ସାମସଙ୍ଗ ପକ୍ଷରୁ ଓଡେସି ନିଓ ଜି୯ ମନିଟର୍‌ର ଶୁଭାରମ୍ଭ

Spread the love

ଭୁବନେଶ୍ୱର: ଭାରତର ସର୍ବବୃହତ ଇଲେକ୍ଟ୍ରୋନିକ୍ସ ବ୍ରା ସାମସଙ୍ଗ, ଓଡେସି ନିଓ ଜି୯ ମନିଟର୍‌ର ଶୁଭାରମ୍ଭ କରିଛି । ଏଥିରେ ରହିଛି ବିଶ୍ୱର ପ୍ରଥମ ଡୁଆଲ ୟୁଏଚଡି ଡିସପ୍ଲେ ଏବଂ ଏହା ସହିତ କ୍ୱାଂଟମ ମାଟ୍ରିକ୍ସ ଟେକ୍ନୋଲୋଜି ଯାହା ଉଚ୍ଚମାନର ପିକଚର ପ୍ରଦାନ କରିଥାଏ । ଓଡେସି ନିଓ ଜି୯ ହେଉଛି ଓଡେସି ସିରିଜର ସଦ୍ୟତମ ଯୋଗ । ଏହା ସହିତ ଗେମରମାନେ ନୂତନ ସ୍ତରର ଡିଟେଲ ପାଇପାରିବେ । ଏହି ମନିଟର ପ୍ରଥମ ଥର ପାଇଁ ଗୋଟିଏ ସ୍କ୍ରିନରେ ୭୬୮୦ X ୨୧୬୦ ରିଜୋଲ୍ୟୁସନ ଏବଂ ଏକ ୩୨:୯ ଆସପେକ୍ଟ ରେସିଓ ପ୍ରଦାନ କରୁଛି ।

ଯେକୌଣସି ଗେମିଙ୍ଗ ପରିବେଶରେ ଉନ୍ନତମାନର ଇମେଜିଙ୍ଗ ଯୋଗାଇବା ଲାଗି ଏହାର ୧୦୦୦ଆର କର୍ଭଡ ୫୭ଇଂଚ ସ୍କ୍ରିନ ଭିସା ଡିସପ୍ଲେ ଏଚଡିଆର ୧୦୦୦ ସହିତ କ୍ୱାଂଟମ ମିନି ଏଲଇଡି ଟେକ୍ନୋଲୋଜିର ବ୍ୟବହାର କରିଥାଏ । ଏଥିରେ ଏକ ଡିସପ୍ଲେପୋର୍ଟ ୨.୧ ସପୋର୍ଟ ମଧ୍ୟ ରହିଛି ଯାହା ପୂର୍ବରୁ ବ୍ୟବହୃତ ଡିସପ୍ଲେପୋର୍ଟ ୧.୪ ତୁଳନାରେ ଦୁଇଗୁଣ ଦ୍ରୁତ ବେଗରେ ଡାଟା ଟ୍ରାନ୍ସଫର କରିଥାଏ ଏବଂ ୨୪୦ଏଚଜେଡ ରିଫ୍ରେସ ରେଟର ସମର୍ଥନ କରୁଛି । ଓଡେସି ନିଓ ଜି୯ ମନିଟର ଭାରତରେ ୨୨୫,୦୦୦ଟଙ୍କା ମୂଲ୍ୟରେ ହ୍ୱାଇଟ କଲରରେ ଆସୁଛି । ଗ୍ରାହକମାନେ ମନିଟରଗୁଡ଼ିକୁ ସାମସଙ୍ଗର ଅଫିସିଆଲ ଅନଲାଇନ ଷ୍ଟୋର ସାମସଙ୍ଗ ସପ, ଆମାଜନ ଏବଂ ସମସ୍ତ ଅଗ୍ରଣୀ ରିଟେଲ ଷ୍ଟୋରଗୁଡ଼ିକରୁ କିଣିପାରିବେ । ଓଡେସି ନିଓ ଜି୯ ନୋ କଷ୍ଟ ଇଏମଆଇରେ ଉପଲବ୍ଧ ରହିଛି ଓ ଏହା ସହିତ ୨୪ ରୁ ୩୧ ଅଗଷ୍ଟ ୨୦୨୩ ମଧ୍ୟରେ ସାମସଙ୍ଗ ଇ-ଷ୍ଟୋରରୁ କ୍ରୟ କ୍ଷେତ୍ରରେ ୧୦୦୦୦ଟଙ୍କାର ତୁରନ୍ତ କାର୍ଟ ରିହାତି ସୁବିଧା ରହିଛି । ଏହା ସହିତ ଅଗ୍ରଣୀ ବ୍ୟାଙ୍କର କ୍ରେଡିଟ ଓ ଡେବିଟ କାର୍ଡରେ ୩୫୦୦ଟଙ୍କାର ରିହାତି ସୁବିଧା ମଧ୍ୟ ରହିଛି ।


