ସାମସଙ୍ଗ ପକ୍ଷରୁ ନ୍ୟୁରାଲ କ୍ୱାଂଟମ ପ୍ରୋସେସର ୪କେ ସହିତ ମେଡ୍ ଇନ୍ ଇଣ୍ଡିଆ ଓଏଲଇଡି ଟିଭିର ଶୁଭାରମ୍ଭ

Spread the love

ଭୁବନେଶ୍ୱର: କ୍ରମାଗତ ୧୭ ବର୍ଷ ଧରି ବିଶ୍ୱର ଏକ ନମ୍ବର ଟିଭି ବ୍ରାଣ୍ଡ ସାମସଙ୍ଗ ପକ୍ଷରୁ ଆଜି ଭାରତରେ ନ୍ୟୁରାଲ କ୍ୱାଂଟମ ପ୍ରୋସେସର ୪କେ ସହିତ ଏହାର ଓଏଲଇଡି ଟିଭି ଶୃଙ୍ଖଳର ଶୁଭାରମ୍ଭ କରାଯାଇଛି ଯାହା ଗଭୀର ବ୍ଲାକ, କ୍ଲିନ ହ୍ୱାଇଟ ଏବଂ ଜୀବନ୍ତ ରଙ୍ଗ ପ୍ରଦାନ କରୁଛି । ସାମସଙ୍ଗ ଓଏଲଇଡିର ସମସ୍ତ ମଡେଲଗୁଡ଼ିକ ଭାରତରେ ନିର୍ମିତ ହେବ । ସାମସଙ୍ଗ ଓଏଲଇଡି ଟିଭି ଶୃଙ୍ଖଳରେ ଦୁଇଟି ସିରିଜ ଯଥା ଏସ୯୫ସି ଏବଂ ଏସ୯୦ସି ରହିଛି । ଉଭୟର ସିରିଜ ତିନୋଟି ସାଇଜ ଯଥା ୭୭ ଇଂଚ, ୬୫ ଇଂଚ ଏବଂ ୫୫ ଇଂଚରେ ୧୬୯,୯୯୦ଟଙ୍କାର ପ୍ରାରମ୍ଭିକ ମୂଲ୍ୟ ସହିତ ଆସୁଛି । ଆଜି ଠାରୁ ଏହି ଓଏଲଇଡି ଟିଭି ଶୃଙ୍ଖଳ ଭାରତର ସମସ୍ତ ରିଟେଲ ଷ୍ଟୋର ଏବଂ ସାମସଙ୍ଗ.କମରେ ଅନଲାଇନରେ ଉପଲବ୍ଧ ହୋଇଯିବ ।
“ଆମର ନୂତନ ରେଞ୍ଜର ଓଏଲଇଡି ଟିଭି ସହିତ ଆମେ ନବସୃଜନର ସୀମାକୁ ଅତିକ୍ରମ କରୁଛୁ । ଉଲ୍ଲେଖନୀୟ ପିକ୍‌ଚର କ୍ୱାଲିଟି ଯୋଗାଇବା ଲାଗି ଓଏଲଇଡି ପ୍ୟାନେଲ ସହିତ ନ୍ୟୁରାଲ କ୍ୱାଂଟମ ପ୍ରୋସେସର ୪କେ କୁ ଏକତ୍ର କରି ଆମେ ଓଏଲଇଡି ଟିଭିକୁ ଅଧିକ ଉନ୍ନତ କରିଛୁ । ନୂଆ ଓଏଲଇଡି ଟିଭିର ଶୁଭାରମ୍ଭ ଆମକୁ ପ୍ରିମିୟମ ଟିଭି ବଜାରରେ ଆମର ନେତୃତ୍ୱକୁ ଅଧିକ ମଜବୁତ କରିବା ଲାଗି ସକ୍ଷମ କରିବ ।,” ବୋଲି ସାମସଙ୍ଗ ଇଣ୍ଡିଆ ଉପଭୋକ୍ତା ଇଲେକ୍ଟ୍ରୋନିକ ବ୍ୟବସାୟର ବରିଷ୍ଠ ଉପାଧ୍ୟକ୍ଷ ଶ୍ରୀ ମୋହନଦୀପ ସିଂ କହିଛନ୍ତି ।
