Manipal Hospital Bhubaneswar: ଲିଭର ଟ୍ରାନ୍ସପ୍ଲାଣ୍ଟ୍ ରେ ନୂତନ ମାଇଲଷ୍ଟୋନ୍

Spread the love

ଭୁବନେଶ୍ୱର : ମଣିପାଲ ହସ୍ପିଟାଲ ଭୁବନେଶ୍ୱର(Manipal Hospital Bhubaneswar) ପକ୍ଷରୁ ଏକ ପ୍ରେସ୍ ମିଟ୍ ଆୟୋଜିତ ହୋଇଥିଲା, ଯେଉଁଥିରେ ବର୍ଷୋଧିକ କ୍ଲିନିକାଲ୍ ଅନୁଭବ ଓ ଦକ୍ଷତା ଆଧାରିତ ଲିଭର ପ୍ରତ୍ୟାରୋପଣ କ୍ଷେତ୍ରରେ ହସ୍ପିଟାଲର ସ୍ଥାନକୁ ପୁନଃ ଉଲ୍ଲେଖ କରାଯାଇଥିଲା।

ଏହି ସମ୍ମିଳନୀରେ ଓଡିଶାରେ ବଢ଼ୁଥିବା ଲିଭର ରୋଗ ଭାର ନେଇ ଚିନ୍ତା ପ୍ରକାଶ ପାଇଥିଲା। ନିକଟରେ କରାଯାଇଥିବା ଏକ ସର୍ଭେ ଅନୁସାରେ, ପ୍ରାୟ ପ୍ରତ୍ୟେକ ତିନି ଜଣ ମଧ୍ୟରୁ ଗୋଟିଏ ବ୍ୟକ୍ତି ଫ୍ୟାଟି ଲିଭର ରୋଗରେ ପୀଡ଼ିତ ହୋଇପାରନ୍ତି। ଏବଂ ପ୍ରତି ଛଅ ଜଣ ମଧ୍ୟରୁ ଗୋଟିଏ ବ୍ୟକ୍ତିଙ୍କୁ NASH (ଲିଭର ଜନିତ ଗୁରୁତର ଅବସ୍ଥା) ହେବାର ଆଶଙ୍କା ରହେ, ଯାହା ପରେ ଲିଭର ସିରୋସିସ୍‌କୁ ଅଗ୍ରସର ହୋଇପାରେ।

ଆମ ରାଜ୍ୟରେ ଲିଭର ସିରୋସିସ୍‌ର ପ୍ରକୋପ ପ୍ରାୟ ୧୬.୭ ଶତଂଶ ଥିବା ବେଳେ, ପୂର୍ବ ଭାରତରେ ପ୍ରାୟ ଅର୍ଦ୍ଧାଧିକ ଦୀର୍ଘକାଳୀନ ଲିଭର ରୋଗୀ ସିରୋସିସ୍‌ରେ ଚିହ୍ନଟ ହେଉଛନ୍ତି। ଦୁଃଖଦ ଭାବେ, ଅଧିକାଂଶ ରୋଗୀ ଶେଷ ଓ ଜଟିଳ ଅବସ୍ଥାରେ ଚିହ୍ନଟ ହେବାରୁ ଆଗୁଆ ଚିହ୍ନଟ ଓ ସମୟମତେ ଚିକିତ୍ସାର ଆବଶ୍ୟକତା ଅଧିକ ଭାବେ ଅନୁଭବ କରାଯାଇଛି।

Also Read : AIIMS Bhubaneswarରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମ ଉଦ୍ଘାଟିତ

ଜାତୀୟ ସ୍ତରରେ ଆବଶ୍ୟକତା ତୁଳନାରେ ଅଙ୍ଗ ପ୍ରତ୍ୟାରୋପଣ ସୁବିଧା ସୀମିତ ଥିବା ପରିପ୍ରେକ୍ଷିତରେ, ଏହି ପ୍ରେସ୍ ମିଟ୍‌ରେ ଉନ୍ନତ ଲିଭର ଚିକିତ୍ସା ବ୍ୟବସ୍ଥାର ଗୁରୁତ୍ୱ ଉଲ୍ଲେଖ କରାଯାଇଥିଲା, ଯାହା ରୋଗୀମାନଙ୍କୁ ପୁନର୍ବାର ସ୍ୱାସ୍ଥ୍ୟ ଓ ସାଧାରଣ ଜୀବନକୁ ଫେରାଇ ଆଣିପାରେ।

କାର୍ଯ୍ୟକ୍ରମରେ ଡାକ୍ତରମାନେ ଓ ଲିଭର ଟ୍ରାନ୍ସପ୍ଲାଣ୍ଟ୍ ହୋଇଥିବା ରୋଗୀମାନେ ଏକାଠି ହୋଇ ନିଜ ଅନୁଭବ ସେୟାର କରିଥିଲେ। ପ୍ରତ୍ୟେକ ଟ୍ରାନ୍ସପ୍ଲାଣ୍ଟ୍ ପଛରେ ଥିବା ଜୀବନ ସଂଘର୍ଷ ଓ ଆଶାର କାହାଣୀ ଏହି ଅବସରକୁ ଅଧିକ ସାରଗର୍ଭିତ କରିଥିଲା।

ଏହି ପ୍ରେସ୍ ମିଟ୍‌ରେ ଡାକ୍ତରମାନେ ଓ ସଫଳ ଲିଭର ଟ୍ରାନ୍ସପ୍ଲାଣ୍ଟ୍ ରୋଗୀ ମାନେ ଯୋଗଦେଇଥିଲେ। ପ୍ରତ୍ୟେକ ଟ୍ରାନ୍ସପ୍ଲାଣ୍ଟ୍ ପଛରେ ଥିବା ସଂଘର୍ଷ, ଆଶା ଓ ନୂତନ ଜୀବନର କାହାଣୀମାନେ ଏହି ଅବସରରେ ସାମ୍ନାକୁ ଆସିଥିଲା। ଏହି ବିଶେଷ କାର୍ଯ୍ୟକ୍ରମକୁ ବରିଷ୍ଠ ଲିଭର ଟ୍ରାନ୍ସପ୍ଲାଣ୍ଟ୍ ସର୍ଜନ ଡାକ୍ତର ରାଜ ଶେଖର କେ, ଅଦ୍ୟକ୍ଷତା କରିଥିଲେ। ତାଙ୍କ ସହ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଅନୁଭବୀ ଡାକ୍ତର ଦଳ ଯଥା, ମେଡିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଡାକ୍ତର ପ୍ରତାପ ବେହେରା , ଡାକ୍ତର ଜ୍ଞାନରଞ୍ଜନ ରାଉତ, ଡାକ୍ତର ସମ୍ବିତ କୁମାର ଭୁୟାଁ, ଏବଂ ମଣିପାଲ ହସ୍ପିଟାଲର କ୍ଲଷ୍ଟର ଡାଇରେକ୍ଟର ସାଉଥ୍ ଇଷ୍ଟ ଡାକ୍ତର ଶକ୍ତିମୟ ମହାପାତ୍ର ଉପସ୍ଥିତ ଥିଲେ ।

Also Read : ଜଟିଳ ମେରୁଦଣ୍ଡ ରୋଗରେ ପୀଡ଼ିତ ୩ ବର୍ଷର ଶିଶୁ ସୁସ୍ଥ, ନୂଆ ଜୀବନ ଦେଲା ମଣିପାଲ ହସ୍ପିଟାଲ

ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଲିଭର ଟ୍ରାନ୍ସପ୍ଲାଣ୍ଟ୍ ପଛରେ ଥିବା ସତ୍ୟ ଘଟଣା ଓ ରୋଗୀଙ୍କ ବ୍ୟକ୍ତିଗତ ଅନୁଭବକୁ ଆଗକୁ ଆଣାଯାଇଥିଲା। କାର‌୍ୟକ୍ରମରେ ଉପସ୍ଥିତ ଲୋକମାନେ ଜାଣିପାରିଲେ ଯେ, ପ୍ରତ୍ୟେକ ସଫଳ ଅପରେସନ୍ କେବଳ ଚିକିତ୍ସା ସଫଳତା ନୁହେଁ, ଏହା ରୋଗୀଙ୍କ ସାହାସ, ପରିବାର ଲୋକଙ୍କ ସମର୍ଥନ ଓ ଡାକ୍ତରମାନଙ୍କ ପ୍ରତି ଭରସାର ଫଳ। କଠିନ ସମୟରେ ମଧ୍ୟ ଆଶା ଓ ଦୃଢ଼ ସଙ୍କଳ୍ପ ରହିଲେ ଜୀବନକୁ ପୁନର୍ବାର ସାଧାରଣ ଧାରାକୁ ଫେରାଇପାରିବା—ଏହି ବାର୍ତ୍ତା କାର‌୍ୟକ୍ରମ ମାଧ୍ୟମରେ ସ୍ପଷ୍ଟ ହୋଇଥିଲା।

