ଭୁବନେଶ୍ୱର ୦୪।୦୨ : କେବେ ହେବ ପୋଲିସ୍ SI ପରୀକ୍ଷା ?
ଆସନ୍ତା ୫ତାରିଖ ରେ ‘ଷ୍ଟୁଡେଣ୍ଟସ ଏଗେନେଷ୍ଟ କରପସନ’ ଆନ୍ଦୋଳନ ।
ନିଯୁକ୍ତି ଦୁର୍ନୀତି ଓ ଚାକିରୀ ବିକ୍ରିକୁ ପ୍ରସଙ୍ଗ କରି ଷ୍ଟୁଡେଣ୍ଟ୍ ଏଗେନେଷ୍ଟ କରପସନ ନେତୃତ୍ୱରେ ବାରମ୍ବାର ସରକାରଙ୍କୁ ଘେରୁଛନ୍ତି ମେଧାବୀ । ରାଜ୍ୟରେ ପୋଲିସ SI ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ତଦନ୍ତ କରୁଛି CBI । ରାଜ୍ୟର ସବୁଠୁ ବଡ ଦୁର୍ନୀତି କୁହା ଯାଉଥିବା ପୋଲିସ SI ପରୀକ୍ଷା ଦୁର୍ନୀତିର ତଦନ୍ତ ଭାର କ୍ରାଇମବ୍ରାଞ୍ଚର ହାତରୁ ନେଇ CBI କୁ ଦେଇଛନ୍ତି ରାଜ୍ୟ ସରକାର । ସେପଟେ ପରୀକ୍ଷା ତାରିଖ ଘୋଷଣା ହେଉ ନଥିବାରୁ ମେଧାବୀଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି । ଯାହାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛି ଷ୍ଟୁଡେଣ୍ଟସ ଏଗେନେଷ୍ଟ କରପସନ । CBI ତଦନ୍ତର ସ୍ଥିତି ଓ ପୋଲିସ୍ SI ପରୀକ୍ଷା ବିଷୟ ସରକାରଙ୍କୁ ମନେ ପକେଇବା ଉଦ୍ଦେଶ୍ୟରେ ଆନ୍ଦୋଳନ ଡାକରା ଦେଇଛନ୍ତି ସଂଗଠନ ଆବାହକ ବିଭୁତି ଭୂଷଣ ମହାପାତ୍ର । ଶୀଘ୍ର ପରୀକ୍ଷା ତାରିଖ ଘୋଷଣା କରିବାକୁ ଦାବି କରିବା ସହ ସରକାର SI ପରୀକ୍ଷା କଥା ଭୁଲି ଯାଇଥିବା କହିଛନ୍ତି ଶ୍ରୀ ମହାପାତ୍ର । ପରୀକ୍ଷା କଥା ମନେ ପକାଇବାକୁ ମେଧାବୀଙ୍କୁ ଗାନ୍ଧୀ ମାର୍ଗକୁ ଓଲ୍ହାଇବାକୁ ପଡିବ ବୋଲି ପରୋକ୍ଷରେ ଚେତାବନୀ ଦେବା ସହ ଆନ୍ଦୋଳନ ପାଇଁ ଆସନ୍ତା ୫ ତାରିଖ ଧାର୍ଯ୍ୟ କରିଛନ୍ତି ।
ରାଜ୍ୟରେ ଚାକିରୀ ବିକ୍ରି ବନ୍ଦ କରିବା ପାଇଁ ହେଲେ SI ମାମଲାରେ CBI ଆମୂଳଚୂଳ ତଦନ୍ତ କରି ବଡବଡିଆ ଅଧିକାରୀଙ୍କୁ ବାନ୍ଧିବା ସହ ନିଯୁକ୍ତି ଦୁର୍ନୀତିର ମୁଳୋତ୍ପାଟନ ପାଇଁ ଦାବି କରିଛି ସଂଗଠନ । SI ପରୀକ୍ଷା ପୂର୍ବରୁ ଦୁଇ ଦୁଇ ଥର ବାତିଲ ହେବା ଓ ୨୦୨୪ମସିହା ବିଜ୍ଞପ୍ତି ର ୨୦୨୬ ରେ ପରୀକ୍ଷା ତାରିଖ ଘୋଷଣା ନ ହେଇ ପାରିବ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଉଥିବା କହିବା ସହ ଲକ୍ଷ ଲକ୍ଷ ମେଧାବୀଙ୍କ ମାନସିକ ସ୍ଥିତି ଓ ଭବିଷ୍ୟତ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।