ଏକ ଉଲ୍ଲେଖନୀୟ ମନୋରଞ୍ଜନ ଅନୁଭୂତି ପାଇଁ ସାମସଙ୍ଗ ଓଏଲଇଡି ଟିଭି ନ୍ୟୁରାଲ କ୍ୱାଂଟମ ପ୍ରୋସେସର ୪କେ ସହିତ ଆସୁଛି ଯାହା ଅବିଶ୍ୱାସନୀୟ ସ୍ପଷ୍ଟତା ଏବଂ ଉଜ୍ୱଳତା ଯୋଗାଇଥାଏ । ୪କେ ଅପସ୍କିଲିଙ୍ଗ ସହିତ ନ୍ୟୁରାଲ କ୍ୱାଂଟମ ପ୍ରୋସେସରର ବ୍ୟବହାର କରି ଅରିଜନାଲ ରିଜୋଲ୍ୟୁସନ ନିର୍ବିଶେଷରେ ସ୍କ୍ରିନରେ ଦେଖାଯାଉଥିବା ସବୁକିଛି ଅସାଧାରଣ ତୀକ୍ଷ୍ଣ ୪କେ ରିଜୋଲ୍ୟୁସନକୁ ରୂପାନ୍ତରିତ ହୋଇଥାଏ । କଂଟେଟକୁ ଏକ ସିନ-ବାଏ-ସିନ ଆଧାରରେ ବିଶ୍ଳେଷଣ କରିବା ଲାଗି ଏହି ପ୍ରୋସେସର ଏଆଇ ଆଧାରିତ ଆଲଗୋରିଦମର ବ୍ୟବହାର କରିଥାଏ ଏବଂ ଏଚଡିଆର ଓଏଲଇଡି + ପ୍ରତ୍ୟେକ ଫ୍ରେମକୁ ଅପ୍ଟିମାଇଜ କରିଥାଏ ଯାହାଦ୍ୱାରା ଆପଣ ଅସାଧାରଣ ସ୍ପଷ୍ଟତା ଉପଭୋଗ କରିପାରିବେ ।
ଏକ ବିସ୍ତୃତ ଶୃଙ୍ଖଳର ରଙ୍ଗ ଯୋଗାଇବା ଲାଗି ସାମସଙ୍ଗ ଓଏଲଇଡି ଟିଭିଗୁଡ଼ିକ ପ୍ୟାନଟୋନ ଦ୍ୱାରା ଅଧିପ୍ରାମାଣିତ ହୋଇଥିବା ବିଶ୍ୱର ପ୍ରଥମ ଓଏଲଇଡି ଟିଭି ଅଟନ୍ତି । ଏହି ଅଧିପ୍ରାମାଣ ଗ୍ରାହକଙ୍କ ପାଇଁ ସେମାନଙ୍କ ପସନ୍ଦର କଂଟେଟ ଦେଖିବା ସମୟରେ କେବଳ ବାସ୍ତବିକ ନୁହେଁ ବରଂ ୨,୦୩୦ପ୍ୟାନଟୋନ ରଙ୍ଗର ସଠିକ ଅଭିବ୍ୟକ୍ତି ଏବଂ ୧୧୦ ସ୍କିନଟୋନ ସେଡ ସୁନିଶ୍ଚିତ କରିଥାଏ । ଏହି ଟିଭିଗୁଡ଼ିକ ବୁଦ୍ଧିମାନ ଆଇକମ୍ଫର୍ଟ ମୋଡ ସହିତ ମଧ୍ୟ ଆସୁଛି ଯାହା ପାରିପାଶ୍ୱର୍ ଅନୁଯାୟୀ ଉଜ୍ୱଳତା ସ୍ତରକୁ ନିୟନ୍ତ୍ରିତ କରିଥାଏ ଏବଂ ଶାନ୍ତିକର ଦୃଶ୍ୟତା ଅନୁଭୂତି ପାଇଁ ସମୁଦାୟ ପିକଚର କ୍ୱାଲିଟିକୁ ଅପ୍ଟିମାଇଜ କରିଥାଏ ।
