- ଚେତକର ସିଗ୍ନେଚର ମେଟାଲ ବଡି ଥିବା ଏକ ଷ୍ଟାଇଲିସ ଏବଂ ସହଜରେ ନିୟନ୍ତ୍ରଣଯୋଗ୍ୟ ଇଲେକ୍ଟ୍ରିକ ସ୍କୁଟର ଯାହା 2.5 kWh ବ୍ୟାଟେରୀ ଦ୍ୱାରା ଚାଳିତ ଏବଂ 113 କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ପ୍ରଦାନ କରେ।
- ₹ 91,399 (ex-showroom Delhi ) ମୂଲ୍ୟରେ All-New Chetak C25 ବର୍ତ୍ତମାନ ସମଗ୍ର ଭାରତରେ ସମସ୍ତ ଚେତକ ଷ୍ଟୋରରେ ଉପଲବ୍ଧ ହେବ।
ଭୁବନେଶ୍ଵର, 19 ଜାନୁଆରୀ 2026 – ବିଶ୍ୱର ସବୁଠାରୁ ମୂଲ୍ୟବାନ ଦୁଇ ଚକିଆ ଏବଂ ତିନି ଚକିଆ କମ୍ପାନୀ ବଜାଜ ଅଟୋ ଲିମିଟେଡ ଆଜି All-New Chetak C25ର ବଜାର ପ୍ରବେଶ କରିବାକୁ ଘୋଷଣା କରିଛି, ଯାହା ଚେତକ ପୋର୍ଟଫୋଲିଓରେ ଏକ ଷ୍ଟାଇଲିସ, ସୁଗଠିତ ଏବଂ ତାରୁଣ୍ୟରେ ଭରପୁର ଏକ ନୂତନ ସଂଯୋଜନ ଅଟେ। ସହଜ ଗତିଶୀଳତା ପାଇଁ ଡିଜାଇନ କରାଯାଇଥିବା ଏହି C25 ମଡେଲଟି ମୂଳ ଚେତକ DNAର ସ୍ଥାୟୀତ୍ୱ, ଦୃଢ଼ତା ଏବଂ ନିର୍ଭରଯୋଗ୍ୟତା ବଜାୟ ରଖିବା ସହିତ ବ୍ରାଣ୍ଡ ମଧ୍ୟରେ ଏକ ଆଧୁନିକ ତଥା ଆକର୍ଷଣୀୟ ରୂପ ନେଇଆସିଛି। ଏହା ଏକ ସ୍ୱଚ୍ଛନ୍ଦ ତଥା ଅନାୟାସ ରାଇଡିଂର ଅନୁଭୂତି ପ୍ରଦାନ କରେ ଯାହା ଦୈନନ୍ଦିନର ଯାତାୟାତକୁ ସହଜ ଏବଂ ସାବଲୀଳ କରିଥାଏ।
ବ୍ୟସ୍ତବହୁଳ ରାସ୍ତାର ଭିଡ଼କୁ ସହଜରେ କାଟି ଷ୍ଟାଇଲରେ ଆଗେଇଯିବା ପାଇଁ ନିର୍ମିତ ଚେତକ C25 ଆଧୁନିକ ସହରାଞ୍ଚଳର ଜୀବନଶୈଳୀକୁ ଦୃଷ୍ଟିରେ ରଖି ଡିଜାଇନ କରାଯାଇଛି। ପ୍ଲାଷ୍ଟିକ ଏବଂ ଫାଇବର ସ୍କୁଟରରେ ପରିପୂର୍ଣ୍ଣ ଏକ ବଜାରରେ ସମସ୍ତ ପ୍ରକାରର ଗ୍ରାହକ, ପରିବାର, ଯୁବକ-ଯୁବତୀ, ମହିଳା ଏବଂ ଯୁବ ଦମ୍ପତିଙ୍କ ମଧ୍ୟରେ ଚେତକର ଗ୍ରହଣୀୟତା ବ୍ୟାପକ ଭାବରେ ବୃଦ୍ଧି ପାଇଛି ଯେଉଁମାନେ ଏହାର ମଜବୁତ ଗଠନ, ନିରାପଦ ରାଇଡର ଅନୁଭୂତି ଏବଂ ଦୀର୍ଘସ୍ଥାୟୀତ୍ଵକୁ ମୂଲ୍ୟ ଦିଅନ୍ତି। ବର୍ତ୍ତମାନ ବହୁ ପରିବାରରେ ଏକାଧିକ ସ୍କୁଟରର ଆବଶ୍ୟକତା ବୃଦ୍ଧି ପାଉଥିବାରୁ କୌଣସି ଆପୋଷ ବିନା ସ୍ୱାଧୀନ ଭାବରେ ଚଳାଚଳର ଆବଶ୍ୟକତାକୁ ପୂରଣ କରିବାକୁ ଆସିଛି ଏହି C25।
