ରାସନ କାର୍ଡ ଧାରୀଙ୍କୁ ଓଜନ ମାପରେ ଠକୁଛନ୍ତି ଡିଲର : ବିଧାନସଭାରୁ ଆସିଲା ସାଙ୍ଘାତିକ ତଥ୍ୟ

Spread the love

ଭୁବନେଶ୍ଵର,୧୧/୦୩:ରାଜ୍ୟରେ କିଛି ରାସନ ଡିଲର ରାସନ କାର୍ଡ ଧାରୀଙ୍କୁ ଓଜନ ମାପରେ ଠକୁଥିବା ଘଟଣା ସାମ୍ନାକୁ ଆସିଛି। ଏହାକୁ ନେଇ ବିଧାନସଭାରେ ସରକାର ସାଙ୍ଘାତିକ ତଥ୍ୟ ଦେଇଛନ୍ତି।ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତରରେ ଜଣାଇଛନ୍ତି ଯେ, ଚଳିତ ଆର୍ଥିକ ବର୍ଷରେ ରାସନ ବଣ୍ଟନ ବ୍ୟବସ୍ଥାକୁ ନେଇ ବ୍ୟାପକ ତଦନ୍ତ କରାଯାଇଛି। ଏହି ସମୟରେ ସମୁଦାୟ ୩୬୨୪ଟି ଯାଞ୍ଚ କରାଯାଇଥିବା ବେଳେ ଅନେକ ଅନିୟମିତତା ଧରାପଡ଼ିଛି।

ତଦନ୍ତ ସମୟରେ କେତେକ ରାସନ ଡିଲର ଓଜନ କମ୍ ଦେବା, ନିୟମ ଉଲ୍ଲଂଘନ କରିବା ସହ ରାସନ ବଣ୍ଟନରେ ଅନିୟମ କରୁଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ୭୫ ଜଣ ରାସନ ଡିଲରଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସେମାନଙ୍କର ଲାଇସେନ୍ସ ବାତିଲ କରାଯାଇଛି।ଏହା ସହ ଜଣେ ଡିଲରଙ୍କ ବିରୁଦ୍ଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିବା ବିଷୟ ମନ୍ତ୍ରୀ ସୂଚନା ଦେଇଛନ୍ତି।ସରକାର କହିଛନ୍ତି ଯେ, ରାସନ କାର୍ଡ ଧାରୀମାନେ ଯେପରି ନିୟମିତ ଓ ଠିକ୍ ମାପରେ ଖାଦ୍ୟଶସ୍ୟ ପାଇପାରିବେ, ସେଥିପାଇଁ ଆଗାମୀ ଦିନରେ ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡ଼ା କରାଯିବ।


Spread the love

Leave A Reply

Your email address will not be published.