ନୂଆଦିଲ୍ଲୀ, ୨୮ ମେ’ ୨୦୨୫: ଭାରତୀୟ ଯୁବ ପିଢିଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ ସ୍ମାର୍ଟଫୋନ ବ୍ରାଣ୍ଡ ରିଅଲ୍ମି ପକ୍ଷରୁ ପ୍ୟାରିସ୍ରେ ଏହାର ଗ୍ଲୋବାଳ ଲଂଚ୍ ସହ ସମନ୍ୱୟରେ ଆଜି ଭାରତରେ ଏହାର ବହୁପ୍ରତିକ୍ଷୀତ ରିଅଲ୍ମି ଜିଟି ୭ ସିରିଜର ଉନ୍ମୋଚନ କରାଯାଇଛି । ଏହି ଘୋଷଣାର ମୁଖ୍ୟ ବିଷୟ ହେଉଛି ରିଅଲ୍ମି ଜିଟି ୭ ଡ୍ରିମ ଏଡିସନ ଯାହାକି ଆଷ୍ଟନ ମାର୍ଟିନ ଫର୍ମୁଲା ୱାନ ଟିମ ସହ ମିଳିତ ଭାବେ ସହ-ନିର୍ମାଣ କରାଯାଇଛି, ଯାହା ଏଏମଏଫ୧ ସହ ପ୍ରଥମ କୋ-ବ୍ରାଣ୍ଡେଡ ସ୍ମାର୍ଟଫୋନ ଭାବେ ଏହାର ଔପଚାରିକ ଶୁଭାରମ୍ଭ କରିଛି ।
ଶିଳ୍ପ-ପ୍ରଥମ ଫିଚର ଓ ପର୍ଫର୍ମାନ୍ସ ଅପ୍ଗ୍ରେଡ ସହିତ ପ୍ୟାକ୍ ହୋଇଥିବା ରିଅଲମି ଜିଟି ୭ ସିରିଜ ଭାରତୀୟ ଉପଭୋକ୍ତାଙ୍କ ପାଇଁ ଫ୍ଲାଗସିପ ସ୍ମାର୍ଟଫୋନ ଅନୁଭୂତିକୁ ପୁନଃବ୍ୟାଖ୍ୟା କରିବା ଦିଗରେ ରିଅଲ୍ମିର ନିର୍ଭୀକ ପଦକ୍ଷେପକୁ ଚିହ୍ନିତ କରିଛି ।
ଏହି ଲଂଚ୍ ଅବସରରେ ରିଅଲ୍ମିର ପ୍ରବକ୍ତା କହିଛନ୍ତି, “ରିଅଲ୍ମି ଜିଟି ୭ ସିରିଜ ସହିତ ଆମେ ୨୦୨୫ରେ ଏକ ଫ୍ଲାଗସିପ କିଲର ହେବା ଅର୍ଥ କ’ଣ ତାହାକୁ ପୁନଃବ୍ୟାଖ୍ୟା କରିଛୁ । ଏହା କେବଳ ଶୀର୍ଷ ସ୍ତରର ବୈଶିଷ୍ଟତା ସମ୍ପର୍କିତ ନୁହେଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ଅନୁଭୂତି ପ୍ରଦାନ କରିବା ସମ୍ବନ୍ଧି ଅଟେ ଯାହା ଏଭଳି ଏକ ମାଧ୍ୟମରେ ଶକ୍ତି, ବୁଦ୍ଧିମତା ଓ କାରିଗରୀକୁ ମିଶ୍ରଣ କରିଥାଏ ଯାହା ଆଜିର ଯୁବ ପିଢିଙ୍କ ମହତ୍ୱାକାଂକ୍ଷା ସହ ପ୍ରତିଧିନିତ୍ୱ କରୁଛି । ଆଷ୍ଟନ ମାର୍ଟିନ ଫର୍ମୁଲା ୱାନ ଟିମ ସହ ସହ-ନିର୍ମିତ ଆମର ଡ୍ରିମ ଏଡିସନର ଶୁଭାରମ୍ଭଠାରୁ ଆରମ୍ଭ କରି ଏଆଇ ପ୍ଲାନର ଓ ଆଇସ୍ସେନ୍ସ ଗ୍ରାଫିନ କୁଲିଙ୍ଗ ଭଳି ଉଦ୍ଭାବନ ପର୍ଯ୍ୟନ୍ତ ପ୍ରତ୍ୟେକ ବିବରଣୀକୁ ସୀମାକୁ ଆଗକୁ ବଢାଇବା ପାଇଁ ପ୍ରସ୍ତୁତ କରାଯାଇଛି । ଜିଟି ୭ ସିରିଜ ହେଉଛି ଅତ୍ୟାଧୁନିକ ଟେକ୍ନୋଲୋଜିକୁ ଗଣତାନ୍ତ୍ରିକ କରିବା, ପ୍ରିମିୟମ ଅନୁଭୂତିକୁ ପହଂଚଯୋଗ୍ୟ , ଇଚ୍ଛିତ ଓ କାର୍ଯ୍ୟଦକ୍ଷତା-ଚାଳିତ କରିବା ପ୍ରତି ଆମର ଯାତ୍ରା ଦିଗରେ ଏକ ନିର୍ଭୀକ ପଦକ୍ଷେପ ଅଟେ ।”
ସେହିପରି ମିଡିଆଟେକର ମାର୍କେଟିଂ ଓ କର୍ପୋରେଟ କମ୍ୟୁନିକେଶନ୍ସ ବିଭାଗର ନିର୍ଦ୍ଦେଶକ ଅନୁଜ ସିଦ୍ଧାର୍ଥ କହିଛନ୍ତି, “ଜିଟି ୭ ଉପରେ ରିଅଲ୍ମି ସହ ଆମର ସହଭାଗିତା ଫ୍ଲାଗସିପ ଉଦ୍ଭାବନକୁ ଭାରତୀୟ ଉପଭୋକ୍ତାଙ୍କ ନିକଟତର କରିବା ପ୍ରତି ଆମର ମିଳିତ ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି । ମିଡିଆଟେକ ଡାଇମେନ୍ସିଟି ୯୪୦୦ଇ ଥିବା ଭାରତର ପ୍ରଥମ ସ୍ମାର୍ଟଫୋନ ଭାବେ ଏହି ଲଂଚ୍ ଆମର ଭାରତ-ପ୍ରଥମ ଆଭିମୁଖ୍ୟ କ୍ଷେତ୍ରରେ ଏକ ବାସ୍ତବ ସଫଳତା ଅଟେ । ଉପଭୋକ୍ତାଙ୍କ ପ୍ରକୃତ ଆବଶ୍ୟକତା ସହ ପ୍ରତିଧ୍ୱନିତ୍ୱ ହେଉଥିବା ସ୍ମାର୍ଟ, ପ୍ରତିକ୍ରିୟାଶୀଳ ଓ ଶକ୍ତି-ଦକ୍ଷ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଏହି ୪ଏନଏମ ଅ୍ ବିଗ୍ କୋର ମିଡିଆଟେକ ଡାଇମେନସିଟି ୯୪୦୦ଇ, କୋର୍ଟେକ୍ସ ଏକ୍ସ୪ କୋର୍ ଏବଂ ଏକ ଶକ୍ତିଶାଳୀ ଇମୋର୍ଟାଲିସ-ଜି୭୨୦ ଏମସି୧୨ ଜିପିୟୁର ବ୍ୟବହାର କରୁଛି ।”
ରିଅଲ୍ମି ଜିଟି ୭: ଅଲ୍ଟିମେଟ ୨୦୨୫ ଫ୍ଲାଗସିପ କିଲର
ଏହି ଶୃଙ୍ଖଳାର କେନ୍ଦ୍ରରେ ରହିଛି ରିଅଲ୍ମି ଜିଟି ୭, ଏକ ପର୍ଫର୍ମାନ୍ସ ପାୱାରହାଉସ ଯାହାକୁ ଭାରତର ଟେକ୍-ସ୍ୟାଭି ପିଢିର ବିକଶିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜାଇନ କରାଯାଇଛି । ଏଥିରେ ୧୨୦ୱାଟ ଅଲ୍ଟ୍ରା ଚାର୍ଜ ସହିତ ପେୟାର ହୋଇଥିବା ଏକ ୭୦୦୦ ଏମଏଏଚ୍ ଟାଇଟାନ ବ୍ୟାଟେରୀ ରହିଛି ଯାହା କେବଳ ୧୪ ମିନିଟରେ ୫୦% ଯାଏଁ ଏବଂ କେବଳ ୪୦ ମିନିଟରେ ୧୦୦% ଚାର୍ଜ ହୋଇଥାଏ । ଉତାପ ହ୍ରାସ କରିବା ଓ ବ୍ୟାଟେରୀ ଲାଇଫ ବଢାଇବା ପାଇଁ ସ୍ମାର୍ଟ ବାଏପାସ ଟେକ୍ନୋଲୋଜି ସହିତ ଜିଟି ୭ ଟିୟୁଭି ରେନଲ୍ୟାଣ୍ଡ ୫-ଷ୍ଟାର ବ୍ୟାଟେରୀ ସାର୍ଟିଫିକେଶନ ହାସଲ କରିଥିବା ବିଶ୍ୱର ପ୍ରଥମ ସ୍ମାର୍ଟଫୋନରେ ପରିଣତ ହୋଇଛି ।
ଏହି ସ୍ମାର୍ଟଫୋନ ଭାରତର ପ୍ରଥମ ମିଡିଆଟେକ ଡାଇମେନସିଟି ୯୪୦୦ଇ ଚିପ୍ସେଟ ଉପରେ ପରିଚାଳିତ, ଆଡଭାନ୍ସଡ ଟିଏସଏମସି ୪ଏନଏମ ପ୍ରୋସେସ ଉପରେ ନିର୍ମିତ ଏବଂ ଏହା ଦ୍ରୁତ ବେଗ, ମଲ୍ଟିଟାସ୍କିଙ୍ଗ ପାୱାର ଓ ଗେମିଂ-ଗ୍ରେଡ କାର୍ଯ୍ୟଦକ୍ଷତା ପ୍ରଦାନ କରୁଛି ।
ଏକ ପ୍ରଥମ ଗ୍ଲୋବାଲ ଡିଜାଇନ, ଆଇସସେନ୍ସ ଗ୍ରାଫିନ ବ୍ୟାକ ପ୍ୟାନେଲ ଚମତ୍କାର ଥର୍ମାଲ ପରିଚାଳନା ଓ ଏକ କୁଲ୍-ଟୁ-ଟଚ୍ ସରଫେଓ ସୁନିଶ୍ଚିତ କରିଥାଏ, ଯାହା ଭାରତୀୟ ଜଳବାୟୁ ପାଇଁ ଉପଯୁକ୍ତ ଅଟେ ।
ରିଅଲମି ଜିଟି ୭ରେ ଡେବ୍ୟୁ କରିଥିବା ଆଉ ଏକ ଫିଚର ହେଉଛି ଏଆଇ ପ୍ଲାନର, ଏକ ପ୍ରଥମ ଧରଣର ସ୍ମାର୍ଟ ସେଡ୍ୟୁଲର ଯାହା ଉପଭୋକ୍ତାଙ୍କୁ ଏକ ସରଳ ଡବଲ ଟ୍ୟାପ ସହ ଦୈନନ୍ଦିନ କାର୍ଯ୍ୟଗୁଡିକୁ ପ୍ରସ୍ତୁତ ଓ ପରିଚାଳନା କରିବାକୁ ଦେଇଥାଏ, ଯାହା ଏହାକୁ ଏକ ସ୍ମାର୍ଟଫୋନରେ ସବୁଠାରୁ ବୁଦ୍ଧିମାନ ପ୍ରଡକ୍ଟିଭିଟି ଟୁଲରେ ପରିଣତ କରିଛି ।
ସୋନି ଆଇଏମଏକ୍ସ ୯୦୬-ପରିଚାଳିତ ଏଆଇ ଟ୍ରାଭେଲ ସ୍ନାପ କ୍ୟାମେରା ସହିତ ଏଥିରେ ଫଟୋଗ୍ରାଫି ସମାନ ରୂପେ ଉନ୍ନତ ହୋଇଛି , ଏହି କ୍ୟାମେରାରେ ବିଶ୍ୱର ପ୍ରଥମ ୪କେ ଅଣ୍ଡରୱାଟର ଭିଡିଓ ମୋଡ, ଏଆଇ ଗ୍ଲେୟାର ରିମୁଭାଲ ଓ ଆଡଭାନ୍ସଡ ଲାଇଟ୍ନିଂ ସ୍ନାପ ରହିଛି । ଏହା ଆକର୍ଷଣୀୟ ସିନେମାଟିକ କଂଟେଂଟ ପାଇଁ ୩୦ଏଫପିଏସରେ ୮କେ ଓ ୧୨୦ଏଫପିଏସରେ ୪କେ ଭିଡିଓ ରେକର୍ଡିଂ ସହିତ ଡଲ୍ବି ଭିଜନକୁ ସପୋର୍ଟ କରୁଛି । ଏହି ଫୋନରେ ୬୦୦୦ ନିଟ୍ସ ପିକ୍ ବ୍ରାଇଟନେସ ସହିତ ୬.