ଅନୁଗୁଳର ନାଲକୋରେ କାର୍ଯ୍ୟରତ ଶ୍ରୀ ସୁଧୀର ଭୁତିିଆ କହିଥିଲେ, “ଦୀର୍ଘଦିନ ଧରି ପେଟ ଯନ୍ତ୍ରଣା ହେଉଥିବାରୁ ମୁଁ ମଣିପାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଆସିଥିଲି । ପରୀକ୍ଷା ପରେ ଡାକ୍ତରମାନେ ଲିଭର ଟ୍ରାନ୍ସପ୍ଲାଣ୍ଟ୍ ପାଇଁ ପରାମର୍ଶ ଦେଲେ । ରାକ୍ଷୀ ଦିନେ ମୋର ଅପରେସନ ହୋଇଥିଲା ଓ ମୋର ଭଉଣୀ ତାଙ୍କ ଲିଭରର ଏକ ଅଂଶ ଦାନ କରିଥିଲେ । ଆଜି ମୁଁ ସୁସ୍ଥ ଅଛି ଓ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଲିଭର ସମସ୍ୟାର କୌଣସି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ ।”

ଅନ୍ୟ ଜଣେ ରୋଗୀ ଶ୍ରୀ ମୁନା ସାହୁ, ଲିଭର ରୋଗ ସହିତ ଜୀବନ ବିତାଇବାର ମାନସିକ ଚାପ ଓ ଅନିଶ୍ଚିତତାକୁ ସ୍ମରଣ କରି କହିଥିଲେ ଯେ, ଦୀର୍ଘ ସମୟ ଧରି ଚିକିତ୍ସାର ଅଭାବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଅଧିକ ଜଟିଳ କରିଦେଇଥିଲା। ସେ କହିଥିଲେ, “ପ୍ରାୟ ନଅ ମାସ ଧରି ମୋର ମାସିକ ଚେକ୍‌-ଅପ୍ ଛାଡ଼ି ଦେଇଥିଲି। ତାହାର ପରିଣାମରେ ଜଣ୍ଡିସ୍ ବଢ଼ିଗଲା ଏବଂ ଶାରୀରିକ ସ୍ୱାସ୍ଥ୍ୟ ଧୀରେ ଧୀରେ ଅବନତି ହେଉଥିଲା। ପରେ ମୁଁ ଅନ୍ୟ ଏକ ହସ୍ପିଟାଲକୁ ଯାଇଥିଲି, ସେଠାରେ ଡାକ୍ତରମାନେ ମୋର ଲିଭରରେ ଏକ ଧମନୀ ନଥିବା ବିଷୟ ଚିହ୍ନଟ କଲେ, । ପରବର୍ତ୍ତୀ ସମୟରେ ହାଇଦ୍ରାବାଦର ଏକ ହସ୍ପିଟାଏରେ ବିଭିନ୍ନ ପ୍ରକାର ଡାକ୍ତରୀ ପରୀକ୍ଷା ଏବଂ ଡାକ୍ତରଙ୍କ ପରାମର୍ଶରେ ୫-୬ ମାସ ଔଷଧ ସେବନ କରିଥିଲେ ମଧ୍ୟ କୌଣସି ଉନ୍ନତି ନହେବାରୁ । ଶେଷରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱରରେ ଡାକ୍ତରମାନେ ନ ଲିଭର ଟ୍ରାନ୍ସପ୍ଲାଣ୍ଟ୍ ପାଇଁ ପରାମର୍ଶ ଦେଲେ। ମୋର ପତ୍ନୀ ଲିଭର ଦାନ କରିଥିଲେ, ଏବଂ ନଭେମ୍ବର ୨୦୨୫ ରେ ନ ଲିଭର ଟ୍ରାନ୍ସପ୍ଲାଣ୍ଟ୍ ପରେ ଏବେ ମୁଁ ଆତ୍ମସନ୍ତୁଷ୍ଟ ଓ ସ୍ୱାସ୍ଥ୍ୟବାନ୍ ଅନୁଭବ କରୁଛି। ଠିକ୍ ସମୟରେ ଚିକିତ୍ସା ନିଶ୍ଚିତ ଭାବେ ଜୀବନ ବଞ୍ଚାଇପାରେ।”

