ଭୁବନେଶ୍ଵର,୧୦/୦୩:ଘୁର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ଦୁଇ ଦିନ ବର୍ଷା ସମ୍ଭାବନା । ଆଜି ଓ ଆସନ୍ତାକାଲି ପାଇଁ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଝାରଖଣ୍ଡ ଓ ଉତ୍ତର ଛତିଶଗଡ଼ ଉପରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଘୁର୍ଣ୍ଣିବଳୟ ସହ ଜଡିତ ଏକ ଟ୍ରପ ଲାଇନ ଓଡିଶା ଦେଇ ଅତିକ୍ରମ କରୁଛି। ପ୍ରଭାବରେ ରାଜ୍ୟରେ ୧୦ ଓ ୧୧ ବର୍ଷା ସମ୍ଭାବନା ଥିବା ବେଳେ ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ୪ ଜିଲ୍ଲା ଭଦ୍ରକ,ବାଲେଶ୍ୱର ,କେନ୍ଦୁଝର ,ମୟୁରଭଞ୍ଜ ରେ ହଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ବର୍ଷା ସମୟରେ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ରହିଛି। ଆସନ୍ତାକାକି ସମାନ ଜିଲ୍ଲାକୁ ଚେତାବନୀ ରହିଥିବା ବେଳେ ସାରା ରାଜ୍ୟରେ ୨ ଦିନ ଯାଏ ମେଘୁଆ ପାଗ ମଧ୍ୟ ରହିବ ।
Also Read : ମଣିଷ-ହାତୀ ସହବସ୍ଥାନ ପାଇଁ ବିଜ୍ଞାନ ଓ ସମୁଦାୟର ସହଭାଗିତା ଜରୁରୀ
ସେପଟେ ଗତ ୨୪ ଘଂଟାରେ ୧୨ ଟି ସ୍ଥାନରେ ବର୍ଷା ହୋଇଥିବା ବେଳେ ମୟୁରଭଞ୍ଜ ର ଚନ୍ଦନପୁର ରେ ୧୫.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ତାପମାତ୍ରାରେ କୌଣସି ପରିବର୍ତନ ନଥିବା ବେଳେ ୨ ଦିନ ଯାଏ କୌଣସି ପରିବର୍ତନ ନାହିଁ । ପରେ ଅର୍ଥାତ ୨୪ ଘଣ୍ଟା ପରେ ଦୁଇ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ବିଭାଗ ଆକଳନ କରିଛି ।