ପୋକୋ ପକ୍ଷରୁ ଏମ୍‌୬ ପ୍ଲସ୍ ୫ଜି ଓ ବଡ୍‌ସ ଏକ୍ସ୧ ର ଶୁଭାରମ୍ଭ

Spread the love

ଭୁବନେଶ୍ୱର: ଭାରତର କଞ୍ଜ୍ୟୁମର ଟେକ୍ ସ୍ପେଶ୍ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ସହ ସମକକ୍ଷ ଏକ ବ୍ରାଣ୍ଡ ପୋକୋ ପକ୍ଷରୁ ଏହାର ଏମ୍‌-ସିରିଜ ଶୃଙ୍ଖଳାରେ ନୂଆ ପୋକୋ ଏମ୍‌୬ ପ୍ଲସ୍ ୫ଜିର ଶୁଭାରମ୍ଭ କରାଯାଇଛି । ଏମ୍‌୬ ପ୍ରୋର ସଫଳତା ଉପରେ ନିର୍ମିତ ଏମ୍‌୬ ପ୍ଲସ୍ ୫ଜିରେ ରିଙ୍ଗ୍ ଫ୍ଲାଶ ଡିଜାଇନ ସହ ଏକ ପ୍ରିମିୟମ ଗ୍ଲାସ, ୩ ଗୁଣ ଇନ୍‌-ସେନ୍ସର ଜୁମ୍ ସହିତ ୧୦୮ ଏମ୍‌ପି କ୍ୟାମେରା ଓ ସ୍ନାପ୍‌ଡ୍ରାଗନ ୪ ଜେନ୍‌୨ ଏଇ ପ୍ରୋସେସର ରହିଛି । ପୋକୋ ପକ୍ଷରୁ ବଡ୍‌ସ ଏକ୍ସ୧ର ମଧ୍ୟ ଶୁଭାରମ୍ଭ କରାଯାଇଛି ଯାହା ୪୦ଡିବି ହାଇବ୍ରିଡ ଆକ୍ଟିଭ ନଏଜ କ୍ୟାନ୍ସେଲେଶନ ଓ କଷ୍ଟମାଇଜେବୁଲ ଅଡିଓ ସେଟିଙ୍ଗ୍ ସହ ସୁସଜ୍ଜିତ ରହିଛି । ଏହି ଶୁଭାରମ୍ଭ ସମ୍ପର୍କରେ ନିଜର ଉତ୍ସାହ ବ୍ୟକ୍ତ କରି ପୋକୋ ଇଣ୍ଡିଆର କଂଟ୍ରି ହେଡ୍ ହିମାଂଶୁ ଟଣ୍ଡନ କହିଛନ୍ତି, “ଏମ୍‌୬ ପ୍ଲସ୍ ୫ଜି ଓ ବଡ୍‌ସ ଏକ୍ସ୧କୁ ସୁଲଭ ମୂଲ୍ୟରେ ଶୀର୍ଷ ସ୍ତରର ପ୍ରଦର୍ଶନ ଓ ଷ୍ଟାଇଲ୍ ଚାହୁଁଥିବା ଗ୍ରାହକଙ୍କ ପାଇଁ ନିର୍ମାଣ କରାଯାଇଛି । ଆମେ ବିଶ୍ୱାସ କରୁଛୁ ଯେ, ଏଭଳି ଉତ୍ପାଦଗୁଡିକ ବଜାରରେ ବିପ୍ଳବ ସୃଷ୍ଟି କରିବ, ଏହି ବର୍ଗରେ ଫିଚରଗୁଡିକ ପାଇଁ ନୂଆ ମାନକ ଧାର୍ଯ୍ୟ କରିବ ।” ଏହାର ଫ୍ରଂଟ୍‌ରେ ଏକ ଏଫ/୧.୭୫ ଆପେର୍‌ଚର ସହ ୧୩ଏମ୍‌ପି ସେଲ୍‌ଫି କ୍ୟାମେରା ରହିଛି । ଏହାଛଡା ସ୍ମାର୍ଟ ନାଇଟ ମୋଡ ଲୋ-ଲାଇଟ୍ ଭଳି ଫିଚର ମଧ୍ୟ ରହିଛି । ପୋକୋ ଏମ୍‌୬ ପ୍ଲସ୍ ୫ଜି ଶକ୍ତିଶାଳୀ ୩୩ୱାଟ ଫାଷ୍ଟ୍ ଚାର୍ଜିଂ ଟେକ୍ନୋଲୋଜି ସହ ସୁସଜ୍ଜିତ ରହିଛି । ଏହି ପ୍ୟାକେଜରେ ଅତିରିକ୍ତ ସୁବିଧା ପାଇଁ ଏକ ୩୩ୱାଟ ଚାର୍ଜର ରହିଛି । ଏହି ଡିଭାଇସ୍‌ରେ ଏକ ୟୁଏସ୍‌ବି ଟାଇପ୍‌-ସି ପୋର୍ଟ ରହିଛି ଏବଂ ଏହା ଏକ ମଜବୁତ ୫୦୩୦ ଏମ୍‌ଏଏଚ୍ ବ୍ୟାଟେରୀ ଦ୍ୱାରା ପରିଚାଳିତ । ପୋକୋ ଏମ୍‌୬ ପ୍ଲସ୍ ୫ଜିରେ ସ୍ମାର୍ଟ ଚାର୍ଜିଙ୍ଗ ଟେକ୍ନୋଲୋଜି ରହିଛି । ଏହାଛଡା ଏହି ଡିଭାଇସ୍ ଉଚ୍ଚମାନର ଅଡିଓ ପ୍ରଦାନ କରିବା ପାଇଁ ଏକ ୩.୫ ଏମ୍‌ଏମ୍ ଜ୍ୟାକ୍ ଓ ଏକ ସିଙ୍ଗଲ୍ ସ୍ପିକର ସହ ଆସୁଛି । ପୋକୋ ଏମ୍‌୬ ପ୍ଲସ୍ ୫ଜି ସାଓମି ହାଇପରଓଏସ୍ ଉପରେ ପରିଚାଳିତ ଯାହା ଏହାକୁ ଆଣ୍ଡ୍ରଏଡ୍ ୧୪ ସହିତ ଏହି ଅଭିନବ ସଫ୍ଟୱେୟାର ଆଉଟ-ଅଫ୍‌-ଦ-ବକ୍ସ ଥିବା ପୋକୋ ଏମ୍ ସିରିଜର ପ୍ରଥମ ସ୍ମାର୍ଟଫୋନ୍‌ରେ ପରିଣତ କରୁଛି ।
ପୋକୋ ଏମ୍‌୬ ପ୍ଲସ୍ ୫ଜି ଏକ ଅତ୍ୟାଧୁନିକ ୪ଏନ୍‌ଏମ୍ ପ୍ରୋସେସର ଉପରେ ନିର୍ମିତ । ଏହି ସ୍ମାର୍ଟଫୋନ୍ ମାଧ୍ୟମରେ ୨.୩ ଜିଏଚ୍‌ଜେଡ୍ ପର୍ଯ୍ୟନ୍ତ ବ୍ଲେଜିଙ୍ଗ-ଫାଷ୍ଟ କ୍ଲକ୍ ସ୍ପିଡ ରହିଛି ଯାହା ହାରାହାରି ୪୬୦୦୦୦ର ଏକ ପ୍ରଭାବୀ ଆନ୍‌ଟୁଟୁ (ଭି୧୦) ବେଂଚ୍‌ମାର୍କ ସ୍କୋର ହାସଲ କରିଛି । ସହଜ ମଲସ୍ଟାସସ୍କିଙ୍ଗ୍ ଓ ଏକ ସୁଗମ ଉପଭୋକ୍ତା ଅନୁଭୂତି ପାଇଁ ଦ୍ରୁତ ୟୁଏଫ୍‌ଏସ୍ ୨.୨ ଷ୍ଟୋରେଜ ଏବଂ ୮ଜିବିର ଭର୍ଚୁଆଲ ରାମ୍ ସମେତ ୧୬ ଜିବି ପର୍ଯ୍ୟନ୍ତ ରାମ୍ ରହିଛି । ଏହି ଡିଭାଇସ୍‌ରେ କର୍ଣ୍ଣିଙ୍ଗ ଗରିଲା ଗ୍ଲାସ୍ ୩ ପ୍ରୋଟେକ୍ସନ ଏବଂ ଜଳ ଓ ଧୂଳିରୁ ସୁରକ୍ଷା ପାଇଁ ଆଇପି୫୩ ରେଟିଙ୍ଗ ରହିଛି । ଏହି ଡିଭାଇସ୍‌ରେ ଏକ ୫ଜି ଫୋନ୍ ପାଇଁ ନିଜ ବର୍ଗରେ ସବୁଠାରୁ ବଡ ଡିସ୍‌ପ୍ଲେ ରହିଛି, ଏଥିରେ ଏକ ୨୪୦୦ଞ୍ଚ୧୦୮୦ ଏଫ୍‌ଏଚ୍‌ଡି+ ରିଜୋଲ୍ୟୁଶନ ସହ ୬.୭୯ ଇଂଚ୍ ଏଲ୍‌ସିଡି ରହିଛି । ପୋକୋ ବଡ୍‌ସ ଏକ୍ସ୧ ୪୦ଡିବି ହାଇବ୍ରିଡ ଆକ୍ଟିଭ ନଏଜ କ୍ୟାନ୍ସେଲେଶନ ସହ ସୁସଜ୍ଜିତ ରହିଛି । ୧୨.