ରୟାଲ ଷ୍ଟାଗ୍ ବୁମ୍‌ବକ୍ସର ୩ୟ ସଂସ୍କରଣ

Spread the love

ଭୁବନେଶ୍ୱର: ସିଗ୍ରାମର ରୟାଲ ଷ୍ଟାଗ୍ ବୁମ୍‌ବକ୍ସ ଏହାର ୩ୟ ସଂସ୍କରଣ ସହ ପୁଣିଥରେ ଫେରିଛି ଯାହା ବଲିଉଡର ଆଇକୋନିକ ମେଲୋଡିକୁ କଂଟେମ୍ପରାରୀ ହିପ୍‌-ହପ୍ ବିଟ୍ ସହ ମିଶ୍ରଣ କରିଥାଏ। ମିର୍‌ଚି ଦ୍ୱାରା ପ୍ରାୟୋଜିତ ଏହି ମ୍ୟୁଜିକ ଫେଷ୍ଟିଭାଲ ଗତ ଜାନୁଆରୀ ୧୪ ତାରିଖରେ ମୁମ୍ବାଇରେ ଆୟୋଜିତ ଏକ ସ୍ୱତନ୍ତ୍ର ମିଡିଆ ପ୍ରିଭ୍ୟୁରେ ଏହାର ଆଗାମୀ ଶୃଙ୍ଖଳାକୁ ପ୍ରଦର୍ଶିତ କରିଛି। ଏହି ଅନନ୍ୟ କଲ୍‌ଚରାଲ ଫ୍ୟୁଜନ ପାରମ୍ପରିକ ଓ ଆଧୁନିକ ଭାରତୀୟ ସଙ୍ଗୀତର ମିଶ୍ରଣକୁ ପୁନଃବ୍ୟାଖ୍ୟା କରିବା ଜାରି ରଖିଛି ଯାହା ବ୍ରାଣ୍ଡର ‘ଲିଭିଂ ଇଟ୍ ଲାର୍ଜ’ ଦର୍ଶନକୁ ଗ୍ରହଣ କରିଛି। ଏହି ଫେଷ୍ଟିଭାଲ ଦେଶର ୪ଟି ପ୍ରମୁଖ ସହର ହାଇଦ୍ରାବାଦ, ମୁମ୍ବାଇ, ଗୁରୁଗ୍ରାମ ଓ ଗୌହାଟୀରେ ଟୁର୍ କରିବ। ପୂର୍ବ ୨ଟି ସଂସ୍କରଣ ସହରଗୁଡିକରେ ୧ ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀଙ୍କ ଧ୍ୟାନ ଆକର୍ଷିତ କରିଥିଲା ବେଳେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡିକରେ ୨୦୦ ମିଲିୟନରୁ ଅଧିକ ଭ୍ୟୁ ହାସଲ କରିଥିଲା। ଚଳିତ ସଂସ୍କରଣରେ ଅଂଶଗ୍ରହଣକାରୀମାନେ ଆର୍ଟ ଇନ୍‌ଷ୍ଟଲେଶନ, ଏଆର୍‌/ଭିଆର୍ ଟେକ୍ନୋଲୋଜି ସମେତ ଏଆଇ-ପରିଚାଳିତ ପର୍ସନାଲାଇଜେଶନରେ ନିୟୋଜିତ ହୋଇପାରିବେ।
ଚଳିତ ବର୍ଷ ଏହି ପ୍ଲାଟ୍‌ଫର୍ମ ଅତ୍ୟାଧୁନିକ ମାର୍କେଟିଂ ଏଜେନ୍ସି ଆମ୍ପଭର୍ସ ଡିଏମ୍‌ଆଇ ପଲ୍‌ସ ସହ ସହଭାଗିତା କରିଛି ଯାହା ପ୍ରଥମ ଥର ପାଇଁ ସିଗ୍ରାମର ରୟାଲ ଷ୍ଟାଗ୍ ବୁମ୍‌ବକ୍ସରେ ଗେମିଂ ଅନୁଭୂତି ଆଣିବ। ଟପ୍ ଗେମିଂ ଇନ୍‌ଫ୍ଲୁଏନ୍ସରଙ୍କ ଏକ ଶୃଙ୍ଖଳା ଗଠନ କରାଯିବ ଯିଏକି ପ୍ରତ୍ୟେକ ସହରରେ ଦର୍ଶକଙ୍କ ସହ ପ୍ରତିଧ୍ୱନିତ୍ୱ କରିବେ। ଅନ୍ୟପକ୍ଷରେ ସଙ୍ଗୀତର ବିଭିନ୍ନ ଜେନରକୁ ସେଲିବ୍ରେଟ କରୁଥିବା ସିଗ୍ରାମର ରୟାଲ ଷ୍ଟାଗ ବୁମ୍‌ବକ୍ସର ଚଳିତ ବର୍ଷର ସଂସ୍କରଣରେ ଅରମାନ ମଲିକ, ଅମିତ ତ୍ରିବେଦୀ, ନୀତି ମୋହନ, ନିକିତା ଗାନ୍ଧୀ, ରଫ୍‌ତାର , ଇକ୍କା ଓ ଡିଜେ ୟୋଗୀଙ୍କ ଭଳି ପ୍ରଖ୍ୟାତ କଳାକାର ସାମିଲ ରହିବେ। ଏହି ସଂସ୍କରଣ ସମ୍ପର୍କରେ ପର୍‌ନଡ ରିକାର୍ଡ ଇଣ୍ଡିଆର ଚିଫ୍ ମାର୍କେଟିଂ ଅଫିସର ଓ ଗ୍ଲୋବାଲ ବିଜ୍‌ନେସ୍ ଡେଭ୍‌ଲପମେଂଟର ମୁଖ୍ୟ କାର୍ତିକ ମହିନ୍ଦ୍ରା କହିଛନ୍ତି, “ରୟାଲ ଷ୍ଟାଗ୍ ସଙ୍ଗୀତକୁ ଏହାର ପ୍ରମୁଖ ଯୁବ ଆଗ୍ରହ ସ୍ତମ୍ଭ ଭାବେ ପାଳନ କରିଆସୁଛି। ବର୍ତମାନ ଆମେ ରୟାଲ ଷ୍ଟାଗ ବୁମ୍‌ବକ୍ସର ୩ୟ ସଂସ୍କରଣକୁ ଉନ୍ମୋଚନ କରିଛୁ, ଏହି ପ୍ଲାଟ୍‌ଫର୍ମ ଏକ ଉତ୍ସାହନକ ନୂତନ ସାଉଣ୍ଡସ୍କେପ ସହ ଅନୁଭୂତିକୁ ଉନ୍ନତ କରିବା ପାଇଁ ପ୍ରସ୍ତୁତ ରହିଛି ଯାହା କଳା ଓ ସାଂସ୍କୃତିକ ଅନୁଭୂତି ସମେତ ବଲିଉଡର ମେଲୋଡିଗୁଡିକୁ ହିପ୍‌-ହପ୍‌ର ବିଡ୍ ସହ ମିଶ୍ରଣ କରିଥାଏ।” ୩ୟ ସଂସ୍କରଣ ସମ୍ପର୍କରେ ୱେଭମେକର୍‌ର ଦକ୍ଷିଣ ଏସିଆ ସିଇଓ ଅଜୟ ଗୁପ୍ତେ କହିଛନ୍ତି, “ରୟାଲ ଷ୍ଟାଗ୍ ବୁମ୍‌ବକ୍ସର ଏହି ୩ୟ ସଂସ୍କରଣରେ ଆମେ ଆମର ‘ଲିଭ୍ ଇଟ୍ ଲାର୍ଜ’ ଦର୍ଶନକୁ ବହୁଗୁଣିତ କରିଛୁ। ପୂର୍ବ ସଂସ୍କରଣଗୁଡିକର ଉତ୍ସାହଜନକ ସଫଳତା ପ୍ରମାଣିତ କରିଛି ଯେ, ଆମେ ବାସ୍ତବରେ କିଛି ସ୍ୱତନ୍ତ୍ର ଆରମ୍ଭ କରିଛୁ। ତେଣୁ ଏକ ପାୱାର-ପ୍ୟାକ୍‌ଡ ଶୃଙ୍ଖଳା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ ଯାହା ସଙ୍ଗୀତ ମହୋତ୍ସବଗୁଡିକୁ ପୁନଃବ୍ୟାଖ୍ୟା କରିବ।” ସେହିପରି ଇଏନ୍‌ଆଇଏଲର ସିଇଓ ୟତିଶ ମେହରିଷି କହିଛନ୍ତି, “ଇଏନ୍‌ଆଇଏଲ୍‌ୋ ଆମେ ଏଭଳି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସହଭାଗିତା କରି ଉତ୍ସାହିତ ଅଛୁ ଯାହା ବିବିଧତାକୁ ପାଳନ କରୁଛି ଏବଂ ଅବିସ୍ମରଣୀୟ ମୁହୂର୍ତ ସୃଷ୍ଟି କରୁଛି। ଏହି ସଂସ୍କରଣ ଦେଶର ସଙ୍ଗୀତ ପ୍ରେମୀଙ୍କୁ ଉତ୍ସାହ, ଆନନ୍ଦ ଓ ସ୍ମୃତି ପ୍ରଦାନନ କରି ଏହାର ଉତ୍କୃଷ୍ଟତାର ସ୍ତରକୁ ଆଉ ଏକ ପାଦ ଆଗକୁ ବୃାଇଛି।” ଆମ୍ପଭର୍ସ ଗ୍ରୁପର ସିଇଓ ଓ ସହପ୍ରତିଷ୍ଠାତା ଚାର୍ଲି ବୈଲି କହିଛନ୍ତି, “ଆମେ ଏହାର ୩ୟ ସଂସ୍କରଣ ପାଇଁ ସିଗ୍ରାମର ରୟାଲ ଷ୍ଟାଗ୍ ବୁମ୍‌ବକ୍ସ ସହ ସହଭାଗିତା କରି ଉତ୍ସାହିତ ଅଛୁ ଯାହା ଗେମିଂକୁ ଏହାର ଚମତ୍କାର ସାଂସ୍କୃତିକ ଉତ୍ସବର କେନ୍ଦ୍ରରେ ପରିଣତ କରିଛି।”


Spread the love

Leave A Reply

Your email address will not be published.