Also Read : ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ସବଳ’ କାର୍ଯ୍ୟକ୍ରମ ଅଧୀନରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ

କେନ୍ଦ୍ରାପଡାର ଶ୍ରୀ ସୂର୍ଯ୍ୟକାନ୍ତ ସାମଲ ଲିଭର ପ୍ରତ୍ୟାରୋପଣକୁ ତାଙ୍କ ଜୀବନର ଏକ ବଡ଼ ଟର୍ଣ୍ଣିଂ ପଏଣ୍ଟ ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଥିଲେ, “୨୦୨୪ ମସିହାରେ ମୋତେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଆରମ୍ଭ ହୋଇଥିଲା। ଶରୀର ଫୁଲିଯିବା, ପେଟରେ ଅସୁବିଧା ମୋର ପରିବାର ଲୋକଙ୍କୁ ଗଭୀର ଚିନ୍ତାରେ ପକାଇଦେଇଥିଲା। ପରେ ମୁଁ ଡାକ୍ତର ପ୍ରତାପ ବେହେରାଙ୍କ ସହ ପରାମର୍ଶ କରିଥିଲି। ଡାକ୍ତର ବେହେରା ମୋତେ ଲିଭର ଟ୍ରାନ୍ସପ୍ଲାଣ୍ଟ୍ ପାଇଁ ପରାମର୍ଶ ଦେଇଥିଲେ। ମୋର ପତ୍ନୀ ତାଙ୍କ ଲିଭରର ଏକ ଅଂଶ ଦାନ କରି ମୋତେ ଦ୍ୱିତୀୟ ଜୀବନ ଦେଇଛନ୍ତି। ଚିକିତ୍ସା ସମୟରେ ମଣିପାଲ ହସ୍ପିଟାଲର ଡାକ୍ତର ଓ ମେଡିକାଲ ଟିମ୍‌ର ନିରନ୍ତର ସହଯୋଗ ଆମକୁ ଅନେକ ଆଶ୍ୱାସନ ଦେଇଥିଲା, ବିଶେଷକରି ଡାକ୍ତର ଜ୍ୟୋତିର୍ମୟ ଜେନା ସବୁ ବେଳେ ଆମ ପାଖରେ ଉପଲବ୍ଧ ଥିଲେ ଏବଂ ଆମେ ଯେତେବେଳେ ପରାମର୍ଶ ଆବଶ୍ୟକ କରୁଥିଲୁ, ସେ ତୁରନ୍ତ ସହଯୋଗ କରୁଥିଲେ। ଆଜି ଆମେ ଦୁହେଁ ସୁସ୍ଥ ଅଛୁ ଏବଂ ଏଠାରେ ଚିକିତ୍ସା ନେବା ଆମ ଜୀବନର ଏକ ସଠିକ୍ ନିଷ୍ପତ୍ତି ଥିଲା ।

ମଣିପାଲ ହସ୍ପିଟାଲର ବରିଷ୍ଠ ଲିଭର ଟ୍ରାନ୍ସପ୍ଲାଣ୍ଟ୍ ସର୍ଜନ ଡାକ୍ତର ରାଜ ଶେଖର କେ କହିଲେ, “ଯେତେବେଳେ ଲିଭର୍ ରୋଗ ଅଧିକ ଗୁରୁତର ହୋଇଯାଏ ଓ ଔଷଧ କାମ କରେ ନାହିଁ, ସେତେବେଳେ ଲିଭର୍ ଟ୍ରାନ୍ସପ୍ଲାଣ୍ଟ୍ ସବୁଠାରୁ ଭଲ ଉପଚାର ।


Spread the love

Leave A Reply

Your email address will not be published.