ଏହା ସମ୍ପର୍କରେ ସାମସଙ୍ଗ ଇିଆ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଏଂଟରପ୍ରାଇଜ ବ୍ୟବସାୟର ଉପାଧ୍ୟକ୍ଷ ପୁନିତ ସେଠୀ କହିଛନ୍ତି ଯେ, ଓଡେସି ନିଓ ଜି୯ ସହିତ ଅତ୍ୟାଧୁନିକ ଉଦ୍ଭାବନ ସହିତ ଆମେ ଗେମିଙ୍ଗର ଭବିଷ୍ୟତକୁ ଉନ୍ମୋଚନ କରୁଛୁ । ଡୁଆଲ ୟୁଏଚଡି ଡିସପ୍ଲେ ଭଳି ଉଦ୍ୟୋଗ ପ୍ରଥମ ବୈଶିଷ୍ଟ୍ୟ ଏବଂ ୨୪୦ଏଚଜେଡ ରିଫ୍ରେସ ରେଟ ସହିତ ନୂଆ ସ୍ତରର ସ୍ପିଡ ସହିତ ଓଡେସି ନିଓ ଜି୯, ଗେମିଙ୍ଗକୁ ଗେମ ଉତ୍ସାହୀଙ୍କ ପାଇଁ ଏକ ଅଧିକ ଜୀବନ୍ତ ଅନୁଭୂତିରେ ପରିଣତ କରୁଛି । କ୍ୱାଂଟମ ମାଟ୍ରିକ୍ସ ଟେକ୍ନୋଲୋଜି ଦ୍ୱାରା ସମୃଦ୍ଧ ଏହି ମନିଟର ଏକ ଅତୂଳନୀୟ ଭିଜୁଆଲ ଅନୁଭବ ପ୍ରଦାନ କରେ ।

ଏହି ମନିଟରରେ ଏକ ସ୍ଲିମ ଡିଜାଇନ ରହିଛି ଏବଂ ଏହାସହିତ କୋର ଲାଇଟିଂ ମଧ୍ୟ ରହିଛି ଯାହାକି ଗେମିଙ୍ଗ ପରିବେଶକୁ ଅଧିକ ଚିତାକର୍ଷକ କରୁଛି । ଏହି ମନିଟରର ପଛ ପ୍ୟାନେଲ ଗେମ ସିନକୁ ଅନୁସରଣ କରେ ଏବଂ ସ୍କ୍ରିନର କଲର ଅନୁସାରେ ବଦଳିଥାଏ । ଏହି ମନିଟରରେ ଏକ ଏର୍ଗୋନୋମିକ ଷ୍ଟା ରହିଛି ଯାହା ଉପଭୋକ୍ତାଙ୍କୁ ମନିଟର ହାଇଟକୁ ନିୟନ୍ତ୍ରଣ କରିବା କିମ୍ବା ଟିଲ୍ଟ କରି ଉପଯୁକ୍ତ ଆଙ୍ଗଲ ପାଇବାରେ ସାହାଯ୍ୟ କରିଥାଏ । ଏହାର ପିବିପି(ପିକ୍‌ଚର-ବାଏ-ପିକ୍‌ଚର) ଏବଂ ପିଆଇପି(ପିକଚର-ଇନ-ପିକଚର) ବୈଶିଷ୍ଟ୍ୟ ଦର୍ଶାଇଥାଏ ଯେ ଗେମରମାନେ କିପରି ମଲଟିଟାସ୍କିଂ ପାଇଁ ଏହି ଅଲଟ୍ରା ୱାଇଡ ସ୍କ୍ରିନର ବ୍ୟବହାର କରିପାରିବେ ।


Spread the love

Leave A Reply

Your email address will not be published.