Also Read : ଏବେ ଅନଲାଇନରେ ମିଲିବ Jawa Yezdi Adventure & Roadster
ସହର ପାଇଁ ଡିଜାଇନ, ଆପଣଙ୍କ ପାଇଁ ଷ୍ଟାଇଲ
ଚେତକ C25ରେ ନିଓ-କ୍ଲାସିକ ଡିଜାଇନକୁ ସୁଗଠିତ ଓ ଆଧୁନିକ ଭାବରେ ଉପସ୍ଥାପନ କରାଯାଇଛି। ଉତ୍କୃଷ୍ଟ ପେଣ୍ଟ ଫିନିସ ସହିତ ଏକ ପ୍ରିମିୟମ ମେଟାଲ ବଡି, ଏକ ସିଗ୍ନେଚର DRL ହେଡଲ୍ୟାମ୍ପ, ଜୟେଣ୍ଟବିହୀନ ମନୋ-ବଡି ଏବଂ ଉଜ୍ଜ୍ଵଳ ଓ ପ୍ରାଣବନ୍ତ ରଙ୍ଗର ବିକଳ୍ପଗୁଡ଼ିକ ସ୍କୁଟରକୁ ଏକ ପରିଷ୍କାର ପରିଚ୍ଛନ୍ନ, ସୁସଂହତ ଏବଂ ଅନନ୍ୟ ଆଭିଜାତ୍ୟପୂର୍ଣ୍ଣ ରୂପ ପ୍ରଦାନ କରେ। କମ୍ପାକ୍ଟ ଗଠନ, ଉପଯୁକ୍ତ ଆକାର ଏବଂ ସହଜ ନିୟନ୍ତ୍ରଣଯୋଗ୍ୟତା ଯୋଗୁଁ ଘନ ଟ୍ରାଫିକ ଏବଂ ସହରାଞ୍ଚଳର ସରୁ ଗଳି ମଧ୍ୟରେ ଏହାର ଗତିକୁ ସୁଗମ କରିଥାଏ। C25ରେ ଅନ୍ତର୍ନିହିତ ଥିବା “ରାଇଡ ଇଜି” ପ୍ରତିଶ୍ରୁତିକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଏହା ତାରୁଣ୍ୟରେ ଭରା ଅନନ୍ୟ ଷ୍ଟ୍ରିଟ-ଆର୍ଟରେ ଅନୁପ୍ରାଣିତ ଗ୍ରାଫିକ୍ସ ସହିତ 6ଟି ପ୍ରାଣବନ୍ତ ଓ ଉଜ୍ଜ୍ଵଳ ରଙ୍ଗରେ ଆସୁଛି।
2.5 kWh ବ୍ୟାଟେରୀ ଦ୍ୱାରା ଚାଳିତ ଚେତକ C25କୁ ଗୋଟିଏ ଥର ଚାର୍ଜ କରିବା ଦ୍ଵାରା ଏହା 113 କିଲୋମିଟର ପର୍ଯ୍ୟନ୍ତ ଘଣ୍ଟା ପ୍ରତି 55 କିଲୋମିଟରର ସର୍ବାଧିକ ଗତି ପ୍ରଦାନ କରେ ଏବଂ ମାତ୍ର 2.25 ଘଣ୍ଟାରେ 80% ଚାର୍ଜିଂ ହେବା ଯୋଗୁଁ ଏହା ଦୈନନ୍ଦିନ ବ୍ୟବହାର ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ଏଥିରେ ରହିଛି ଏକ 25-ଲିଟର ବୁଟ-ସ୍ପେସ ଯାହା ନିତ୍ୟପ୍ରୟୋଜନୀୟ ଜିନିଷପତ୍ର ପାଇଁ କିମ୍ବା ପରିବାର ପାଇଁ ଏକ ସପ୍ତାହର ତେଜରାତି ସଉଦା ରଖିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ପ୍ରଦାନ କରେ। ଏହାବ୍ୟତୀତ C25ରେ ହିଲ ହୋଲ୍ଡ ଆସିଷ୍ଟ, ଗାଇଡ ମି ହୋମ ଏବଂ ଡିସ୍କ ବ୍ରେକ ଭଳି ପ୍ରିମିୟମ ଫିଚରଗୁଡ଼ିକ ରହିଥିବାରୁ ଏହା ନିରାପତ୍ତାକୁ ସୁନିଶ୍ଚିତ କରିବା ସହିତ ବ୍ୟବହାରକୁ ଆହୁରି ସହଜ ଓ ଆରାମଦାୟକ କରିଥାଏ
