ଭୁବନେଶ୍ଵର,୧୧/୦୩: ରାଜ୍ୟରେ ସାଧାରଣ ଲୋକଙ୍କୁ ସୁବିଧାଜନକ ଭାବେ ଚାଉଳ ମିଳିବା ପାଇଁ ସରକାର ଚାଉଳ ATM ବ୍ୟବସ୍ଥାକୁ ଧୀରେଧୀରେ ବିସ୍ତାର କରୁଛନ୍ତି। ଏହି ପରିପ୍ରେକ୍ଷିରେ ରାଜ୍ୟର ଆଉ ୪ଟି ଜିଲ୍ଲାରେ ଚାଉଳ ATM ଖୋଲିବାକୁ ସରକାର ଯୋଜନା କରିଛନ୍ତି। ବିଧାନସଭାରେ ବିଧାୟକ ଗୌତମ ବୁଦ୍ଧ ଦାସ ଉଠାଇଥିବା ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ ଲିଖିତ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି।
ସରକାରୀ ତଥ୍ୟ ଅନୁଯାୟୀ, ଆସନ୍ତା ଦିନରେ ଝାରସୁଗୁଡ଼ା, ନବରଙ୍ଗପୁର, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ନୂତନ ଚାଉଳ ATM ସ୍ଥାପନ କରାଯିବ। ଏହା ମାଧ୍ୟମରେ ରାସନ କାର୍ଡଧାରୀମାନେ ସହଜ ଓ ପାରଦର୍ଶୀ ଭାବରେ ଚାଉଳ ଉଠାଇ ପାରିବେ।ଉଲ୍ଲେଖନୀୟ ଯେ, ରାଜ୍ୟର ପ୍ରଥମ ଚାଉଳ ATM ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ଖୋଲାଯାଇଥିଲା। ଏହି ATM ମାଧ୍ୟମରେ ୨୦୨୪ ମସିହା ଜୁଲାଇ ମାସରୁ ଏପର୍ଯ୍ୟନ୍ତ ୨୦ ହଜାର ୨୧୭ ଜଣ ଲାଭକାରୀ ଚାଉଳ ଉଠାଇଛନ୍ତି। ସମୁଦାୟ ୩ ହଜାର ୮ ଶହ ୫ କୁଇଣ୍ଟାଲ ଚାଉଳ ଏପର୍ଯ୍ୟନ୍ତ ବଣ୍ଟନ ହୋଇଥିବା ତଥ୍ୟ ସରକାର ପକ୍ଷରୁ ଦିଆଯାଇଛି।
Prev Post
Next Post