୭୮ ଇଂଚ ଆମୋଲେଡ ପ୍ରୋ-ଇସ୍ପୋର୍ଟସ ଡିସ୍ପ୍ଲେ ଏବଂ ଆଇପି୬୯ ୱାଟର ଓ ଡଷ୍ଟ ରେଜିଷ୍ଟାନ୍ସ ରହିଛି ଯାହା ପ୍ରତ୍ୟେକ ସ୍ଥିତିରେ ସ୍ଥାୟିତ୍ୱ ଓ ସ୍ପଷ୍ଟତା ପାଇଁ ନିର୍ମିତ ଅଟେ ।
ରିଅଲ୍ମି ଜିଟି ୭ ଡ୍ରିମ ଏଡିସନ: ଏ କଲେକ୍ଟର୍ସ ଫ୍ଲାଗସିପ
ଆଷ୍ଟନ ମାର୍ଟିନ ଫର୍ମୁଲା ୱାନ ଟିମ ସହ ସହଭାଗିତାରେ ବିକଶିତ ହୋଇଥିବା ରିଅଲ୍ମି ଜିଟି ୭ ଡ୍ରିମ ଏଡିସନ ହେଉଛି ମୋଟରସ୍ପୋର୍ଟ ଉତ୍କର୍ଷତା ଓ ଆଧୁନିକ ସ୍ମାର୍ଟଫୋନ ଇଞ୍ଜିନିୟରିଂର ଏକ ମିଶ୍ରଣ । ସିଗ୍ନେଚର ଆଷ୍ଟନ ମାର୍ଟିନ ରେସିଂ ଗ୍ରିନରେ ଡିଜାଇନ କରାଯାଇଥିବା ଏହି ସ୍ମାର୍ଟଫୋନରେ ଏକ ଏରୋଡାଇନାମିକ ଫ୍ଲୋ-ଲାଇନ୍ସ ଡିଜାଇନ, ଖୋଦିତ ସିଲଭର ୱିଙ୍ଗ୍ସ ଏମ୍ବ୍ଲେମ ରହିଛି ଏବଂ ଏହା ଏକ ସ୍ୱତନ୍ତ୍ର କଲେକ୍ଟର୍ସ ବକ୍ସ ସହ ଆସୁଛି ଯେଉଁଥିରେ ଏକ ସିଲ୍ଭର ୱିଙ୍ଗ କେସ୍ ଓ ଏକ ରେସ୍ କାର୍ ଅନୁପ୍ରାଣିତ ସିମ୍ ଇଜେକ୍ଟର ପିନ୍ ସାମିଲ ରହିଛି । କାର୍ଯ୍ୟଦକ୍ଷତା ଓ ବିଳାସପୂର୍ଣ୍ଣତାର ପ୍ରଶଂସକଙ୍କ ପାଇଁ ନିର୍ମିତ ଏହା ହେଉଛି ଏକ ଲିମିଟେଡ-ଏଡିସନ ସୋଷ୍ଟପର୍ ।
ରିଅଲ୍ମି ଜିଟି ୭ଟି: ସମସ୍ତଙ୍କ ପାଇଁ ଫ୍ଲାଗସିପ ଫିଚର
ଆଜି ଲଂଚ ହୋଇଥିବା ଆଉ ଏକ ସ୍ମାର୍ଟଫୋନ ହେଉଛି ମିଡିଆଟେକ ଡାଇମନେ୍ସିଟି ୮୪୦୦-ମ୍ୟାକ୍ସ ଚିପ୍ସେଟ୍ ଦ୍ୱାରା ପରିଚାଳିତ ରିଅଲ୍ମି ଜିଟି ୭ଟି । ଏହା ୭୦୦୦ ଏମଏଏଚ୍+ ୧୨୦ୱାଟ ଅଲ୍ଟ୍ରା ଚାର୍ଜ, ଆଇସସେନ୍ସ ଗ୍ରାଫିନ ବ୍ୟାକ ଓ ଏଆଇ ପ୍ଲାନର ସହ ଏକ ଫ୍ଲାଗସିପ ଅନୁଭୂତିକୁ ଆଗକୁ ବଢାଉଛି, ଯାହା ଭାରତୀୟ ଗ୍ରାହକଙ୍କ ପାଇଁ ଏକ ସୁଲଭ ମୂଲ୍ୟରେ ଉଚ୍ଚ କାର୍ଯ୍ୟଦକ୍ଷତା ପ୍ରଦାନ କରୁଛି ।