ଗୋଟିଏ ପୋର୍ଟଫୋଲିଓ, ସମସ୍ତ କିଛିର ସମାଧାନ
35 ଏବଂ 30 ସିରିଜ ସହିତ ଚେତକ C25 ଆସିବା ଯୋଗୁଁ ବହୁମୁଖୀ ପ୍ରୟୋଜନ ପୂରଣ କରିବାକୁ ଉଦ୍ଦିଷ୍ଟ ଚେତକର ପୋର୍ଟଫୋଲିଓ ବର୍ତ୍ତମାନ ସମ୍ପୂର୍ଣ୍ଣ ହୋଇଛି ଯାହା ଫଳରେ ପ୍ରତ୍ୟେକ ଉପଭୋକ୍ତାଙ୍କ ଆବଶ୍ୟକତା ଅନୁଯାୟୀ ଚେତକର ଅଲଗା ଅଲଗା ମଡେଲ ବଜାରରେ ଉପଲବ୍ଧ ହେଉଛି। ଚେତକର ବିଶାଳ ସର୍ଭିସ ନେଟୱାର୍କର ଭରସା ଏବଂ C25ର ଦୀର୍ଘସ୍ଥାୟୀ ସ୍ଥାୟୀତ୍ୱ ଓ ସହଜ ନିୟନ୍ତ୍ରଣଯୋଗ୍ୟତା କାରଣରୁ ଯେଉଁମାନେ ପ୍ରଥମ ଥର ପାଇଁ EV କିଣୁଛନ୍ତି କିମ୍ବା ସହରରେ ଦୈନନ୍ଦିନ ଚଳପ୍ରଚଳ ପାଇଁ ଦ୍ୱିତୀୟ ସ୍କୁଟର ଖୋଜୁଛନ୍ତି ସେମାନଙ୍କ ପାଇଁ ଏହା ହେଉଛି ଆଜିର ସର୍ବଶ୍ରେଷ୍ଠ ପସନ୍ଦ।
ସ୍କୁଟରର ବଜାର ପ୍ରବେଶ ଅବସରରେ ବଜାଜ ଅଟୋ ଲିମିଟେଡର ଅର୍ବାନାଇଟ ବିଜନେସର ଅଧ୍ୟକ୍ଷ ଏରିକ ଭାସ କହିଛନ୍ତି, “ଚେତକ C25 ହେଉଛି ବର୍ତ୍ତମାନ ସମୟରେ ସହରାଞ୍ଚଳର ପରିବର୍ତ୍ତିତ ଯାତାୟାତ ପଦ୍ଧତି – ଛୋଟ ଟ୍ରିପ, ସରୁ ରାସ୍ତା ଏବଂ ସ୍ୱାଧୀନ ଭାବରେ ଚଳପ୍ରଚଳ କରିବାର ବର୍ଦ୍ଧିତ ଆବଶ୍ୟକତାର ଏକ ପ୍ରତିଫଳନ। ଯଦିଓ ଏହା ଦେଖିବାକୁ କମ୍ପାକ୍ଟ ଏବଂ ଆଧୁନିକ, ଏହାର ମୂଳ ଭିତ୍ତି ହେଉଛି ଚେତକର ସେହି ଚିରାଚରିତ ଦୃଢ଼ତା, ସ୍ଥାୟୀତ୍ବ ଏବଂ ନିର୍ଭରଯୋଗ୍ୟତା। ପିଢ଼ି ପରେ ପିଢ଼ି ଧରି ବ୍ରାଣ୍ଡର ପ୍ରତିଷ୍ଠିତ ବିଶ୍ୱାସ ଏବଂ ନିର୍ଭରଯୋଗ୍ୟତା ସହ କୌଣସି ସାଲିସ ନକରି ଆମେ C25 ମାଧ୍ୟମରେ ଚେତକ ପୋର୍ଟଫୋଲିଓକୁ ତରୁଣ ପ୍ରଜନ୍ମଙ୍କ ପାଖରେ ପହଞ୍ଚାଇବାକୁ ଚାହୁଁଛୁ ଯେଉଁମାନେ ଶୀଘ୍ର ଯାତାୟାତ କରିବାକୁ ପସନ୍ଦ କରନ୍ତି।”
Also Read : ଗ୍ରାମୀଣ ଉଦ୍ୟମୀମାନଙ୍କ ସଶକ୍ତିକରଣ ପାଇଁ ଆଇଆଇଏମ୍ ସମ୍ବଲପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