ଭୁବନେଶ୍ୱର : ନାରୀତ୍ୱର ସମ୍ମାନରେ ପାଳନ କରାଯାଉଥିବା ଓଡିଶାର ସବୁଠାରୁ ପ୍ରିୟ ଉତ୍ସବ ରଜ ପର୍ବ ପାଳନ କରିବା ପାଇଁ ରିଲାଏନ୍ସ ରିଟେଲର ଏକ ଅଗ୍ରଣୀ ଖୁଚୁରା ଗନ୍ତବ୍ୟସ୍ଥଳୀ ସ୍ମାର୍ଟ ବଜାର ପକ୍ଷରୁ ଏକାଧିକ ପାର୍ବଣ ଅଫର ଓ ଇନ୍-ଷ୍ଟୋର ଏନ୍ଗେଜମେଂଟ ଆକ୍ଟିଭିଟିର ଆରମ୍ଭ କରାଯାଇଛି । ଏହି ଉତ୍ସବଗୁଡିକ ଭୁବନେଶ୍ୱରସ୍ଥିତ ସ୍ମାର୍ଟ ବଜାର ଷ୍ଟୋରରେ ଏକ ସ୍ୱତନ୍ତ୍ର ଇଭେଂଟ ସହିତ ଆରମ୍ଭ ହୋଇଛି ଯେଉଁଥିରେ କମ୍ପାନୀର ସୁପରମାର୍କେଟ୍ସ ଆଣ୍ଡ ହାଇପରମାର୍କେଟ୍ସ ବିଭାଗର ଚିଫ ମାର୍କେଟିଂ ଅଫିସର ସୁରଭି ସେନଙ୍କ ସମେତ ଲୋକପ୍ରିୟ ସେଲିବ୍ରିଟି ଅତିଥି ଲିପ୍ସା ମିଶ୍ର ଆଚାର୍ଯ୍ୟ ଓ ରିୟା ଦେ’ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅତିଥିମାନେ ମିଳିତ ଭାବେ ପାର୍ବଣ ଅଫରଗୁଡିକୁ ଉନ୍ମୋଚନ କରିଥିଲେ ଓ ରଜ କାର୍ଯ୍ୟକଳାପ ଉଦ୍ଘାଟନ କରିଥିଲେ ।
ଏହି ଉତ୍ସବରେ ଯୋଗ ଦେଇ ରିଲାଏନ୍ସ ରିଟେଲ ଲିମିଟେଡ- ଭାଲ୍ୟୁ ଫର୍ମାଟର ମୁଖ୍ୟ ପରିଚାଳନା ଅଧିକାରୀ କାମଦେବ ମହାନ୍ତି ରଜ ପର୍ବର ମହତ୍ୱ ସମ୍ପର୍କରେ ନିଜର ମତାମତ ବାଂଟିଥିଲେ । ଶ୍ରୀଯୁକ୍ତ ମହାନ୍ତି କହିଥିଲେ, “ରଜ ପର୍ବ ହେଉଛି ମହିଳାମାନଙ୍କ ଶକ୍ତି, ସମ୍ମାନ ଓ ସ୍ଥିରତା ପ୍ରତି ଏକ ଶ୍ରଦ୍ଧାଞ୍ଜଳି । ସ୍ମାର୍ଟ ବଜାରରେ ଆମେ ସ୍ୱତନ୍ତ୍ର ଭାବେ ମହିଳାମାନଙ୍କ ପାଇଁ ଏକ ଉତ୍ସବମୁଖର, ସମାବେଶୀ ଓ ଆନନ୍ଦଦାୟକ ସପିଙ୍ଗ ଅନୁଭୂତି ସୃଷ୍ଟି କରି ଏହି ପରମ୍ପରାକୁ ସମ୍ମାନ ଜଣାଇ ଗର୍ବିତ । ଆକର୍ଷଣୀୟ ଅଫରଠାରୁ ଆରମ୍ଭ କରି ଇନ୍-ଷ୍ଟୋର କାର୍ଯ୍ୟକଳାପଗୁଡ଼ିକ ପର୍ଯ୍ୟନ୍ତ ଆମର ସେଲିବ୍ରେଶନ ଏହି ଶୁଭ ଅବସରରେ ପ୍ରତ୍ୟେକ ମହିଳାଙ୍କୁ ସ୍ୱତନ୍ତ୍ର ଓ ମୂଲ୍ୟବାନ ଅନୁଭବ କରାଇବା ପାଇଁ ସମର୍ପିତ ରହିଛି ।”