ଏଆଇ, ରିଇନ୍ଭେଂଟେଡ: ରିଅଲ୍ମି ଗୁଗଲ ଜେମିନି
ଜିଟି ୭ ସିରିଜ ହେଉଛି ଗୁଗଲର ଅତ୍ୟାଧୁନିକ ମଲ୍ଟିମୋଡାଲ ଏଆଇ ମଡେଲ ଜେମିନି ଏଆଇକୁ ଏକୀକୃତ କରିଥିବା ନିଜ ସେଗ୍୍ମେଂଟର ପ୍ରଥମ ସ୍ମାର୍ଟଫୋନ । ରିଅଲ-ଟାଇମ ଟ୍ରାନ୍ସଲେଶନ, ଇଂଟେଲିଜେଂଟ ଫଟୋ ଏଡିଟିଂ ଓ କଂଟେଂଟ ନିର୍ମାଣ ପାଇଁ ରିଅଲ୍ମି ଓ ଗୁଗଲ ମିଳିତ ଭାବେ ଏଆଇ ଟ୍ରାନ୍ସଲେଟର, ଏଆଇ ଇରେଜର ୨.୦ ଓ ଏଆଇ ଟୁଲ୍ସ ୨.୦ ଭଳି ସ୍ମାର୍ଟ ଫିଚରଗୁଡିକୁ ବିକଶିତ କରିଛନ୍ତି, ଯାହା ଭାରତବ୍ୟାପୀ କ୍ରିଏଟର, ପେସାଦାର ଓ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରୁଛି ।
ରିଅଲ୍ମି ବଡ୍ସ ଏୟାର ୭ ପ୍ରୋ: ଏଆଇକୁ ଭେଟିଛି ସ୍ମାର୍ଟ ଅଡିଓ
ସ୍ମାର୍ଟଫୋନଗୁଡିକ ସହ ଲଂଚ ହୋଇଥିବା ରିଅଲ୍ମି ବଡ୍ସ ଏୟାର ୭ ପ୍ରୋ ଏକ ସେଗ୍ମେଂଟ ପ୍ରଥମ ଜେମିନି ଏଆଇ ଆସିଷ୍ଟାଂଟ ଆଣିଛି ଯାହା ଲାଇଭ ଭଏସ୍ ଟ୍ରାନ୍ସଲେଶନ, ଫେସ୍-ଟୁ-ଫେଓ ଇଂଟରପ୍ରିଟର ମୋଡ ଓ ଏଆଇ-ପାୱାର୍ଡ କ୍ୱେରିଜ୍ ଭଳି ଫିଚର ପ୍ରଦାନ କରୁଛି । ୫୩ଡିବି ଏଏନସି, ଡୁଆଲ ଡିଏସି ଡ୍ରାଇଭର, ହାଇ-ରିଜୋଲ୍ୟୁଶନ ସାର୍ଟିଫିକେଶନ ଓ ୪୮ ଘଂଟା ପର୍ଯ୍ୟନ୍ତ ପ୍ଲେବ୍ୟାକ ସହିତ ଏହି ଇୟରବଡ୍ ସ୍ମାର୍ଟ ଫଙ୍କ୍ଶନାଲିଟି ସହ ନିମଜ୍ଜିତ ସାଉଣ୍ଡ ପ୍ରଦାନ କରିଥଶଏ । ଏହା ୪ଟି ଆକର୍ଷଣୀୟ ଫିନିଶରେ ଉପଲବ୍ଧ ହେଉଛି, ଫିଏରୀ ରେଡ ଓ ଗ୍ଲୋରୀ ବିଜ୍ରେ ଫକ୍ସ-ଲେଦର ପ୍ଲାଷ୍ଟିକରେ ଆସୁଥିବା ବେଳେ ରେସିଙ୍ଗ ଗ୍ରୀନ ଓ ମେଟାଲିକ ଗ୍ରେକୁ ପ୍ରିମିୟମ ଅଲ୍-ଆଲୁମିନିୟମରେ ନିର୍ମାଣ କରାଯାଇଛି ଯାହା ଷ୍ଟାଇଲ ଓ ନିର୍ମାଣ ଗୁଣବତାର ଏକ ଉପଯୁକ୍ତ ମିଶ୍ରଣ ପ୍ରଦାନ କରୁଛି ।.