ୍‌ୱର୍କର ବ୍ୟବହାର କରି ଆମେ ପୋକୋର ଅତ୍ୟାଧୁନିକ ଟେକ୍ନୋଲୋଜିର ଲାଭକୁ ବହୁସଂଖ୍ୟକ ଗ୍ରାହକଙ୍କୁ ପ୍ରଦାନ କରିବୁ ଏବଂ ପୋକୋ ସି୫୧କୁ ସ୍ମାର୍ଟଫୋନ୍ କ୍ରେତାଙ୍କ ପାଇଁ ଏକ ଶକ୍ତିଶାଳୀ ମୂଲ୍ୟ ପ୍ରସ୍ତାବରେ ପରିଣତ କରିବୁ ।’ ଭାରତୀ ଏୟାରଟେଲ୍‌ର କଞ୍ଜ୍ୟୁମର ବିଜ୍‌ନେସର ନିର୍ଦ୍ଦେଶକ ଶାଶ୍ୱତ ଶର୍ମା କହିଛନ୍ତି, ‘ଫ୍ଲିପ୍‌କାର୍ଟରେ ସମସ୍ତ ଏୟାରଟେଲ୍ ଗ୍ରାହକଙ୍କ ପାଇଁ ପୋକୋ ସି୫୧କୁ ଅଧିକ ପହଂଚଯୋଗ୍ୟ କରିବା ଲାଗି ଏହି ସ୍ୱତନ୍ତ୍ର ସହଭାଗିତା ସହିତ ଆମେ ରୋମାଂଚିତ ଅନୁଭବ କରୁଛୁ । ଏହା ଏବେ ଅଧିକରୁ ଅଧିକ ଗ୍ରାହକଙ୍କୁ ଏକ ସ୍ମାର୍ଟଫୋନ୍‌କୁ ଅପ୍‌ଗ୍ରେଡ୍ ହେବା ଏବଂ ଡିଜିଟାଲ ବିପ୍ଳବର ଏକ ଅଂଶରେ ପରିଣତ ହେବାରେ ସାହାଯ୍ୟ କରିବ ।’ ଏହି ସହଭାଗିତା ଉପରେ ମତ ରଖି ଫ୍ଲିପ୍‌କାର୍ଟର ମୋବାଇଲ୍ସ ବିଭାଗର ବରିଷ୍ଠ ନିର୍ଦ୍ଦେଶକ କୁନାଲ ଗୁପ୍ତା କହିଛନ୍ତି, ‘ନୂଆ ପୋକୋ ସି୫୧ର ଉନ୍ମୋଚନ ଏୟାରଟେଲ୍‌ର ଏକ ମୂଲ୍ୟ ଯୋଗକାରୀ ଉତ୍ପାଦ ସହ ମିଳିତ ଥିବା ସ୍ମାର୍ଟଫୋନ୍ ଅନୁଭୂତିକୁ ଅଧିକ ସୁଲଭ କରିବ ଯାହା କ୍ରୟକୁ ବାଧାମୁକ୍ତ କରିବ ।’

ପୋକୋ ସି୫୧ ସ୍ମାର୍ଟଫୋନ୍ ଏକ ମିଡିଆଟେକ୍ ହେଲିଓ ଜି୩୬ ଏସ୍‌ଓସି ପ୍ରୋସେସର ଓ ୫୦୦୦ ଏମ୍‌ଏଏଚ୍ ଦୀର୍ଘସ୍ଥାୟୀ ବ୍ୟାଟେରୀ ଲାଇଫ୍ ସହ ସୁସଜ୍ଜିତ ରହିଛି । ୭ଜିବି ଟର୍ବୋ ରାମ୍ (୪ଜିବି ଏଲ୍‌ପିଡିଡିଆର୍‌୪ଏକ୍ସ + ୩ଜିବି ଟର୍ବୋ ରାମ୍‌) ସହିତ ପୋକୋ ସି୫୧ ଗ୍ରାହକଙ୍କୁ ବିଭିନ୍ନ ଆପ୍ ମଧ୍ୟରେ ଖୁବ୍‌ଶୀଘ୍ର ସ୍ୱିଚ୍ କରିବା ଓ ପରିଚାଳନା କରିବା ପାଇଁ ଏକ ନମନୀୟ ଅନୁଭୂତି ଓ କ୍ଷମତା ଦେଉଛି । ଏହି ପାୱାର-ପ୍ୟାକ୍‌ଡ ଡିଭାଇସ୍ ଏକ ୬.୫୨ ଇଂଚ୍ ଲାର୍ଜ ଡିସ୍‌ପ୍ଲେ ଓ ପ୍ରିମିୟମ ଦେଖାଯାଉଥିବା ଲେଦର ଭଳି ଡିଜାଇନ୍ ସହ ଆସୁଛି । ପୋକୋ ଓ ଏୟାରଟେଲ୍ ମଧ୍ୟରେ ଏହି ସହଭାଗିତା ଭାରତବ୍ୟାପୀ ଗ୍ରାହକଙ୍କ ପାଇଁ ଉଚ୍ଚଗୁଣବତାଯୁକ୍ତ, ସୁଲଭ ସ୍ମାର୍ଟଫୋନ୍‌ର ପହଂଚକୁ ବିସ୍ତାର କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଉପସ୍ଥାପନ କରୁଛି । ଏହାର ୪+୬୪ଜିବି ଭାରିଆଂଟ୍ ଏୟାରଟେଲ୍ ଏକ୍ସକ୍ଲୁସିଭ୍ ଡିଭାଇସ୍‌ରେ ୫୯୯୯ ଟଙ୍କାରେ ଉପଲବ୍ଧ ହେଉଛି ।


Spread the love

Leave A Reply

Your email address will not be published.