ସାମସଙ୍ଗ ଓଏଲଇଡି ଟିଭି ଶୃଙ୍ଖଳ ୱାୟରଲେସ ଡଲବି ଅଟମ ଏବଂ ଓଟିଏସ+ ସହିତ ସଜ୍ଜିତ ରହିଛି ଯାହା ସ୍କ୍ରିନରେ ଥିବା ବସ୍ତୁକୁ ଅନୁସରଣ କରି ସାଉଣ୍ଡକୁ ସକ୍ଷମ କରିଥାଏ ଏବଂ ସମ୍ପୂର୍ଣ୍ଣ ଓ ଚିତାକର୍ଷକ ଅନୁଭୂତି ପ୍ରଦାନ କରିଥାଏ । କେବଳ ଏତିକି ନୁହେଁ ଗ୍ରାହକମାନେ ଏକକାଳୀନ ସାଉଣ୍ଡ ଅନୁଭୂତି ଉପଭୋଗ କରିପାରିବେ ଯାହା କ୍ୟୁ ସିମ୍ଫୋନି ସହିତ ସେମାନଙ୍କ ପ୍ରିୟ କଂଟେଟ ମଝିରେ ସେମାନଙ୍କୁ ସଠିକ ଅନୁଭୂତି ଦେଇଥାଏ ଏବଂ ଯାହା ଟିଭି ଏବଂ ସ୍ପିକରକୁ ସଂଲଗ୍ନତା ଭାବେ କାର୍ଯ୍ୟ କରିବାର ଅନୁମତି ଦେଇଥାଏ ।
ସାମସଙ୍ଗ ଓଏଲଇଡି ଟିଭି ଯେକୌଣସି ଇଂଟେରିୟର ସ୍ଥାନକୁ ଚମତ୍କାର ଦେଖାଇବା ପାଇଁ ଏକ ଆଦର୍ଶ ପସନ୍ଦ ଅଟେ । ଏହି ଟିଭିଗୁଡ଼ିକ ଇନଫିନିଟି ୱାନ ଡିଜାଇନ ସହିତ ଆସୁଛି ଯାହା ଗ୍ରାହକଙ୍କୁ ଏଜ-ଟୁ-ଏଜ ପିକ୍‌ଚର ସହିତ ସେମାନଙ୍କ ପ୍ରିୟ ମୁଭି, ଶୋ, ସ୍ପୋର୍ଟସ କିମ୍ବା ଗେମିଙ୍ଗରେ ବୁଡ଼ିଯିବାକୁ ଦେଇଥାଏ । ମିନିମାଲିଷ୍ଟିକ ଲୁକର ଆଧୁନିକ ଟ୍ରେଣ୍ଡ ସହିତ ସୁନ୍ଦର ଭାବେ ସମନ୍ୱିତ ହୋଇଥିବା ଏକ ମନଲୋଭା ଡିଜାଇନ ପ୍ରଦର୍ଶନ କରୁଥିବା ଏହି ଟେଲିଭିଜନରେ ଏକ ପ୍ରାୟ ଅଲକ୍ଷିତ ବେଜେଲ ରହିଛି ଯାହା ବିନା କୌଣସି ବାଧାରେ ଏକ ସାମଗ୍ରିକ ଏବଂ ଚିତାକର୍ଷକ ଦୃଶ୍ୟତା ଅନୁଭୂତି ସକ୍ଷମ କରିଥାଏ । ଏହାସହିତ ସ୍ଲିକ ଏଜଗୁଡ଼ିକ ଘରର ଇଂଟେରିୟରର ଶୋଭା ବଢ଼ାଇଥାନ୍ତି ।


Spread the love

Leave A Reply

Your email address will not be published.