ଜନ୍ମମାଟି ରାଇରଙ୍ଗପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Spread the love

ରାଇରଙ୍ଗପୁର,୦୫/୦୨ : ଜନ୍ମମାଟି ରାଇରଙ୍ଗପୁରରେ ରାଷ୍ଟ୍ରପତି। ଗସ୍ତର ଦ୍ବିତୀୟ ଦିନରେ ଶ୍ବଶୁର ଘର ଅଭିମୁଖେ ବାହାରିବେ ଦ୍ରୌପଦୀ ମୁର୍ମୁ । ତାଙ୍କ ଦ୍ବାରା ନିର୍ମିତ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ସହ କଥାବାର୍ତ୍ତା ହେବା ସହ ତାଙ୍କ ସ୍ଵାମୀ ଓ ପୁତ୍ର ଙ୍କ ସମାଧି ସ୍ଥଳ କୁ ଯିବେ ରାଷ୍ଟ୍ରପତି । ସେଠାରେ ଏକ ଡକ୍ୟୁମେଣ୍ଟରି ସୁଟିଂ କାର୍ଯ୍ୟକ୍ରମ ରହିଛି । ପାହାଡପୁର ରୁ ବାହାରି ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର କୁ ଯାଇ ଦର୍ଶନ କରିବା ସହ ପ୍ରସାଦ ସେବନ କାଯ୍ୟକ୍ରମ ରହିଛି । ପ୍ରସାଦ ସେବନ ପରେ ୨ଟା ୪୦ ରେ ନିଜ ବାସଭବନ କୁ ଯାଇ ସେଠାରୁ ଶିମିଳିପାଳ ଅଭିମୁଖେ ଗସ୍ତ କରିବେ ରାଷ୍ଟ୍ରପତି । ଶିମିଳିପାଳ ରେ ରାତ୍ରି ଯାପନ କରି ଆସନ୍ତାକାଲି ଭୁବନେଶ୍ୱର ଅଭିମୁଖେ ଗସ୍ତ କରିବେ ଦ୍ରୌପଦୀ ମୁର୍ମୁ ।


Spread the love

Leave A Reply

Your email address will not be published.