ବଢୁଛି ତାପମାତ୍ରା!ଓଡ଼ିଶାର ସବୁଠାରୁ ଉତ୍ତପ୍ତ ସହର ଝାରସୁଗୁଡ଼ା

Spread the love

ଭୁବନେଶ୍ଵର,୨୧/୦୨:ସରିଲା ଶୀତ ।ବଢୁଛି ତାପମାତ୍ରା!୨୩ ରୁ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା।ଏପଟେ ଗତକାଲି ୩୫.୫ ଡିଗ୍ରୀ ସହିତ ଝାରସୁଗୁଡ଼ା ଓଡ଼ିଶାର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଭୁବନେଶ୍ୱର ୩୫.୪ ଡିଗ୍ରୀ (ଦ୍ବିତୀୟ ଉତ୍ତପ୍ତ ସହର ଭାବରେ ପରିଣତ ହୋଇଥିଲା ।ସେହିପରି ପାରଳାଖେମୁଣ୍ଡି ୩୫.୨ ଡିଗ୍ରୀ ,ଭଦ୍ରକ ୩୫ ଡିଗ୍ରୀ,ତାଳଚେର ୩୫ ଡିଗ୍ରୀ ରହିଥିବା ବେଳେ ବର୍ତମାନ ଆଗାମୀ ୨ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ।କିନ୍ତୁ ୨୩ ତାରିଖରେ ରାଜ୍ୟର କିଛି କିଛି ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା।ଆସନ୍ତା ୨୩ ତାରିଖରୁ ରାଜ୍ୟରେ ବିଜୁଳି ଘଡଘଡି ସହ ହାଲୁକା ମଧ୍ୟମ ବର୍ଷା ସମ୍ଭାବନା।୮ ଜିଲ୍ଲାକୁ ହଳଦିଆ ଚେତାବନୀ।ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ମାଲକାନାଗିରି,କୋରାପୁଟ, ନବରଙ୍ଗପୁର,କଳାହାଣ୍ଡି,ମୟୂରଭଞ୍ଜ,କେଉଁଝର,ବାଲେଶ୍ଵର ,ଭଦ୍ରକ।ସେହିପରି ୨୪ ତାରିଖ ପାଇଁ ଯାଜପୁର,କଟକ,ମୟୂରଭଞ୍ଜ ରେ ବିଜୁଳି ଘଡଘଡି ସହ ବର୍ଷା ଓ ଝଟକା ପବନ ୩୦ ରୁ ୪୦ ରହିବା ସମ୍ଭାବନା।

ଏପଟେ ବର୍ତମାନ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଶୁଖୁଲା ପାଗ ରହିଥିବା ବେଳେ ରାତ୍ରି ତାପମାତ୍ରା ପ୍ରାୟ ୨-୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ ଏବଂ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ କୌଣସି ବଡ଼ ପରିବର୍ତ୍ତନ ହୋଇ ନାହିଁ ବୋଲି ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି।


Spread the love

Leave A Reply

Your email address will not be published.