ଫାଟିଲା କୋଲ୍ଡ ଷ୍ଟୋରେଜ ପାଇପ୍

Spread the love

ଭୁବନେଶ୍ଵର,୨୬/୦୨:ପୁଣି ଆଇଗିଣିଆରେ ଅଘଟଣ।ଫାଟିଲା କୋଲ୍ଡ ଷ୍ଟୋରେଜ ପାଇପ୍।ଭାଲବ୍ ରୁ ଲିକ୍ ହେଲା ବିଷାକ୍ତ ଗ୍ୟାସ୍। ଚାରିଆଡ଼େ ବ୍ୟାପିଲା ଅମୋନିଆ ଗ୍ୟାସ୍ । ବିଳମ୍ବିତ ରାତିରେ ଅଗ୍ନିଶମ ବାହିନୀର ଅପରେସନ। ଦୋକାନ ଦୋକାନ ବୁଲି ଲୋକଙ୍କୁ କଲେ ଏଭାକୁଏଟ୍। ୱାଟର ଜେଟ୍ ସ୍ପ୍ରେ ସହ ରୋବୋଟିକ ମୋନିଟର୍ ଦ୍ଵାରା ହେଲା ଅପରେସନ। ପାଖାପାଖି ୪ଘଣ୍ଟା ପରେ ଅମୋନିଆ ଗ୍ୟାସ୍ ବ୍ୟାପିବା ଉପରେ ନିୟନ୍ତ୍ରଣ ପାଇଥିଲା ଅଗ୍ନିଶମ ବାହିନୀ। କୋଲ୍ଡ ଷ୍ଟୋରେଜ ଭିତରେ ପଶି ଲିକ୍ ହେଉଥିବା ଭାଲବ୍ କୁ ବନ୍ଦ କଲା ଅଗ୍ନିଶମ ବାହିନୀ। ତମାଣ୍ଡ, ଭୁବନେଶ୍ବର, ସେକ୍ରେଟାରୀ ଫାୟାର ଷ୍ଟେସନ ଏବଂ ଷ୍ଟ୍ରାଇକିଂ ଫୋର୍ସ ସହ ୫ଟି ଦମକଳ ହୋଇଥିଲେ ନିୟୋଜିତ। ଆମୋନିଆ ଗ୍ୟାସ୍ ପ୍ରତିରୋଧ ପାଇଁ ବିଶେଷ ଭାବରେ ବି.ଏ. ସେଟ୍ ଥିବା ବି.ଏ. ଭ୍ୟାନ ମଗା ଯାଇଥିଲା। ଏଥିରେ ୩୫ଜଣ ଅଗ୍ନିଶମ କର୍ମଚାରୀଙ୍କ ସହ ଡି.ଏଫ୍.ଓ. , ଏ.ଏଫ୍.ଓ. ଓ ସେଣ୍ଟ୍ରାଲ ରେଞ୍ଜ ଫାୟାର ଅଫିସର୍ ଅପରେସନରେ ସାମିଲ ଥିଲେ। ପାଇପ୍ ରୁ ଆମୋନିଆ ଗ୍ୟାସ୍ କାହିଁକି ଓ କିପରି ଲିକ୍ ହେଲା ସେ ନେଇ ତଦନ୍ତ କରିବ ଅଗ୍ନିଶମ ବିଭାଗ।


Spread the love

Leave A Reply

Your email address will not be published.