୪ ଏମ୍‌ଏମ୍ ଡାଇନାମିକ ଟାଇଟାନିୟମ ଡ୍ରାଇଭର୍ସ ଶକ୍ତିଶାଳୀ ବାସ୍ ସହ ସମୃଦ୍ଧ ଓ ଉଚ୍ଚମାନର ସାଉଣ୍ଡ ପ୍ରଦାନ କରିଥାଏ । ଏହାଛଡା ଏଆଇ ଏନ୍‌ଭାୟର୍ଣ୍ଣମେଂଟାଲ ନଏଜ କ୍ୟାନ୍ସେଲେଶନ (ଇଏନ୍‌ସି) ସହ କ୍ୱାଡ୍‌-ମାଇକ୍ ସେଟ୍‌ଅପ ଓ ସାଓମିର ସ୍ୱ ବିକଶିତ ଆଂଟି-ୱାଇଣ୍ଡ ନଏଜ ଆଲ୍‌ଗୋରିଦମ ଅତ୍ୟଧିକ ପବନ ବହୁଥିବା ସ୍ଥିତିରେ ମଧ୍ୟ ସ୍ପଷ୍ଟ ଯୋଗାଯୋଗର ଗ୍ୟାରେଂଟି ଦେଉଛି । ପୋକୋ ବଡ୍‌ସ ଏକ୍ସ୧ ୫ଟି ଇକ୍ୟୁ ସାଉଣ୍ଡ ପ୍ରୋଫାଇଲ ଦେଉଛି, ଯାହା ଏକ ବ୍ୟକ୍ତିଗତ ଶ୍ରବଣ ଅଭିଜ୍ଞତା ପାଇଁ କଷ୍ଟମାଇଜେବୁଲ ଅଡିଓ ସେଟିଙ୍ଗ୍ ପ୍ରଦାନ କରିଥାଏ । ଏକ ସିଙ୍ଗଲ୍ ଚାର୍ଜରେ ୩୬ ଘଂଟା ପର୍ଯ୍ୟନ୍ତ ମୋଟ ପ୍ଲେଟାଇମ ଓ ୭ ଘଂଟାର ପ୍ଲେଟାଇମ୍ ପ୍ରଦାନ କରୁଛି ।
ପୋକୋ ଏମ୍‌୬ ପ୍ଲସ୍ ୫ଜି ଓ ପୋକୋ ବଡ୍‌ସ ଏକ୍ସ୧ ଭାରତୀୟ ବଜାରରେ ଆସନ୍ତା ଅଗଷ୍ଟ ୫ ତାରିଖ ୨୦୨୪ ଦିନ ୧୨ଟାରୁ ଫ୍ଲିପ୍‌କାର୍ଟରେ ଉପଲବ୍ଧ ହେବ । ଏମ୍‌୬ ପ୍ଲସ୍ ୫ଜି ୩ଟି ଆକର୍ଷଣୀୟ ରଙ୍ଗ ଯଥା ଆଇସ୍ ସିଲ୍‌ଭର, ମିଷ୍ଟି ଲାଭେଣ୍ଡର ଓ ଗ୍ରାଫାଇଟ ବ୍ଲାକ୍‌ରେ ଆସୁଛି । ଏହି ଡିଭାଇସ୍‌ର ମୂଲ୍ୟ ୬ଜିବି+୧୨୮ଜିବି ଷ୍ଟୋରେଜ ଭାରିଆଂଟ୍ ପାଇଁ ୧୧,୯୯୯ ଟଙ୍କା ଏବଂ ୮ଜିବି+୧୨୮ଜିବି ଭାରିଆଂଟ୍ ପାଇଁ ୧୩୪୯୯ ଟଙ୍କା ରହିଛି । ଏଭଳି ମୂଲ୍ୟଗୁଡିକ ସେଲ୍‌ର ପ୍ରଥମ ଦିନ ପାଇଁ ବୈଧ ରହିଛି ଏବଂ ସେଥିରେ ଏସ୍‌ବିଆଇ, ଏଚ୍‌ଡିଏଫ୍‌ସି ଓ ଆଇସିଆଇସିଆଇ ବ୍ୟାଙ୍କ କାର୍ଡଗୁଡିକ ଉପରେ ୧୦୦୦ ଟଙ୍କାର ଅଫର୍ ସାମିଲ ଅଛି ଏବଂ ୬+୧୨୮ଜିବି ଭାରିଆଂଟ୍ ଉପରେ ୫୦୦ ଟଙ୍କାର ଏକ ସ୍ୱତନ୍ତ୍ର କୁପନ ରହିଛି । ପୋକୋ ବଡ୍‌ସ ଏକ୍ସ୧ ପ୍ରକୃତି-ଅନୁପ୍ରାଣିତ ରଙ୍ଗ ଓ ଟେକ୍ସଚରଗୁଡିକ ସହିତ ସତେଜ ଓ ପ୍ରାକୃତିକ ସୌନ୍ଦର୍ଯ୍ୟତା ଦ୍ୱାରା ଅନୁପ୍ରାଣିତ ଅଟେ । ଏହି ଡିଭାଇସର ମୂଲ୍ୟ ୧୬୯୯ ଟଙ୍କା ରହିଛି ।

 


Spread the love

Leave A Reply

Your email address will not be published.