ଭୁବନେଶ୍ୱର: ଭାରତର ବିଶ୍ୱସନୀୟ ୱାନ୍-ଷ୍ଟପ ସପିଂ ଡେଷ୍ଟିନେଶନ, ସ୍ମାର୍ଟ ବଜାର ପକ୍ଷରୁ ଓଡ଼ିଶାରେ ସ୍ୱତନ୍ତ୍ର ପାର୍ବଣ ଅଫର୍ ପ୍ରଦାନ କରାଯାଉଛି । ମେ’ ୨୧ ତାରିଖରୁ ମେ’ ୨୬ ତାରିଖ ୨୦୨୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କ୍ୟାମ୍ପେନକୁ ସପିଙ୍ଗ ଅନୁଭୂତିରେ ମୂଲ୍ୟ, ସୁବିଧା ଓ ଷ୍ଟାଇଲକୁ ଯୋଗ କରିବା ସହ ପରମ୍ପରାକୁ ସମ୍ମାନ ଜଣାଇବା ପାଇଁ ପରିକଳ୍ପନା କରାଯାଇଛି । ଓଡିଶାରେ ବ୍ୟାପକ ରୂପେ ପାଳନ କରାଯାଉଥିବା ସାବିତ୍ରୀ ବ୍ରତ ହେଉଛି ବିଶ୍ୱାସ, ଭକ୍ତି ଓ ସାଂସ୍କୃତିକ ମହତ୍ୱର ପର୍ବ । ଏହି ଶୁଭ ଅବସରକୁ ପାଳନ କରିବା ପାଇଁ ସ୍ମାର୍ଟ ବଜାର ପକ୍ଷରୁ ମହିଳାଙ୍କ ଏଥ୍ନିକ ୱେୟାର ଓ ଜରୁରୀ ପୂଜା ସାମଗ୍ରୀ ଉପରେ ସ୍ୱତନ୍ତ୍ର ଅଫର୍ ପ୍ରଦାନ କରାଯାଉଛି ।
ଏହି ଅଫର ଅନୁଯାୟୀ ସ୍ମାର୍ଟ ବଜାରରେ ଫାର୍ମ-ଫ୍ରେଶ ଫ୍ରୁଟ ଯେପରିକି ଆମ୍ବ କେବଳ ୫୯ ଟଙ୍କା (ବଜାର ମୂଲ୍ୟ ୧୦୦ ଟଙ୍କା) ଓ ତରଭୁଜ ୧୮ ଟଙ୍କା (ବଜାର ମୂଲ୍ୟ ୨୫ ଟଙ୍କାରେ ଉପଲବ୍ଧ ହେଉଥିବା ବେଳେ ପୂଜା ସାମଗ୍ରୀ ଯେପରିକି ଗୁଡ୍ ଲାଇଫ ସାଗୁ ୫୦୦ ଗ୍ରାମ ପିଛା କେବଳ ୩୫ ଟଙ୍କା (ଏମଆରପି ୬୦ ଟଙ୍କା)ରେ ଉପଲବ୍ଧ ହେଉଛି । ସେହିପରି ୪୯୯ ଟଙ୍କା ଓ ତାହାଠାରୁ ଅଧିକ ମୂଲ୍ୟର ମହିଳାଙ୍କ କୂର୍ତା ଉପରେ ଫ୍ଲାଟ ୨୦% ରିହାତି, ଅଗରବତୀ (୧୨୦ଗ୍ରାମ ଓ ତାହାଠାରୁ ଅଧିକ) ଉପରେ ବାୟ ୧ ଗେଟ୍ ୧ ଭଳି ଅଫର ରହିଛି । ଫ୍ୟାଶନ, ପୂଜା ସାମଗ୍ରୀ, ଫଳ ଓ ରୋଷେଇ ସାମଗ୍ରୀ ଆଦି ଉପରେ ସ୍ମାର୍ଟ ବଜାର ପକ୍ଷରୁ ଆକର୍ଷଣୀୟ ରିହାତି ଉପଲବ୍ଧ ହେଉଛି । ତେଣୁ ଅଧିକ ସଂଚୟ କରିବା ଓ ଘରକୁ କମ୍ ମୂଲ୍ୟରେ ଦୁଇ ଗୁଣ ସାମଗ୍ରୀ ନେବା ପାଇଁ ଗ୍ରାହକମାନେ ସ୍ମାର୍ଟ ବଜାରରେ ସ୍ମାର୍ଟ ସପିଂ କରିପାରିବେ ।