ବଢୁଛି ସଡ଼କ ଦୁର୍ଘଟଣା,10 ବର୍ଷରେ ଜୀବନ ହରାଇଛନ୍ତି 53 ହଜାର 451 ଜଣ

Spread the love

ଭୁବନେଶ୍ଵର,୦୯/୦୩:ରାଜ୍ୟରେ ସଡ଼କ ଦୁର୍ଘଟଣାର ସଂଖ୍ୟା ଦିନକୁଦିନ ବଢ଼ୁଥିବା ଚିନ୍ତାର କାରଣ ହୋଇପଡ଼ିଛି। ଗତ ୧୦ ବର୍ଷରେ ସଡ଼କ ଦୁର୍ଘଟଣା ସମ୍ବନ୍ଧୀୟ ମୋଟ ୧ ଲକ୍ଷ ୧୩ ହଜାର ୩୨୫ଟି ମାମଲା ରୁଜୁ ହୋଇଥିବା ତଥ୍ୟ ବିଧାନସଭାରେ ପ୍ରକାଶ ପାଇଛି।
ବିଧାନସଭାରେ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ତଥ୍ୟ ଅନୁଯାୟୀ, ୨୦୨୪ ମସିହାରେ ୧୨ ହଜାର ୩୭୫ଟି ସଡ଼କ ଦୁର୍ଘଟଣା ମାମଲା ରୁଜୁ ହୋଇଥିଲା। ସେଥିରୁ ୬ ହଜାର ୪୮୩ ଜଣଙ୍କ ଜୀବନ ହାରାଇଥିଲେ।ସେହିପରି ୨୦୨୫ ମସିହାରେ ୧୨ ହଜାର ୭୮୨ଟି ମାମଲା ରୁଜୁ ହୋଇଥିବା ବେଳେ ୬ ହଜାର ୪୮୩ ଜଣଙ୍କ ମୃତ୍ୟୁ ଘଟିଥିବା ତଥ୍ୟ ମଧ୍ୟ ଦିଆଯାଇଛି।

ଗତ ଦଶବର୍ଷର ମୋଟ ତଥ୍ୟ ଅନୁଯାୟୀ, ରାଜ୍ୟରେ ୫୩ ହଜାର ୪୫୧ ଜଣ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହାରାଇଛନ୍ତି। ଏହା ସହିତ ୫୫ ହଜାର ୭୮୩ ଜଣ ଗୁରୁତର ଆହତ ହୋଇଥିବାବେଳେ ୪୫ ହଜାର ୧୪୬ ଜଣ ସାମାନ୍ୟ ଆହତ ହୋଇଛନ୍ତି।


Spread the love

Leave A Reply

Your email address will not be published.