ଏହି ଅବସରରେ ସୁରଭି ସେନ କହିଛନ୍ତି, “ରଜ ପର୍ବ ହେଉଛି ପରମ୍ପରା, ପାର୍ବଣ ଓ ନାରୀତ୍ୱ ଭାବନାର ଏକ ସେଲିବ୍ରେଶନ । ସ୍ମାର୍ଟ ବଜାରରେ ଆମେ ସ୍ୱତନ୍ତ୍ର ଅଫର, ନିୟୋଜିତ ଗତିବିଧି ଓ ଏକ ସମ୍ପୂର୍ଣ୍ଣ ସପିଙ୍ଗ ଅନୁଭୂତି ସହିତ ଆମର ଗ୍ରାହକଙ୍କ ପାଇଁ ଅତୁଳନୀୟ ମୂଲ୍ୟ ଓ ପାର୍ବଣର ଆନନ୍ଦ ଆଣିବା ପାଇଁ ପ୍ରତିବଦ୍ଧ ରହିଛୁ ।”
ସ୍ମାର୍ଟ ବଜାରରେ ରଜ ପର୍ବ ସ୍ୱତନ୍ତ୍ର ଅଫରଗୁଡ଼ିକ ମଧ୍ୟରେ ୯୯୯ ଟଙ୍କା କିମ୍ବା ତାହାଠାରୁ ଅଧିକ ମୂଲ୍ୟର ଫ୍ୟାଶନ ଉତ୍ପାଦ କ୍ରୟ କରି କେବଳ ୯୯ ଟଙ୍କାରେ ଏକ ଡିଜାଇନର ସପିଙ୍ଗ ବ୍ୟାଗ୍ ପାଆନ୍ତୁ । ୯୯୯ ଟଙ୍କା କିମ୍ବା ତାହାଠାରୁ ଅଧିକ ମୂଲ୍ୟର ସପିଂ କରନ୍ତୁ ଏବଂ କେବଳ ୫୯୯ ଟଙ୍କାରେ ଏକ ଫିଲିପ୍ସ ହେୟାର ଡ୍ରାୟର ପାଆନ୍ତୁ । ୪୯୯ ଟଙ୍କା ଓ ତାହାଠାରୁ ଅଧିକ ମୂଲ୍ୟର ଲେଡିସ୍ କୁର୍ତା ଉପରେ ୨୦%ର ଫ୍ଲାଟ ରିହାତି ପାଆନ୍ତୁ । ସୁଗର ପପ୍ କସ୍ମେଟିକ୍ସ ଉପରେ ସ୍ୱତନ୍ତ୍ର ଡିଲ ସହିତ ଫେଷ୍ଟିଭ ଗ୍ଲୋକୁ ପାଳନ କରନ୍ତୁ । ଏଥିସହିତ ନେଲ ପଲିସ ଓ କାଜଲ ଭଳି ନିଶ୍ଚିତ ଉତ୍ପାଦଗୁଡିକୁ ସ୍ୱତନ୍ତ୍ର ମୂଲ୍ୟରେ ଦିଆଯାଉଛି ।
ଆପଣଙ୍କର ରୋଷେଇ ଘର ଯେପରି ଅତୁଳନୀୟ ମୂଲ୍ୟଗୁଡିକ ସହିତ ପାର୍ବଣ-ପ୍ରସ୍ତୁତ ରହିବ ସ୍ମାର୍ଟ ବାଜାର ତାହା ସୁନିଶ୍ଚିତ କରୁଛି । ଏହି ଅବସରରେ ଲୁଜ ସୁଗାର ୪୪.୫୦ ଟଙ୍କା / କେଜି, ଲୁଜ ଏଚଏମଟି କୋଲମ ରାଇସ ୫୧ ଟଙ୍କ/କେଜି, ଲୁଜ ତୁର ଡାଲ ଇକୋନୋମି ୯୯ ଟଙ୍କା/କେଜି, ଗୁଡ ଲାଇଫ ଜୀରା ସାର ରାଇସ ୪୦ ଟଙ୍କା/କେଜି (୨୬କେଜ ପ୍ୟାକ- ସର୍ତାବଳୀ ଲାଗୁ)ରେ ପାଇପାରିବେ । ସପିଙ୍ଗ ଅଫର ବ୍ୟତୀତ ସପର ଓ ପରିବାରଗୁଡିକ ପାଇଁ ଏକ ରଜ ଥିମର ଡେଡିକେଟେଡ ଆକ୍ଟିଭିଟି ଜୋନ ସ୍ଥାପନ କରାଯିବା ସହ ଷ୍ଟୋରକୁ ପାର୍ବଣ ସାଜସଜ୍ଜାରେ ସୁସଜ୍ଜିତ କରାଯାଇଛି ।